କରୋନା ଲାଗି ଲାଗୁ ହେଲା ନୁଆ ଗାଇଡଲାଇନ୍‌

କେହେନସିନେ ଆର୍‌ ନାଇ ହୁଏ ଲକ୍‌ଡାଉନ୍‌

0

କରୋନା ଲାଗି ନୁଆ ଗାଇଡଲାଇନ୍‌ ଲାଗୁ କରିଛନ୍‌ କେନ୍ଦ୍ର ସରକାର୍‌ ଯେନଟାକି ଆଏବାର୍‌ ଡିସେମ୍ବର୍‌ ୧ନୁ ଲାଗୁ ହେଇକରି ୩୧ ତକ୍‌ କଡାକଡି ହିସାବେ ଲାଗୁ ହେବା ବୋଲି କେନ୍ଦ୍ର ସରକାର୍‌ର୍କଁର ଆଡୁ ବିଜ୍ଞପ୍ତି ପ୍ରକାଶ ପାଇଛେ । ଯେନଥିକି କେନ୍ଦ୍ର ସରକାର୍କଁର୍‌ ବିନା ଅନୁମତିଥି କେନସି ରାଏଜନେ ଲକ୍‌ ଡାଉନ୍‌ କରି ନାଇପାରନ୍‌ । ରାଏଜ୍‌ନେ କେତେଟା କଟକନାଥି ରାତ୍ରିକାଲୀନ କର୍ଫ୍ୟୁ କରିପାରବେ । କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ମାନକୁଁ ଲକ୍‌ଡାଉନ୍‌ ଲାଗି ରହେବା ହେଲେ ଡାକ୍ତରୀ କାମ୍‌ ଆର୍‌ ଜରୁରକାଲୀନ୍‌ ସେବା ସବୁ ହେବା ବୋଲି ନୁଆ ଗାଇଡଲାଇନ୍‌ଥି ଲେଖା ହେଇଛେ । ହେଲେ ଇଥର ନୁଆ କୋଭିଡ-୧୯ ଗାଇଡଲାଇନ୍‌ ହିସାବେ ସରକାରକଁର୍‌ କେତେଟା ନିୟମ ବଦ୍‌ଲିଛେ । ନୁଆ ନିୟମ୍‌ ହିସାବେ ଅନ୍ତର୍ଜାତୀୟ ବିମାନ୍‌ବନ୍ଦର୍‌ଥି ଯାତ୍ରୀ ମାନକୁଁ ଅନୁମତି ମିଲବା , ୫୦ଧ ସିନେମାହଲ୍‌ ଚାଲୁହେବା । ସୁଇମିଂପୁଲ୍‌ ଲେଖେ ଯାଗାମାନେ ଖେଲ୍‌କୁଦ୍‌ ଶିଖବାର୍‌ ଲାଗି ଖୁଲା ରହେବା । ସାଂସ୍କୃତିକ୍‌ କାର୍ଯ୍ୟକ୍ରମ୍‌ ସବୁ ବି ୫୦ ଜନକୁ ନେଇକରି କରାଯାଇପାରବା । ହେଲେ ଯେନ୍‌ ଯାଗାର୍‌ ସଂକ୍ରମିତ୍‌ ଲୋକ୍‌ ସଂଖ୍ୟା ଗୁଟେ ହପ୍ତାଥି ୧୦ଧନୁ ବେଶୀ ଥିବା ସେନ ଅଫିସ୍‌ ସମିୟାକେ ବଦ୍‌ଲା ଯିବାର୍‌ ନିୟମ୍‌ ରହିଛେ । ସଂକ୍ରମିତ୍‌ ଲୋକ୍‌ମନକଁର୍‌ କନ୍‌ଟାକ୍ଟ୍‌ନେ ଆସିଥିବାର୍‌ ଲୋକ୍‌ ମାନକଁର୍‌ ଟ୍ରାକିଂ କରାଯିବାର୍‌ ସାଙ୍ଗେ ତାକୁଁ ହୋମ୍‌ କୋରେଣ୍ଟିନ୍‌୍‌ ରେ ରଖାଯିବା । ହାଟ୍‌ ବଜାର୍‌ ଲାଗି ଭିଲ୍‌ ଅଲଗା ନିୟମ୍‌ ବାହାର୍‌ କରାଯିବା । ମୁହୁଁନେ ମାସ୍କ୍‌ ଆର୍‌ ସାମାଜିକ୍‌ ଦୁରତା ରଖବାର୍‌ ନିୟମ୍‌କେ କଡାକଡି କରାଯିବା ।

Leave A Reply

Your email address will not be published.