ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ୍ କରୋନା ଲାଗି ନୁକସାନ୍ ଥି ଚାଲିଥିବାର ଦେଶ୍ର ଅର୍ଥନୀତିକେ ସୁଧ୍ରାବାର ଲାଗି ଗୁରୁବାର ଦିନ ଗୁଟେ ବଡଭାରି ପ୍ୟାକେଜ୍ ଘୋଷନା କରିଛନ୍ । ସେଟାକେ ଆତ୍ମନିର୍ଭରଶୀଲ୍ ଭାରତ୍ ୩.୦ ଯୋଜନା ବୋଲିକରି ନା ଦିଆଯାଇଛେ । ୨,୬୫,୦୮୦କୋଟିର ଟଁକାର ଇ ଯୋଜ୍ନାନେ ବହୁତ ଲୋକ ଲାଭ ପାଏବେ ଆର୍ ଦେଶ୍ନେ ନିଯୁକ୍ତି ବଢବା । ଇ ୍ଯୋଜନାନେ ୧୨ଟା ବଡ୍ କାମ୍ ହାତ୍କେ ନିଆ ଯାଉଛେ ବୋଲି ସୀତାରମଣ କହିଛନ୍ । ଯୋଜ୍ନାର ମୋଟ୍ ୨୯,୮୭,୬୪୧କୋଟି ଟଁକା ଆମର ଦେଶର ମୋଟ୍ ଜିଡିପିର ୧୫ଧ । ଆତ୍ମନିର୍ଭର ଭାରତ ୩.୦ ହିସାବେ ଘର ଘିନୁ ଥିବାର ଆର୍ ବିକୁ ଥିବାର ଲୋକ ମାନକୁଁ ଆୟକର ଦେବାର କେ ନାଇ ପଡେ । ୨ କୋଟି ଟକାଁ ର ଘର କିନା ବିକା ଲାଗି ଇ ଛାଡ୍ ଦିଆଯିବା । କରୋନା ମହାମାରିନେ ଦେଶର୍ ଆର୍ଥିକ୍ ସ୍ତିତିକେ ଦେଖିକରି ଇ ଯୋଜନା କରାଯାଉଛେ । ଆର୍ ଦେଶନେ କରୋନା ଟିକାର ବିକାଶ କରବାର ଲାଗି ୯୦୦ କୋଟି ଟକାଁର ସୁବିଧା କରାଯାଇଛେ । ଆର୍ ପ୍ରଧାନ ମନ୍ତ୍ରୀ ଗୃହ ନିର୍ମାଣ୍ ଯୋଜନା ଲାଗି ୧୮ହଜାର୍ କୋଟି ଟକାଁ ଘୋଷନା୍ କରାଯାଇଛେ । ଇ ଯୋଜନାନେ ୧୨ ଲାଖ୍ନୁ ଅଧିକା ଘର୍ ତିଆରି କରାହେବା ତାର ଲାଗି ୭୮ ଲାଖ୍ର ନୁଆ ନିଯୁକ୍ତି ଦିଆଯିବା ଯେନଥିକି କରୋନା ସମିୟାନେ ଚାକରି ହରେଇଥିବାର ଲୋକ ମାନକୁଁ ସୁଯୋଗ ଦିଆଯିବା । ଆର୍ ଭିନ୍ ଭିନ୍ ରୋଜ୍ଗାର ଲାଗି ଭିଲ୍ ୧୫ କୋଟି ଟକାଁର୍ ସରକାରୀ ସାହାଯ୍ୟ ମିଲବା । ଚାଷୀ ମାନକୁଁ ଭିଲ୍ ରିହାତି ଟକାଁନେ ସାର୍ ଦିଆଯିବାର୍ ଲାଗି ୬୫,୦୦୦ କୋଟି ଟକାଁର ସୁବିଧା କରାଯାଇଛେ । ଇ ସବୁ ଯୋଜନା ଲାଗି ଆମର ଦେଶ୍ ର ଅର୍ଥନୀତି ସୁଧ୍ରିବା ବୋଲି ନିର୍ମଲା ସୀତାରମଣ କହିଛନ ।