ବିଷାନ୍ ହେଲାନ ମହାନଦୀ ପାଏନ୍

ବିନକା ଅଂଚଲନେ ମହାନଦୀ ପାଏନ୍ ମଏଲା, ଲୋପ୍ ପାଇଗଲେନ୍ କେତେନି କିସମର ମାଛ୍‌

0

ମହାନଦୀ ପାଏନ୍ ମଏଲା । ସୋନପୁର ଜିଲ୍ଲା ବିନକା ଦେଇକରି ଯାଇଥିବାର ମହାନଦୀର ପାଏନ୍ ଇହାଦେ ଖରାପ୍ ହେବାରନେ ଲାଗଲାନ୍ । ସହରର ସବୁ ମଏଲା କଚରା ପାଏନନେ ମିଶିକରି ଇତାକେ ବିଷାନ୍ କରିଦେଲାନ । ଉପରମୁଡୁ ତଲମୁଡ୍ ତକ୍ ପାଏନ୍ ମଏଲା ହେଉଥିବାର ବେଲକେ ଇତାକେ ଲାଖ୍ ଲାଖ୍ ଲୋକ୍ ଫିଦିନ୍ ବେଭହାର କରୁଛନ୍ । ସେଆଡେ ମହାନଦୀ ପାଏନ୍ ବିଷାନ୍ ହେବାରନେ ଲାଗିଥିବାରନୁ କେତନିଟେ ମାଛ ବଂଶ ଶେଷ୍ ହେବାରନେ ଲାଗଲେନ୍ । ଗଲା ୨୦ ବଛର ତଲେ ମହାନଦୀନେ ଥିବାର ମାଛ୍‌, କେଁଛୋ, ଗେଣ୍ଡା, କଙ୍କଡା ଯେନ୍ ହିସାବେ ଇଠାନେ ଥିଲେ ଇହାଦେ କମବାରନେ ଲାଗିଛେ ।

ଆଘୋ ଆଶର ପାଶର ଲୁ୍େ‌କ ମହାନଦୀନୁ ମାଛ୍ ମାରିକରି କୁଟୁମ୍ ପୁଷୁଥିଲେ । ଶହ୍ ଶହ୍ ଟନ୍ ମାଛ୍ ମାରିକରି ବଜାରେ ବିକ୍ରିକରିକିନା ଲାଭବାନ୍ ହେଉଥିଲେ । କାଏଁ ଖରା କାଏଁ ବର୍ଷା ସବୁ ମାସେ ଇମାନେ ଇ ନଦୀ ଉପରେ ଆଶ୍ କରିକିନା ଚଲିଆସୁଥିଲେ । ହେଲେ ଇ କିଛି ବରଷ୍ ହେଲା ନଦୀନେ ଥିବାର ଦେଶୀ ମାଛ୍ ଭିଲ୍ ଆରୁ ନାଇଁ ଦିଶବାର ।

ରୁହୀ, ମାଗୁର୍‌, ମିରକେଲ୍‌, ଖଏଙ୍ଗା, ବଏଁରୀ, ଠୁରୁ, ଟେଙ୍ଗନୀ ଲେଖେଁ କେତେ କିସମର ମାଛ ଧୀରେ ଧୀରେ ଲୋପ୍ ପାଇବସଲେନ । ଦରକାର ହିସାବେ ମାଛ୍ ନାଇଁ ମିଲିପାରୁ ଥିବାରନୁ ମଛୁଆର ମାନକଁର ଜୀବନ୍ ଜୀବକା ଉପରେ ଇତାର ପ୍ରଭାବ ପଡିଥିବାର ଇହାଦେ ଦେଖବାକେ ମିଲିଛେ । କିଛି ଜନ୍ ମହାନଦୀ ମଝାନ ବ୍ଲାଷ୍ଟିଂ କରୁଥିବାରନୁ ପାଏନ୍ ଦୂଷିତ୍ ହେବାର ସାଙ୍ଗେ ମାଛ୍ ବଂଶ ଭିଲ୍ ଲୋପ୍ ପାଉଛନ୍ ।

ଯେନଟାକେ ନେଇକରି ଲୁକକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ବିନକା ଦେଇକରି ବୁହିଯାଇଥିବାର ମହାନଦୀ ଉପରେ ସିନ୍ଦୁରପୁର, ମଣିଗା. ଅରିଗାଁ, ଝରାପଡା, ଗୁଲାପଡ଼ା, କେଉଟପଡା, ଡଭଲା, ଉର୍ଲ୍ଲେ, ସେଲେଡି, ତୁଲୁଣ୍ଡିପାଲି, ଗରିଆପାଲି, ମହାଦେବପାଲି, ଘୋଡାଧାର, ପଣ୍ଡକିଟାଲ ଏରିଆର କେଉଁଟମାନେ ମାଛ କରି ଜୀବକା ଚଲଉଥିଲେ । ହେଲେ ଇହାଦେ ପାଏନ୍ ମଏଲା ହେବାର ସାଙ୍ଗେ ପାଏନ୍ କମତେଲ ଭିଲ୍ ଯଉଛେ । ଯେନଥିର ଲାଗି ଇମାନକଁର ଜୀବନ ଜୀବକା ଉପରେ ଇତାର ପ୍ରଭାବ ପଡିଛେ ।

Leave A Reply

Your email address will not be published.