ଫାଇଟର ପାଇଲଟ

0

ସ୍ଥଳ ସେନା ହେଉ କି, ଜଳ ସେନା ହେଉ କି ବାୟୁ ସେନା ସବୁଠି ଭର୍ତ୍ତି ହେବା କିଛି ସହଜ ପାଠ ନୁହେଁ । ଏଥିପାଇଁ କରିବାକୁ ପଡେ କଠିନ ପରିଶ୍ରମ ଏବଂ ନିଜକୁ ପ୍ରମାଣିତ କରିବାକୁ ପଡେ । ବିଶ୍ୱରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ବାୟୁ ସେନାରେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି ଏହାର ଫାଇଟର ପାଇଲଟ । ସୁଉଚ୍ଚ ନୀଳ ଆକାଶକୁ ଚିରି ଶତ୍ରୁର ସାମ୍ନା କରନ୍ତି ଏହି ଫାଇଟର । ସୀମା ପାରିରେ ଶତ୍ରୁ ରାଷ୍ଟ୍ରର ଆକ୍ରମଣକୁ ରୋକିବାକୁ ହେଉ କି, କୌଣସି ବିପଦ ସମୟରେ ଅସହାୟଙ୍କ ପାଖରେ ଛିଡା ହେବା ସବୁଠି ସବୁ ସମୟରେ ପହଞ୍ଚିଥାନ୍ତି ଆମ ବାୟୁ ସେନାର ବୀର ଯବାନ । ଖୋଲା ଆକାଶରେ ଡେଣା ପ୍ରସାରୀ ଶତ୍ରୁଙ୍କ ଗତିପଥ ଉପରେ ନଜର ରଖିଥିବା ବାୟୁ ସେନାର ବୀର ଲଢୁଆ ଅହରହ ସୁରକ୍ଷା ଦେଇଆସୁଛନ୍ତି ଆମକୁ । ଯେତେବେଳେ ବି କୌଣସି ଯୁଦ୍ଧକାଳୀନ ପରିସ୍ଥିତି ଉପୁଜେ ସେହି ସମୟରେ ଆକାଶ ମାର୍ଗରୁ ଶତ୍ରୁକୁ ବିନାଶ କରିବା ପାଇଁ ଆଗେଇ ଆସନ୍ତି ଏହି ମହାନ ମାଟିର ବୀର ଲଢୁଆ । ତେବେ ବାହାରକୁ ବହୁତ ଗ୍ଲାମର ଦେଖାଯାଉଥିବା ଏହି ଫାଇଟର ପାଇଲଟଙ୍କ ସଂଘର୍ଷ କିନ୍ତୁ ଏହାଠୁ ଭିନ୍ନ । ଏମିତିରେ ବାୟୁ ସେନାରେ ତିନି ପ୍ରକାରର ବିମାନ ଉଡାଣ କରନ୍ତି ଏହାର ସୈନିକ । ଟ୍ରାନ୍ସପୋର୍ଟ, ହେଲିକାପ୍ଟର ଏବଂ ଫାଇଟର ଜେଟ୍ । ତେବେ ସବୁ ପାଇଲଟ ଫାଇଟର ପାଇଲଟ ହୋଇପାରିବେ ନାହିଁ ।

Leave A Reply

Your email address will not be published.