ଡିସେମ୍ବରନୁ ‘ମିଶନ୍ ଜିରୋ ଏଫ୍‌’

୨୦୨୦-୨୧ ମେଟ୍ରିକ୍ ପରୀକ୍ଷାନେ ପାସ୍ ହାର୍ ବଢାବାର ଲାଗି ସମ୍ବଲପୁର ଜିଲ୍ଲା ପ୍ରଶାସନକଁର ଚେଷ୍ଟା

0

ଇ ବରଷ୍ କରୋନା ବେମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ୍ ମାନେ ବନ୍ଦ ରହିଛେ । ଇହାଦେ ଭିଲ୍ ସଂକ୍ରମଣର ଡର୍ ରହିଥିବାର ବେଲେ ସ୍କୁଲ ଖୁଲବାର ନେଇକରି ଆଲୋଚନା ଚାଲିଛେ । ତ ଇତାର ଭିତରେ ମେଟ୍ରିକ୍ ପରୀକ୍ଷାକେ ନେଇକରି ଭିଲ୍ ଚିନ୍ତା ବଢିଛେ । ୨୦୨୦-୨୧ ମେଟ୍ରିକ୍ ପରିକ୍ଷାନେ ଛାତ୍ରଛାତ୍ରୀକଁର ପାସ୍ ହାର ଯେନ୍ତା ଠିକ୍ ରହେବା ସେନେଇକରି ଚେଷ୍ଟା ମୁଲ୍ କରିଛନ୍ ସମ୍ବଲପୁର ଜିଲ୍ଲା ପ୍ରଶାସନ୍ । ଇନେଇକରି ଜିଲ୍ଲାପାଳ ଶୁଭମ୍ ସକ୍‌ସେନା, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଶିକ୍ଷାଧିକାରୀ, ପ୍ରଧାନ ଶିକ୍ଷକମାନକଁର ଗୁଟେ ବୈଠକ ହେଇଯାଇଛେ । ଜିଲ୍ଲାରେ ଯେନ୍ତା ଗୁଟେ ବି ଛାତ୍ରଛାତ୍ରୀ ‘ଏଫ’୍ ଗ୍ରେଡ୍‌ନେ ନାଇଁରହେବା ତାର ଉପରେ ଅଏତକା ଗୁରୁତ୍ୱ ଦିଆଯାଇଛେ । ଇଟା ନେଇକରି ‘ମିଶନ୍ ଜିରୋ ଏଫ୍‌’ ମୁଲ ହେଇଛେ । ଇହାଦେ ପାଠନେ ଦୁର୍ବଲ୍ ଥିବାର ଛାତ୍ରଛାତ୍ରୀକୁଁ ଆଏବାର ଡିସେମ୍ବରରୁ ଫେବୃଆରୀ ୩ ମାସ ତକ୍ ପଢାଯିବା । ଇହାଦେ ଭିଲ୍ କରୋନାର ଡର ରହିଥିବାରନୁ ଘରକେ ଯାଇକରି ପାଠପଢା ଦେଖବାର ଭିଲ୍ ସମ୍ଭବ ନୁହେଁ ।

ପହେଲା ସବୁ ସ୍କୁଲର ନବମ ଶ୍ରେଣୀର ୪୦ ଭାଗନୁ କମ୍ ମାର୍କ ରଖୁଥିବାର ଛୁଆକୁଁ ଆରୁ ଭିନ୍ ଭିନ୍ ବିଷୟନେ ଫେଲ୍ ହେଉଥିବାର ଛୁଆକୁଁ ବଛାଯିବା । ଆରୁ ଇତାର ଆଧାରନେ ଗୁଟେ ପ୍ଲାନ୍ ବନାଯାଇକରି ସେ ଛୁଆକଁର ଉପରେ ଅଏତକା ଧ୍ୟାନ୍ ଦିଆଯିବା । ଇ ନେଇକରି ସେ ଛାତ୍ରଛାତ୍ରୀକଁର ଅଭିଭାବକକଁର ସାଙ୍ଗେ ସ୍କୁଲର ପ୍ରିନ୍ସିପାଲମାନେ ଆଲେଚନା କରିକିନା ପାଠପଢାବାର ଲାଗି ଗୁଟେ ଜାଗା ବାଛବେ । ଆରୁ ଅଭିଭାବକ ହଁ କଲେ ସେ ଛୁଆକ୍‌ୁଁ ପଢାଯିବା ସେଟା ଭିଲ୍ ସୁରକ୍ଷା ଦିଆଯାଇକରି । ସବୁ ବିଷୟ ହପ୍ତାକୁ ୩ ଦିନ୍ ଲେଖେଁ ପଢାଯିବା ଆରୁ ୩ଟା ପିରିୟଡ୍ ରଖାଯିବା । ସବୁ ପିରିୟଡ୍‌କେ ୪୫ମିନିଟ୍ ଲେଖେଁ ସମିଆଁ ଦିଆଯିବା । ସଖାଲର ୯ ବଜାନୁ ଦିନର ଏକ୍ ବଜା ତକ୍ ପଢାଯିବା । ଫି ଦିନ୍ ଛୁଆକଁର ପରୀକ୍ଷା କରାଯିବା ଆର ବୋର୍ଡ ପ୍ରଶ୍ନ ହିସାବେ ପ୍ରଶ୍ନ ଦିଆଯିବା । ଇ ମିସନ୍‌ନେ ଥିବାର ଶିକ୍ଷକ ମାନକୁଁ ଗୁଟେ ଗୁଷଯ ଏଜୁକେସନାଲ୍ କିଟ୍ ଯୁଗେଇଦିଆଯିବାର ବେବସ୍ଥା କରାଯାଇଛେ । ଯେନଥିରେ ଗାଇଡ୍ ଲାଇନ୍‌, ପରୀକ୍ଷା ଫର୍ମାଟ, ସମିଆଁ ଲିଷ୍ଟ, ସାନୀଟାଇଜର, ଦୁଇଟା ମାସ୍କ ଦିଆଯିବା ।

Leave A Reply

Your email address will not be published.