ମନ ଢୁଲିଆକଁର ଗୁଲଗୁଲା

ପଏସା ଅଭାବନୁ ହେଇନାଇଁ ପାରୁଥାଇ ଚିକିତ୍ସା, ଯୁବ ସଂଗଠନ୍ ଆରୁ ବରପାଲି ଏନଏସି ଆଡୁ ମିଲଲା ସାହାଜ୍

0

ଶେଷେ କଲାକାରକଁର ଦୁଃଖ୍ ବୁଝଲା ପ୍ରଶାସନ୍ ଆରୁ ଚିକିତ୍ସା ଲାଗି ଦିଆଗଲା ସାହାଜ୍ । ବରପାଲି ଟୁଙ୍ଗବନ୍ଦଲି ଦଣ୍ଡ ନାଚର ମୁଖ୍ୟ କଳାକାର ତଥା ଢୁଲିଆ ମନ୍ ଲୁହା ବନେ ଦିନ୍ ହେଲା ବେମାରନେ ପଡିଥିଲେ । ହେଲେ ପାଶେ ପଏସାପତର ନାଇଁ ଥିବାର ବେଲକେ ଛୁଆପିଲା ଭିଲ୍ କେହି ନାଇଁ ବୁଝଲେ କଥା । ଭଙ୍ଗା ଦଦରା କୁଡିଆନେ ତାକଁର ସ୍ତ୍ରୀ ଆରୁ ସେ ରହୁଥିଲେ । ପଛେ ସୋସିଆଲ୍ ମିଡିଆନୁ ଖବର ପାଇକରି ପଶ୍ଚିମ ଓଡ଼ିଶା ଯୁବାମଂଚ ଆଡୁ ସାହାଜ୍ ଲାଗି ହାତ ବଢେଇଥିଲେ । ବରପାଲି ଏନଏସିନେ ଯାଇକରି କହେଲା ଉତାରୁ ତାକୁଁ ମେଡିକାଲନେ ଭର୍ତ୍ତି କରାଯାଇକରି ଚିକିତ୍ସା କରାଯାଉଥିବାର ନେଇକରି ଜନାପଡିଛେ । ଗରିବି ଲାଗି ଘରେ ଅବସ୍ଥା ଖରାପ୍ ଥିବାର ବେଲକେ କଲାକାର ଭତ୍ତା, ଆବାସିକ୍ ଘର୍ ଲେଖେଁ ସୁବିଧାନୁ ଭିଲ୍ ବଂଚିତ୍ ରହିଛନ୍ । ଇ ସବୁ ଅଭିଯୋଗ ଉତାରୁ ବହୁତ ଜଲଦି ତାକୁଁ ସୁବିଧା ଯୁଗେଇ ଦିଆଯିବା ବଲି ଟିଆ ଦେଇଛନ୍ ଏନଏସି ଅଧିକାରୀ । ବିଧାୟିକା ରୀତା ସାହୁକଁର ଭିଲ୍ ପ୍ରତିକ୍ରିୟା ମିଲିଥିବାର ବେଲକେ ସେ ଇ ସବୁ ସମସ୍ୟାର ସମାଧାନ୍ ଲାଗି ବେବସ୍ଥା କରାଯିବା କହିଛନ୍ ।

Leave A Reply

Your email address will not be published.