ସତର୍କ ରହ ସଚେତନ୍ ରହ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନକୁଁ ସତର୍କ କରାଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଦେଶନେ କରୋନା ବେମାର ହେବାର ବଛରେ ପୂରି ସାରିଥିବାର ବେଲକେ ଫେର୍ ଦୁଇନମ୍ବର ଲହର ଆସିଛେ । ଦେଶର ଭିନ୍ ଭିନ୍ ରାଜ୍ୟ ମାନକେ ଇହାଦେ କରୋନା ପଜିଟିଭ୍‌କଁର ସଂଖ୍ୟା ବଢୁଥିବାର ଦେଖବାର ଲାଗି ମିଲିଛେ । କରୋନା ବେମାରକେ ଯେନ୍ତା ଆଉ ଅଏତକା ନାଇଁ ବଢବା ସେ ଦିଗନେ ଲୋକମାନକୁଁ ସଚେତନ କରବାର ଇହାଦେ ଦରକାର ରହିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଥିର ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନକଁର ସାଙ୍ଗେ ଗୁଟେ ବୈଠକ କରିଛନ୍ । ଭର୍ଚୁଆଲ ମାଧ୍ୟମନେ ହେଇଥିବାର ଇ ବୈଠକନେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନକୁଁ ସତର୍କ କରେଇଛନ୍ । କରୋନା ସ୍ଥିତି ଦେଖିକରି ଇହାଦେନୁ ଇଥିର ଲାଗି ସମସ୍ତକୁଁ ସଚେତନ୍ ହେଇକରି ରହେବାର ଲାଗି ପଡବା ବଲି କହିଛନ୍ । ଦେଶନେ କରୋନା ଦୁଇ ନମ୍ବର ଲହର ଚାଲିଛେ । ଭିନ୍ ଭିନ୍ ରାଜ୍ୟର ୭୦ ଜିଲ୍ଲାନେ ସଂକ୍ରମଣ ବଢବାରନେ ଲାଗିଛେ । ମହାରାଷ୍ଟ୍ର, ରାଜସ୍ଥାନ, ପଂଜାବ ଲେଖେଁ ରାଜ୍ୟ ମାନକେ ପଜିଟିଭ୍‌କଁର ସଂଖ୍ୟା ଅଏତକା ରହିଛେ । କରୋନାର ସ୍ଥିତି ଫେର୍ ବିଗଡିବାରନେ ଲାଗିଥିବାର ବେଲକେ ଇହାଦେ ସରକାରକଁର ଚିନ୍ତା ବଢେଇଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନକୁଁ ନେଇକରି ଭର୍ଚୁାଆଲ ମାଧ୍ୟମନେ ଗୁଟେ ବୈଠକ କରିଛନ୍ । ମୁଖ୍ୟମନ୍ତ୍ରୀ ମାନକୁଁ ସତର୍କ କରାବାର ସାଙ୍ଗେ ସଚେତନନତା ବଢାବାର ଲାଗି କହିଛନ୍ । ଲୁକକୁଁ ନାଇଁ ଡରେଇକରି ପ୍ରଶାସନିକ୍ ସ୍ତରନେ ସଚେତନତା ଦିଗନେ ଗୁରୁତ୍ୱ ଦେବାର ଲାଗି କହିଛନ୍ । ଟେଷ୍ଟିଂ ବଢାବାର ଲାଗି ଭିଲ୍ ସବୁ ମୁଖ୍ୟମନ୍ତ୍ରୀ ମାନକୁଁ ପରାମର୍ଶ ଦେଇଛନ୍ ପ୍ରଧାନମନ୍ତ୍ରୀ ।

ଟେଷ୍ଟ ଟ୍ରାକ୍ ଆର ଟ୍ରିଟ୍‌କେ ନେଇକରି ଇତାର ଆଗରୁ ଯେତକି ଗୁରୁତ୍ୱ ଦିଆଯାଉଥିଲା ତାରଠାନୁ ଅଏତକା ରଖବାର ଲାଗି ପଡବା । ସବୁ ସଂକ୍ରମିତ ରୋଗୀକଁର ଖବର ରଖିକରି ଟ୍ରାକ୍ କରାଯିବାର ସାଙ୍ଗେ ଆରଟି-ପିସିଆର ଟେଷ୍ଟ ହାରକେ ୭୦ ପ୍ରତିଶତ୍‌ନୁ ଅଏତକା ରଖବାକେ ପଡବା । ଛୋଟ ସହରନେ ଟେଷ୍ଟିଂ ଅଏତକା କରାଯାଉ ବଲି କହିଛନ୍ ପ୍ରଧାନମନ୍ତ୍ରୀ । ରେଫରାଲ ବେବସ୍ଥା ହେଉ କି ଆମ୍ବୁଲାନ୍ସ ସେବା ଉପରେ ଭିଲ୍ ଧ୍ୟାନ୍ ରଖବାକେ ପଡବା । କିଛି ରାଜ୍ୟନେ ଟିକକରଣ ଧୀରେ ଧୀରେ ଚାଲିଥିବାର ନେଇକରି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ଖାଲି ଆଣ୍ଟିଜେଣ୍ଟ୍ ଟେଷ୍ଟ୍‌ନେ କାମ୍ ନାଇଁଚଲେ, ଆରଟିପିସିଆର ଟେଷ୍ଟ୍ କରାବାର ଜରୁରୀ ରହିଛେ । ବୈଠକନେ ପ୍ରଧାନମନ୍ତ୍ରୀ ଓଡ଼ିଶା,କେରଳ, ଛତିଶଗଡ଼ ଆରୁ ଉତ୍ତରପ୍ରଦେଶର ଉଦାହରଣ ଦେଇକରି ଦୁଶରା ରାଜ୍ୟ ମାନକେ ଭିଲ୍ ଆରଟିପିସିଆର ଟେଷ୍ଟ କରବାର ଲାଗି କହିଛନ୍ । ସେଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକନେ ସାମିଲ ହେଇକରି କହିଛନ୍ ଯେ ଆମେ ଫେର୍ ଗୁଟେ ଲକଡାଉନ୍ ସ୍ଥିତିକେ ଯିବାରଟା ଠିକ୍ ନୁହେଁ ।

ସେଥିର ଲାଗି ସଚେତନତା ଆରୁ ସତର୍କତା ଜରୁରୀ ଆଏ । କୋଭିଡ୍ ଗାଇଡଲାଇନ୍ ଉପରେ ବିଶେଷ ଗୁରୁତ୍ୱ ଦେବାର ଲାଗି ପଡବା ସମସ୍ତକୁଁ । ରାଜ୍ୟନେ ଫି ବଛର ପ୍ରାକୃତିକ୍ ବିପର୍ଯ୍ୟୟ ଲାଗି ପ୍ରଭାବିତ୍ ହେଇଆସୁଛେ । ହେଲେ ଇ ହିସାବେ ଦେଖବାର ଲାଗି ଗଲେ କରୋନା ମହାମାରୀକେ ନିୟନ୍ତ୍ରଣ କରବାରନେ ରାଜ୍ୟ ସଫଲ ହେଇଛେ । ସ୍ୱାସ୍ଥ୍ୟ କର୍ମଚାରୀ, ପ୍ରଶାସନିକ୍ ଅଧିକାରୀ ମାନେ ଲାଗିକରି ଲଗାତାର କାମ୍ କରିଛନ୍ । ରାଜ୍ୟନେ ଟିକାକରଣ ଭିଲ୍ ଠିକ୍ ହିସାବେ ଚାଲିଛେ ଆର ଇଟା ଆଗକେ ଲୋକମାନକଁର ଭିତରେ ଗୁଟେ ନୂଆଁ ଆଶା ଦେବାରନେ ସାହାଜ କରବା । ଏତେ କମ୍ ସମିଆଁନେ ଦେଶର ବୈଜ୍ଞାନିକ୍ କରୋନା ଟିକା ବାହାର କରିପାରିଥିବାରନୁ ସମସ୍ତକୁଁ ଧନ୍ୟବାଦ୍ ଦେଇଛନ୍ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.