ସର୍‌ଗୁ ଉତରି ଆଏଲେ କାଏଁ ଅପସରା ?

କାଏଁ ହେଲା ଗୁଟେ ‌ଜାଗାନେ ଠୋଲ୍ ହେଇଛନ୍ ୧୫୦୦ ସୁନ୍ଦରୀ

0

ଅଲ ଈଣ୍ଡିଆ ହେୟର୍ ଏଣ୍ଡ୍ ବ୍ୟୁଟିସିଆନ୍ ଆସୋସିଏସନ୍ ଆଡୁ ପଶ୍ଚିମ୍ ଓଡିଶାର୍ ବରଗଡ୍ ଜିଲ୍ଲା ନେ ମେକ୍‌ଅପ୍ ୱାର୍କସପ୍ କରାଯାଇଛେ । ଯେନ ଦେଶର୍ ସବୁ ଆଡୁ ନାଁ କରା ମେକଅପ୍ ଆର୍ଟିଷ୍ଟ୍ ଆର୍ ବ୍ୟୁଟିସିଆନ୍ ମାନେ ଯୋଗ୍ ଦେଇଥିଲେ । ବରଗଡର୍ ଇମ୍ପେରିଆଲ୍ କଲେଜନେ ହେଇଥିଲା । ଯେନଥିକି ଗିନିଜ୍ ୱାର୍ଲଡ୍ ରେକର୍ଡ ଲାଗି ପ୍ରତିଯୋଗିତା ଭିଲ୍ ହେଈଥିଲା । ଦେଖବାର୍ କେ ଗଲେ ସୃଷ୍ଟି ସବୁ ଜିନିଷ୍ ସୁନ୍ଦର ଆଉ ସେନ ଥିବାର୍ ସବୁ ମୁନୁଷ୍ ସୁନ୍ଦର୍ ବାକି ନାରୀ ମାନେ ଟିକେ ସୃଙ୍ଗାର କରବାର୍ ଟା ତ ସଭେ ଜାନିଛନ୍ ୍ ।

ଆର୍ ନିଜ୍‌ର୍ ସୁନ୍ଦର୍‌ତା କେ ବଂଚେଇକରି ରଖ୍‌ବାର୍ ଲାଗି କିଏ କିଏ କେତେ ପ୍ରକାର୍‌ର୍ ଜିନିଷ୍ କରିଥିସନ୍ । କିଏ ପାର୍ଲର୍ ଯାଇକରି ସଜେଇ ହେସନ ତ ଆର୍ କିଏ ନୂଆ ନୂଆ ଶାଢୀ ଆର୍ ରକମ ରକମ୍ ର ଗହନା ଗାଣ୍ଠି ପିନ୍ଧିଥିସନ୍ । ନାରୀ ମାନକଁର୍ ଇ ସୁନ୍ଦରତା କେ ଆହୁରି ସୁନ୍ଦର୍ କରବାର୍ ଲାଗି ଆମର୍ ବିୟୁଟିସିଆନ୍ ,ମେକ୍‌ଅପ୍ ଆର୍ଟିଷ୍ଟ୍ ,ଡ୍ରେସ୍ ଡିଜାଇନର୍ ସମସ୍ତେ କାମ୍ କରିଥିସନ୍ । ଆର୍ ନାରୀ ମାନକଁର୍ ସୁନ୍ଦରତା କେ ସମ୍ମାନ୍ ଜନାବାର୍ ଲାଗି ସବୁ ବଛର୍ ଆର୍ ସେମାନକୁଁ ଉତ୍ସାହିତ୍ କରବାର୍ ଲାଗି ଦୁନିଆ ନେ ଭିନ୍ ଭିନ୍ ପ୍ରକାରର୍ ପ୍ରତିଯୋଗିତା , ଫେସନ୍ ଶୋ ମାନେ ଭିଲ୍ କରାଯାଇଥିସି । ଯେନ କି ନାରୀ ମାନେ ନିଜର୍ ପ୍ରତିଭା କେ ସବକର୍ ସାମ୍ନା କେ ଆନିଥିସନ୍ ।

ଆମର୍ ଦେଶ୍ ନେ ଭି ନାରୀ ମାନକଁର୍ ସୌନ୍ଦର୍ଯ୍ୟ ଉପରେ ମିସ୍ ଇଣ୍ଡିଆ ଆର୍ ବେଷ୍ଟ୍ ମଡେଲ୍ ଲେଖେ ପ୍ରତିଯୋଗିତା ମାନେ ଆୟୋଜିତ୍ କରାଯାଇଥିସି । ନାରୀ ମାନକଁର୍ ଇ ସୁନ୍ଦରତାକେ ଆହୁରି ଆଗକେ ବଢାବାର୍ ଲାଗି ଅଲ୍ ଇଣ୍ଡିଆ ହେୟାର୍ ଏଣ୍ଡ୍ ବ୍ୟୁଟିସିୟାନ୍ ଏସୋସିଏସନ୍ ଆଡୁ ସବୁବରଷ ଦୁଇ ଦିନିଆ ୱାର୍କସପ୍ କରାଯାଇଥିସି ଯେନ ସବୁ ବଛର ଦେଶ୍ ର ଭିନ୍ ଭିନ୍ ଯାଗା ନୁ ବହୁତ୍ ଜନାଶୁନା ଟେଲେଣ୍ଟଡ ମେକଅପ୍ ଆର୍ଟିଷ୍ଟ୍ ଆର୍ ବିୟୁଟିସିୟାନ୍ ମାନେ ଆସିଥିସନ୍ ଆର୍ ତାକଁର୍ ଟେଲେଣ୍ଟ୍ ର ଯାଦୁ ଦେଖେଇଥିସନ୍ ।

ବରଗଡନେ ଇ ୱାର୍କ ସପ୍ ହେଈଯାଇଛେ ତାର୍ ସାଙ୍ଗେ ଦିଲ୍ଲୀ ଆର୍ ଅହମ୍ମଦାବାଦ୍ ନେ ଭିଲ୍ ଅଫଲାଇନ୍ କରାଯାଇଥିଲା । ଆଉ ବାକି ଦେଶ୍ ମାନକୁଁ ଇଟା ଅନଲାଇନ୍ କରାଯାଇଥିଲା ।ଗଲା ବର୍ଷ ଇ ୱାର୍କସପ୍ ଥି ୧୦୦୦ ଜନ ଯୋଗ୍ ଦେଇଥିଲେ ହେଲେ ଇ ବଛର୍ ଗିନିଜ୍ ୱାର୍ଲ୍ଡ ରେକଡ୍ ଲାଗି ୧୫୦୦ ଯୋଗ୍ ଦେଇଥିଲେ । ଇ ୱାର୍କସପ୍ ଥି ଓଡିଶା , କଲିକତା,ଦେଲ୍ଲୀ ,ଆର୍ ଝାରଖଣ୍ଡ୍ ର ନାଁ କରା ମଡେଲ୍ , ଫେଶନ୍ ଡିଜାଇନର୍ , ମେକଅପ୍ ଆର୍ଟିଷ୍ଟ୍ ଯୋଗ୍ ଦେଇଥିବାର୍ ବେଲ୍‌କେ ବରଗଡ ଟାଉନ୍ ର୍ ୨୮ ଜନ ମହିଲା ଯୋଗ୍ ଦେଇଥିଲେ ।

ବରଗଡର୍ ମିନତୀ ସାହୁ କଁର୍ ଅଧୀନ୍ ଥି ଇ ୱାର୍କସପ୍ କରାଯାଏସି । ୱାର୍କ ସପ୍ ନେ ମେକଅପ୍ ଟ୍ରେନିଂ ଦିଆଯିବାର୍ ସାଙ୍ଗେ ସ୍କିନ୍ ଆର୍ ହେୟାର ସ୍ପେସାଲିଷ୍ଟ୍ ମାନେ ତାକଁର୍ ସୁନ୍ଦରତା ଆର୍ ଟ୍ରିଟ୍‌ମେଣ୍ଟ୍ ବାବଦ୍ ଥି କହିଥିଲେ । ଇ ପ୍ରତିଯୋଗିତା ନେ ବହୁତ୍ ନାଁ କରା ବ୍ୟୁଟିସିଆନ୍ ମାନକୁଁ ସମ୍ମାନିତ୍ କରାଯାଇଥିଲା । ଇ ୱାର୍କସପ୍ ଥି ହେଇଥିବାର୍ ର‌୍ୟାମ୍ପ୍ ୱାକ୍ ନେ ମିସ୍ ଇଣ୍ଡିଆ ଚାର୍ମିଂ ଫେସ୍ ଅର୍ପିତା ଦାସ୍ ସବକ୍‌ର ଲାଗି ଆକର୍ଷଣ ସାଜିଥିଲେ । ନାରୀ ଶକ୍ତି କେ ଆହୁରି ଆଗ୍‌କେ ନେବାର୍ ଲାଗି ଇ ପ୍ରତିଯୋଗିତା କରାଯାଇଥିଲା । ଆର୍ ଆସ୍ କରାଯାଉଛେ ଯେ ଇଟା ଗିନିଶ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ନେ ଯାଗା ପାଏବା ଆର୍ ଆମର୍ ଅଂଚଲ୍ ର ଭିଲ୍ ନାଁ ରଖବା ।

Leave A Reply

Your email address will not be published.