ଓଡିଶାନେ ସେନ୍‌ଚୁରୀ

ଓଡିଶା ନେ ପ୍ରେଟ୍ରୋଲ୍ ଦାମ୍ ୧୦୦ ପାର୍‌

0

ପେଟ୍ରୋଲ୍ ଦାମ୍ ଇହାଦେ ଆକାଶ୍ ଛୁଆଁ । ଦେଶର୍ ସବୁଆଡେ ପେଟ୍ରୋଲ୍ ଦାମ୍ ହୁ ହୁ ହେଇକରି ବଢୁଛେ । ପହେଲା ରାଜସ୍ଥାନ ର ଗଙ୍ଗାନଗର୍ ନେ ପେଟ୍ରୋଲ୍ ଦାମ୍ ୧୦୦ ଟକାଁ ଛୁଇଁ ଥିବାର୍ ବେଲ୍‌କେ ଇହାଦେ  ଓଡିଶା ନେ ପେଟ୍ରୋଲ୍ ଦାମ୍ ୧୦୦ ଛୁଇଁଛେ । ଓଡିଶାର୍ ମାଲ୍‌କାନଗିରି ଜିଲ୍ଲା ର କାଲିମେଳା ବ୍ଲକ୍ ନେ ପେଟ୍ରୋଲ୍ ଦାମ୍ ଶହେ ଟପିଛେ । ଓଡିଶା ର୍ ସବୁ ଆଡେ ପେଟ୍ରୋଲ୍ ଦାମ୍ ୧୦୦ ପାଖାପାଖି ରହିଛେ ଆର୍ ସେ ନେଇକରି ସାଧାରଣ ଲୁକକଁର୍ ଚିନ୍ତା ବଢିଛେ । ଲଗାତାର୍ ପେଟ୍ରୋଲ୍ ଦାମ୍ ବଢିଥିବାର୍ ନୁ ଲୁକକଁର୍ ଆର୍ଥିକ୍ ପରିସ୍ଥିତି ଉପ୍‌ରେ ବି ପ୍ରଭାବ୍ ପଡୁୁଛେ । ପଶ୍ଚିମଓଡିଶାନେ ବି ପେଟ୍ରୋଲ୍ ଦାମ୍ ୯୫ , ୯୬ ଟକାଁ ଉପ୍‌ରେ ରହିଥିବାର୍ ବେଲ୍‌କେ ୧୦୦ ଟପିକେ ଆର୍ ଡେରି ନାଇନ । ପେଟ୍ରୋଲ୍ ଦାମ୍ ବଢୁଥିବାର୍ ନୁ ଓଡିଶାର୍ ବିଧାନସଭା ନେ ବି ତେଲର୍ ତାତି ଦେଖ୍‌ବାର୍ କେ ମିଲିଛେ । ବିଧାନସଭା ନେ ବିରୋଧୀ ଦଲ୍ ନେତା ମାନେ ସାଇକିଲ୍ ଚଲେଇକରି ତେଲର୍ ଦାମ୍ ବଢବାର୍ ଉପରେ୍ ବିକ୍ଷୋପ୍ ଦେଖେଇଥିଲେ । ସେଆଡେ ଟିକସ୍ କମ୍ କର୍‌ବାର୍ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ୍ କହିଛନ୍ । ପେଟ୍ରୋଲ୍ ଦାମ୍ ବଢବାର ଲାଗି ସାଧାରଣ ଲୁକକଁର୍ ମୁଡେ ଚଡକ୍ ପଡିଛେ । ସେଆଡେ ପେଟ୍ରୋଲିୟମ୍ ମିନିଷ୍ଟର୍ ଧମେନ୍ଦ୍ର ପ୍ରଧାନ୍ କୋଭିଡ ମହାମାରୀ ଲାଗି ବିଶ୍ୱ ନେ ତେଲର୍ ଉତ୍ପାଦନ୍ ଭଲ୍‌ସେ ହେଇ ନାଈପାର୍‌ବାର୍ ସେଥିର୍ ଲାଗି ପେଟ୍ରୋଲ୍ ଆର୍ ଡିଜେଲ୍ ଦାମ୍ ବଢୁଛେ ବଲି ସେ କହିଥିଲେ । ହେଲେ ଆଗ୍‌କେ ବହୁତ୍ ଜଲ୍‌ଦି ପେଟ୍ରୋଲ୍ ଆର୍ ଡିଜେଲ୍ ଦାମ୍ କମ୍‌ବା ବଲିକରି ସେ ସୂଚନା ଦେଇଛନ୍ । ହେଲେ କେବେ ସେ ପେଟ୍ରୋଲ୍ ଆର୍ ଡିଜେଲ୍ ର୍ ଦାମ୍ କମ୍‌ବା ସେଟା ଦେଖବାର୍ କେ ରହେଲା ।

Leave A Reply

Your email address will not be published.