ପରଲୋକନେ ପହେଲାର ବାଚସ୍ପତି ଶରତ କର

୮୧ ବଛରନେ ଘରୋଇ ଡାକ୍ତରଖାନାନେ ଦେହାନ୍ତ

0

ଓଡ଼ିଶା ବିଧାନସଭାର ପହେଲାର ବାଚସ୍ପତି ତଥା ପୁରଖା ବିଜେଡ ନେତା ଶରତ କୁମାର କରଙ୍କର ପରଲୋକ । ଆଝି ୮୧ ବଛର ବୟସନେ ଭୁବନେଶ୍ୱରର ଗୁଟେ ଘରୋଇ ମେଡିକାଲନେ ତାଙ୍କର ନିଧନ୍ ହେଇଛେ । ଗଲା କିଛି ଦିନ ହେଲା ତାକଁର ଦିହ ଖରାପ ଥିବାରନୁ ମେଡିକାଲନେ ଭର୍ତ୍ତି ହେଇକରି ଚିକିତ୍ସିତ ହେଇ ଆସୁଥିଲେ । ଶ୍ରୀ କରଙ୍କର ଦେହାନ୍ତ ଖବର ବାଦ୍ ରାଜନୈତିକ ମହଲ ତଥା ତାକଁର ରାଜନୈତିକ କର୍ମକ୍ଷେତ୍ର ମାହାଙ୍ଗା ଅଂଚଲନେ ଦୁଃଖର ଛାୟା ଖେଲିଯାଇଛେ ।

ଝନେ ସଫଲ ରାଜନେତା ଭାବେ ଖୋବଟେ ନାଁ କରିପାରିଥିଲେ ଶରତ କର । ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀନୁ ଓଡ଼ିଶା ବିଧାନସଭାକେ ନିର୍ବାଚିତ ହେଇଥିଲେ । ୧୯୭୧ ସାଲେ ଶିକ୍ଷା ଆର ସଂସ୍କୃତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲେଇଥିଲେ । ଓଡ଼ିଶା ରାଜନୈତିକ ଇତିହାସନେ ଶ୍ରୀ କର ଥିଲେ ସର୍ବ କନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ । ।ସ ମାର୍ଚ୍ଚ ୧୦ ୨୦୦୦ନୁ ୨୧ ମେ ୨୦୦୪ ତକ୍ ଦ୍ୱାଦଶ ବିଧାନସଭାର ବାଚସ୍ପତି ରହିଥିଲେ । ଖାଲି ରାଜନୀତିରେ ନୁହେଁ ସାହିତ୍ୟ କ୍ଷେତ୍ରରେ ଭିଲ ଶରତ କରଙ୍କର ପାରଦର୍ଶିତା ଖୋବଟେ ଥିଲା ।

Leave A Reply

Your email address will not be published.