ସର୍‌ପଂଚ ନୁ ମୁଖ୍ୟମନ୍ତ୍ରୀ ତକ୍ ସଭେ ଦେବେ ସମ୍ପତ୍ତିର୍ ତାଲିକା

ଦୂର୍ନୀତି କେ ହଟାବାର ଲା୍‌ଗି ରାଜ୍ୟ ସରକାରକଁର୍ ନୂଆ ପଦକ୍ଷେପ୍

0

ଆମର୍ ରାଏଜେ ସବୁଦିନ୍ ଗୁଟେ ଗୁଟେ ଦୁର୍ନୀତି ର୍ ଘଟନା ସାମ୍ନାକେ ଆସୁଛେ । ଆର୍ ଇ ଦୁର୍ନୀତି ଲାଗି ଆମର୍ ରାଏଜର୍ ବିକାଶ୍ ଦିଗେ ବହୁତ୍ ଅସୁବିଧା ହେଉଛେ । ହେଲେ ଇ ଦୁର୍ନୀତି କେ ବନ୍ଦ କରବାର୍ ଲାଗି ଆମର୍ ରାଜ୍ୟ ସରକାର୍ ବହୁତ୍ ବଡ ପଦକ୍ଷେପ୍ ନେଇଛନ୍ । ରାଏଜର୍ ସବୁ ନେତା, ମନ୍ତ୍ରୀ, ସରକାରୀ କର୍ମଚାରୀ ମାନକୁଁ ସବୁ ବରଷ୍ ତାକଁର୍ ମୋଟ୍ ସମ୍ପତିର୍ ଗୁଟେ ତାଲିକା ଦେବାର୍ କେ ପଡବା ବଲି ସେ ତାକଁର କାର୍ଯ୍ୟକାରିଣୀ ବୈଠକ୍‌ନେ କହିଛନ୍ । ଯେନ୍‌ଟା ରାଏଜ୍ ସାରା ସବୁ ଲୋକ୍‌ମାନେ ପାଇପାର୍‌ବେ । ଆର୍ ସବୁ ସମ୍ପତ୍ତିର୍ ତାଲିକା ଲୋକାୟୁକ୍ତକଁର୍ ପାସେ ଦାଖଲ୍ କରାଯିବା ବଲିକରି ଶ୍ରୀ ନବୀନ ପଟ୍ଟନାୟକ୍ ଘୋଷଣ୍‌ା କରିଛନ ।

ଦୁର୍ନୀତି କରବାର୍ ଥି ଓଡିଶା ସବୁନୁ ଆଗେ ଅଛେ ବଲିକରି ଅଲଗା ପାର୍ଟି ର ନେତା ମାନେ ଅଭିଯୋଗ ଆନିଥିବାର୍‌ନୁ ଦୁର୍ନୀତି କେ କମ୍ କରବାର୍ ଲାଗି ସରକାର୍ ଇ ପଦକ୍ଷେପ୍ ନେଇଛନ୍ । ବିଜେଡିର୍ ସାଂସଦ୍ ମାନକୁଁ ନିଜର୍ ଆଡୁ ସମ୍ପତ୍ତିର୍ ତାଲିକା ଦେବାର୍ ଲାଗି ସର୍‌କାର୍ ନି୍‌ର୍ଦ୍ଦେଶ୍ ଦେଇଛନ୍ । ନୁଆ କର୍ମଚାରୀ ନୁ ଆରମ୍ଭ୍ କରିକିନା ମୁଖ୍ୟ ଶାସନ୍ ସଚିବ୍ ତକ୍ ସମସ୍ତେ ତାକଁର୍ ସମ୍ପତ୍ତିର ତାଲିକା ଦାଖଲ୍ କର୍‌ବାର୍ କେ ବାଧ୍ୟ ବଲିକରି କୁହାଯାଇଛେ । ଦୁର୍ନୀତି କେ ଦେଖିକରି ଶ୍ରୀ ନବୀନ ପଟ୍ଟନାୟକ୍ କହିଥିଲେ ଯେ ପହେଲା ନୁ ହି ସେ ଦୁର୍ନୀତି ବିରୋଧ୍ ଥି ଲଢିଆସୁଛନ୍ । ସମାଜ୍‌ନେ ଥିବାର୍ ଅସମାନତା କେ ଦୂର କରବାର୍‌କେ ହେଲେ ଦୁର୍ନୀତି ହଟାବାର୍ ଟା ଜରୁରୀ ଆଏ । ଦୂର୍ନୀତି ହଟଲେ ଯାକିର୍ ଓଡିଶା ଦେଶର୍ ଏକ୍ ନମ୍ବର୍ ରାଏଜ୍ ହେଇପାରବା ଆର୍ ସେଥିର୍ ଲାଗି ସବୁ ଲୋକ୍‌ମାନେ ଦୂର୍ନୀତି ବିରୋଧ୍ ନେ ଲଢୁନ ବଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ କହିଛନ୍ ।

Leave A Reply

Your email address will not be published.