ଜିଦ୍‌ନେ ଚାଷୀ

ଆହୁରି ଜୋରଦାର୍ ହେବା ଚାଷୀ ଆନ୍ଦୋଲନ୍‌, ସିଂଘୁ ଆରୁ ଗାଜିପୁର ସୀମାନେ ସାମିଲ ହେଉଛନ୍ ଶହ ଶହ ଚାଷୀ

0

ଇହାଦେ ଭିଲ୍ ନୂଆଁ କୃଷି ଆଇନ୍ ବିରୋଧନେ ଜାରି ରହିଛେ ଚାଷୀ ଆନ୍ଦୋଲନ୍ । ପ୍ରଶାସନ୍ , ପୁଲିସର ଅଟକାବାର ଉତାରୁ ଭିଲ୍ ଚାଷୀ ନିଜର ଜିଦ୍‌ନେ ରହିଛନ୍ । ସିଂଘୁ ଆରୁ ଗାଜିପୁର ସୀମା ଧାରନାଥି ଚାଷୀକଁର ସଂଖ୍ୟା ବଢବାରନେ ଲାଗିଛେ । ହରିୟାଣା ଆରୁ ପଞ୍ଜାବରୁ ଶହ ଶହ ଚାଷୀ ଆନ୍ଦୋଳନନେ ସାମିଲ୍ ହେବାର ଲାଗି ଆସୁଛନ୍ । ଗଲାକାଲି ମୁଜାଫରନଗରନେ ହେଇଥିବାର ଚାଷୀ ବୈଠକନେ ଇତାକେ ଆହୁରି ଜୋର୍ କରବାର ଲାଗିଥିବାର ନେଇକରି ନିଷ୍ପତ୍ତି ନିଆଯାଇଛେ । ମୁଜାଫରନଗର ଆରୁ ପଶ୍ଚିମ ଉତ୍ତରପ୍ରଦେଶର ଚାଷୀ ଦିଲ୍ଲୀ ଯିବେ । ଆନ୍ଦୋଲନକେ ବଢାବାର ଲାଗି ଯିବେ ଆରୁ ଇତାର ସାଙ୍ଗେ ସରକାରକଁର ସାଙ୍ଗେ ଥିବା ଆଲୋଚନା ଲାଗି ନୂଆଁ ପ୍ଲାନ୍ କରବେ । ସେଆଡେ ସୀମାନେ ପୁଲିସ ଫୋର୍ସ ମୁତୟନ୍ କରାଯାଇଛେ । ସରକାର ଆରୁ ଚାଷୀ ସଂଗଠନ୍ ଭିତରେ ଇ ନେଇକରି ବାରମ୍ବାର ବୈଠକ ଚାଲିଥିଲେ ଭିଲ୍ କେନସି ସମାଧାନ୍ ନାଇଁ ହେଇପାରବାର । ଦୁଶରା ଆଡେ ଚାଷୀ ଭିଲ୍ ନିଜର ଜିଦ୍‌ନେ ରହିଛନ୍ ଯେନଥିର ଲାଗି ଇହାଦେ ଚିନ୍ତା ଆହୁରି ବଢିଛେ ।

Leave A Reply

Your email address will not be published.