ରାଜ୍ୟନେ ଟିକାକରଣ ନେଇକରି ନୂଆଁ ସୂଚନା

ଭୁବନେଶ୍ୱରନେ କୋଭାକ୍ସିନ୍ ଆରୁ ରାଜ୍ୟର ବାକି ଜାଗାନେ କୋଭିସିଲ୍ଡ ଟିକା ଦିଆଯିବା

0

ଭାରତନେ ଟିକାକରଣ ଲାଗି ସବୁ ରାଜ୍ୟ ମାନକେ ଟିକା ପଠାଯିବାର କାମ୍ ମୁଲ ହେଇଛେ । ଗଲା କାଲି ଓଡ଼ିଶାନେ ଭିଲ୍ କରୋନା ଟିକା ପୁହୁଁଚିଛେ । ଭୁବନେଶ୍ୱର ବିମାନବନ୍ଦରନେ କରୋନା ଟିକା ପୁହୁଞ୍ଚିଲା ଉତାରୁ ଇଟା ଦୁଶରା ଜିଲ୍ଲା ମାନକେ ଭିଲ୍ ପଠାଯାଉଛେ । ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍‌ନୁ ସବୁ ଟିକା ଆସିଛେ । ଭୁବନେଶ୍ୱରନେ କୋଭାକ୍ସିନ୍ ଟିକା ୯ ହଜାର ଲୁକକୁଁ ଦିଆଯିବାକେ ଥିବାର ବେଲକେ ରାଜ୍ୟର ଦୁଶରା ଜାଗା ମାନକେ ୧,୮୩,୫୫୫ଜନ୍ ହିତାଧିକାରୀକୁଁ କୋଭିସିଲ୍ଡ୍ ଟିକା ଦିଆଯିବା । ଇଟା ନେଇକରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଆଡୁ ସୂଚନା ଦିଆଯାଇଛେ । ପହେଲା ଖେପ୍‌ନେ ରାଜ୍ୟର ସବୁ ଆଗଧାଡିର କରୋନା ଯୋଦ୍ଧାକୁଁ ଟିକାକରଣ କରାଯିବାର ନେଇକରି ନିର୍ଦ୍ଦେଶ ଦିଆଯାଇଛେ । ସେଆଡେ ଆଏବାର ୧୬ ତାରିଖନୁ ରାଜ୍ୟନେ ଟିକାକରଣ ଆରମ୍ଭ ହେବାକେ ଯାଉଛେ । ରାଜ୍ୟର ଭିନ୍ ଭିନ୍ ଜାଗାନେ ୧୬୦ଟା ଟିକାକରଣ କେନ୍ଦ୍ରନେ ଫିଦିନ୍ ଶହେ ଜନକୁ ଟିକା ଦିଆଯିବା । ସଖାଲର ୯ ବଜାନୁ ବେଲବୁଡାର ୫ ବଜା ତକ୍ ଟିକାକରଣ କରାଯିବାର ନେଇକରି କହିଛନ୍ ଏସସିବିର ଭେଷଜ ବିଭାଗର ମୁକ୍ୟ ଆରୁ ରାଜ୍ୟ କୋଭିଡ ପରିଚାଳନା ବୈଷୟିକ ପରାମର୍ଶଦାତା ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା ।

Leave A Reply

Your email address will not be published.