ବାହାରିଲା ଓଜେଇଇ ରେଜଲ୍ଟ

ଟିଟାଲାଗଡ଼ର ସୋଭିତ୍ ପଟେଲ ଓଜେଇଇ ଟପର୍‌, ଲାଟେରାଲ ଏଣ୍ଟ୍ରି ଫାର୍ମାସୀନେ କଳାହାଣ୍ଡିର ଗୁଣକର ଟପ୍‌

0

ବାହାରିଲା ଓଜେଇଇ ରେଜଲ୍ଟ । ବି.ଟେକ୍‌, ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍ ଲେଖେଁ ୧୧ଟା ପାଠ୍ୟକ୍ରମନେ ନାଁଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଆଜି ବାହାରିଛେ । ଇ ବଛର ମୋଟ ୭୯ ହଜାର ୭୫୪ ଝନ୍ ଛାତ୍ରଛାତ୍ରୀ ନାଁ ପଞ୍ଜୀକରଣ କରିଥିବାର ବେଲକେ ୪୯ ହଜାର ୨୬୭ ଝନ୍ ପରୀକ୍ଷା ଦେଇଥିବାର ଛାତ୍ରଛାତ୍ରୀକୁଁ ର‌୍ୟାଙ୍କ ଦିଆଯାଇଛେ । ପରୀକ୍ଷା ରେଜଲ୍ଟ ଜାନବାର ଲାଗି ଅନ୍‌ଲାଇନ୍‌ନେ www.ojee.nic.in ନାଇଁହେଲେ www.odishajee.com କେ ଯାଇକରି ନିଜର ଫଲାଫଲ ଦେଖିପାରବେ ।

ଓଜେଇଇ ପରୀକ୍ଷାନେ ବଲାଙ୍ଗିର ଟିଟାଲାଗଡ଼ର ସୋଭିତ୍ ପଟେଲ ଟପର୍ ହେଇଛନ୍ । ଶୋଭିତ୍ ପରୀକ୍ଷାନେ ୮୯.୨ ଭାଗ୍ ନମ୍ବର ରଖିକିନା ଟପ୍ କରିଛନ୍ । ମୋଟ୍ ୫ଶହ ମାର୍କନୁ ୪୪୬ ନମ୍ବର ରଖିଛନ୍ ଶୋଭିତ୍ । ସେ ଫି ଦିନ୍ ୮ନୁ ୯ ଘଂଟା ପରିଶ୍ରମ କରୁଥିବାର କହିଛନ୍ ଆରୁ ନିଜର ପରିଶ୍ରମର ସବୁ ଶ୍ରେୟ ତାକଁର ମାଁ ବାପା ଆରୁ ଶିକ୍ଷକକୁଁ ଦେଇଛନ୍ । ସେଆଡେ ଲାଟେରାଲ ଏଣ୍ଟ୍ରି ଫାର୍ମାସୀନେ କଳାହାଣ୍ଡିର ଗୁଣକର ଟପ୍ କରିଛନ୍ । ଗୁଣକରକଁର ଘର କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍ ସରଗୁଲ ମାଲପଡ଼ା ଗାଁନେ । ଫି ଦିନ୍ ୬ ଘଂଣା ପରିଶ୍ରମ କରିକିନା ସେ ଓଜେଇି ଲାଗି ତୟାରି କରୁଥିଲେ ବଲିକରି କହିଛନ୍ । ଗୁଣକର ଇହାଦେ ଫାର୍ମାସି ମେଡିସିନ୍‌ଥି ଗବେଷଣା କରବାର ଲକ୍ଷ୍ୟ ରଖିଛନ୍ ।

Leave A Reply

Your email address will not be published.