ହୀରାକୁଦ୍‌ନେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‌

ହୀରାକୁଦ୍‌ ଇକୋରିଟ୍ରିଟ୍‌ ର ମଜା ଉଠାଲେ ପର୍ଯ୍ୟଟକ୍‌

0

ରାଜ୍ୟ ସରକାରକଁର୍‌ ଆଡୁ ରାଏଜର୍‌ ୫ଟା ଭିନ୍‌ ଭିନ୍‌ ଯାଗାନେ ଇକୋରିଟ୍ରିଟ୍‌ ଆରମ୍ଭ ହେଇଛେ । ସେଭିତରୁ ସମ୍ବଲପୁର୍‌ର ହୀରାକୁଦ୍‌ ନେ ପହେଲା ଥର୍‌ ଲାଗି ଇକୋରିଟ୍ରିଟ୍‌ କରାଯାଇଛେ । ତାର୍‌ ସବୁ ପ୍ରସ୍ତୁତି ପହେଲା ନୁ ସରିଯାଇଥିବାର୍‌ ବେଲେ ଆଏଜ ତାର୍‌ ଉଦ୍‌ଘାଟନ୍‌ କରାଯାଇଛେ । ରାଜ୍ୟ ସରକାର୍‌ ଭିଡିଓ କନଫରେନ୍ସ୍‌ ଜରିଆ ନେ ଇକୋରିଟ୍ରିଟ୍‌ ର୍‌ ଉଦ୍‌ଘାଟନ୍‌ କରିଥିଲେ । ଉଦ୍‌ଘାଟନୀ ଉତ୍ସବନେ ଓଟିଡିସି ଚେୟାରମେନ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଭିଲ୍‌ ଉପସ୍ଥିତ୍‌ ଥିଲେ ।

 

ହୀରାକୁଦ୍‌ ଜାମାଦାର୍‌ପାଲିର୍‌ ଏୟାରଷ୍ଟ୍ରିପ୍‌ ଅଂଚଲ୍‌ କେ ଇକୋ ରିଟ୍ରିଟ୍‌ ଲାଗି ଆଗରୁ ବଛା ଯାଇଥିଲା ଆର୍‌ ତାର୍‌ ଉତାରୁ ତାକେ ବହୁତ୍‌ ସୁନ୍ଦର୍‌ ହିସାବେ ପର୍ଯ୍ୟଟକ୍‌ ମାନକଁର୍‌ ଲାଗି ସଜାଯାଇଛେ । ଯେନ ପର୍ଯ୍ୟଟକ୍‌ ମାନକଁର୍‌ ରହେବାର୍‌ ,ଖାଇବାର୍‌ ଆର୍‌ ମନୋରଞ୍ଜନ୍‌ ଲାଗି ରାଏଜର୍‌ ପର୍ଯ୍ୟଟନ୍‌ ବିଭାଗ୍‌ ଆଡୁ ସବୁ ବ୍ୟବସ୍ଥା କରାଯାଇଛେ । ଆଏଜ୍‌ନୁ ଫେବୃଆରୀ ମାସର୍‌ ଶେଷ୍‌ ତକ୍‌ ଧରିକରି ଇଟା ଚାଲ୍‌ବା ବଲିକରି ଆଗରୁ ସ୍ଥିର୍‌ କରାଯାଇଛେ । ରାଜ୍ୟ ସରକାରକଁର୍‌ ସୂଚନା ଅନୁସାରେ କରୋନା ମହାମାରୀ ଲାଗି ବହୁତ୍‌ ଅସୁବିଧାର୍‌ ସାମ୍ନା ହେଉଥିବାର୍‌ ପର୍ଯ୍ୟଟନ କ୍ଷେତ୍ର ଆର୍‌ ହୋଟେଲ୍‌ ମାନକଁର୍‌ ସୁବିଧା ଲାଗି ଇଟା ଓଡିଶାର୍‌ ପ୍ରାୟ ଜାଗା ମାନକୁଁ କରାଯାଇଛେ । ହୀରାକୁଦ୍‌ ସାଙ୍ଗେ କୋଣାର୍କ, ଦାରିଙ୍ଗୀବାଡି, ସାତକୋଶିଆ ଆର୍‌ ଭିତର୍‌କନିକା ଲେଖେ ୫ଟା ଜାଗା ନେ ଇକୋ ରିଟ୍ରିଟ୍‌ କରାଯାଇଛେ । ହୀରାକୁଦ୍‌ ଇକୋ ରିଟ୍ରିଟ୍‌ ନେ ପର୍ଯ୍ୟଟକ୍‌ ମାନକଁର୍‌ ଲାଗି ବୋଟିଂ ସୁବିଧା ସାଙ୍ଗେ ଜେଟ୍‌ ସ୍କି , ବନାନା ରାଇଡ୍‌ , ଡେବ୍ରିଗଡ୍‌ ସଫାରୀ ,ରୋପୱେ, ସାକେଲ୍‌ ରାଇଡ, ରାଇଫଲ୍‌ ସୁଟିଂ ଆର୍‌ ଆଦିର୍‌ ମଜା ନେଇ ପାର୍‌ବେ ।

ପର୍ଯ୍ୟଟକ୍‌ ମାନକଁର୍‌ ମନୋରଞ୍ଜନ୍‌ ଲାଗି ସବୁଦିନ୍‌ ସଂନ୍ଧ୍ୟାନେ ସାଂସ୍କୃତିକ୍‌ କାର୍ଯ୍ୟକ୍ରମ୍‌ ର ଆୟୋଜନ୍‌ କରାଯାଉଛେ । ପର୍ଯ୍ୟଟକ୍‌ ମାନକଁର୍‌ ସଂଖ୍ୟା କେ ଦେଖିକରି ବୋଟ୍‌ ସଂଖ୍ୟା ଅଧିକା କରାଯାଇଛେ । ରହେବାର୍‌ ଲାଗି କଟେଜ୍‌ ର ସୁବିଧା ଥିବାର୍‌ ବେଲେ ତାର୍‌ ଦାମ୍‌ ୭ ହଜାର୍‌ ଟକାଁ ନୁ ଆରମ୍ଭ ହେଇକରି ୧୪ ହଜାର୍‌ ଟକାଁ ରହିଛେ । ସେଥି ୨୦ଟା ପ୍ରିମିୟମ୍‌ ଆର୍‌ ୫ଟା ରୟାଲ୍‌ ଟେଣ୍ଟ୍‌ ରହିଛେ । ପର୍ଯ୍ୟଟକ୍‌ ମାନକଁର ସୁରକ୍ଷା ବ୍ୟବସ୍ଥାକେ ଦେଖିକରି ୨୪ ଘଣ୍ଟିଆ ପୁଲିସ୍‌ କଣ୍ଟ୍ରୋଲ୍ ରୁମ୍‌ କରାଯାଇଛେ । ଡିସେମ୍ବର୍‌ ୮ ତାରିଖ ହେବାର୍‌କେ ଥିବାର୍‌ ଇକୋରିଟ୍ରିଟ୍‌ ର ଉଦ୍‌ଘାଟନ୍‌ ଉତ୍ସବ୍‌କେ ଭାରତ୍‌ ବନ୍ଦ ଲାଗି ଆଏଜ୍‌ ଉଦ୍‌ଘାଟନ୍‌ କରାଯାଇଛେ ।

Leave A Reply

Your email address will not be published.