ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀ ବଢାଲେ ଚିନ୍ତା

କରୋନାର ନୂଆଁ ଷ୍ଟ୍ରେନ୍ ନେଇକରି ବଢଲା ଚିନ୍ତା, ୧୪ ଦିନେ ୧୨ଟା ଜିଲ୍ଲାକେ ୬୧ ଜନ୍ ଆସିଛନ୍ ବ୍ରିଟେନ୍‌ନୁ

0

କରୋନା ଲାଗି ଇହାଦେ ତକ୍ କେନସି ଭ୍ୟାକ୍ସିନ୍ ନାଇଁ ବାହାରି ଥିବାର ବେଲକେ ଇହାଦେ ଇତାର ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ଚିନ୍ତା ବଢିଛେ । ଇ ନୂଆଁ ଷ୍ଟ୍ରେନ୍ ରାଜ୍ୟନେ ଭିଲ୍ ମୁଡଦୁଖାର କାରଣ ବନିଛେ । ଧୀରେ ଧୀରେ କରୋନା ପ୍ରଭାବ ରାଜ୍ୟନେ କମି ଆସୁଥିବାର ବେଲକେ ଇହାଦେ ଚିନ୍ତା ବଢେଇଛେ କରୋନାର ନୂଆଁ ଷ୍ଟ୍ରେନ୍ । ବ୍ରିଟେନ୍ ସାଙ୍ଗେ ଦୁଶରା କିଛିଟା ଦେଶ୍‌ନେ ଇ ଭୂତାଣୁ ଦେଖବାକେ ମିଲିଥିବାର ବେଲକେ ଇହାଦେ ବ୍ରିଟେନ୍‌ନୁ ଫିରିଥିବାର କିଛି ଯାତ୍ରୀକଁର ଭିତରେ ଇ ନୂଆଁ ଷ୍ଟ୍ରେନ୍‌ର ଲକ୍ଷଣ ଥିବାର ନେଇକରି ସନ୍ଦେହ କରାଯାଉଛେ ।

ରାଜ୍ୟର ୧୨ଟା ଜିଲ୍ଲାକେ ଗଲା ୧୪ ଦିନ୍ ଭିତରେ ୬୧ ଜନ୍ ବ୍ରିଟେନ୍‌ନୁ ଆସିଛନ୍ । ଭାରତ ସରକାରକଁର ବିପର୍ଯ୍ୟୟ ପରିଚାଲନା କର୍ତ୍ତୃପକ୍ଷକଁର ଆଡୁ ଇଟା ନେଇକରି ସୂଚନା ଦିଆଯାଇଛେ । ଯାର ଉତାରୁ ରାଜ୍ୟ ସରକାରକଁର ଚିନ୍ତା ବଢେଇଛେ । ସେଆଡେ ଯେନ୍‌ମାନେ ବ୍ରିଟେନ୍‌ନୁ ଫିରିଛନ୍ ସେମାନକୁଁ ବାହାରକରିକିନା ରକ୍ତ ନମୁନା ପରୀକ୍ଷା କରିକେ ଦିଆଯିବା । ଯେନମାନେ ଇମାନକଁର ସାଙ୍ଗେ ଇ ଭିତରେ ମିଶିଥିବେ ସେମାନକୁଁ ସଙ୍ଗରୋଧ୍‌ନେ ରଖାଯିବା । ଇଟା ନେଇକରି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନଏଚଏମ ନିର୍ଦ୍ଦେଶିକାକଁର ସାଙ୍ଗେ ସବୁ ମହାନଗର ନିଗମ କମିଶନର, ଜିଲ୍ଲାପାଲ ଆର ସବୁ ମେଡିକାଲ କଲେଜ ହସ୍ପିଟାଲ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ । ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନାର ଇ ନୂଆଁ ଷ୍ଟ୍ରେନ୍ ୭୦ ଗୁଣ ଅଏତକା ସଂକ୍ରମଣ ହେବାର ଡର୍ ରହିଛେ ।

ସବୁ ସମସ୍ୟାକେ ଆଖି ଆଗାଡେ ରଖିକରି ରାଜ୍ୟର ସବୁ ବିମାନ ବନ୍ଦର ମାନକେ ଇତାର ଉପରେ ଗୁରୁତ୍ୱ ଦେବାକେ କୁହାଯାଇଛେ । ଯେନ୍ତା ବିଦେଶନୁ ଆସୁଥିବାର କେନସି ଯାତ୍ରୀ ଆସିକରି ଇଠାନେ ବେମାର ନାଇଁ ବଢାବେ ତାର ଉପରେ ନଜର ରଖବା ଲାଗି କୁହାଯାଇଛେ । ସେଆଡେ ବ୍ରିଟେନ୍‌ନୁ ଫିରିଥିବାର ୬୧ ଜନ୍‌କଁର ରକ୍ତ ନମୁନା ଆରଟିପିସିଆର କରାବାକେ ହେବା । ଇଥିର ଲାଗି ଭୁବନେଶ୍ୱରନେ ଥିବାର ଡିବିଟି ଜୀବ ବିଜ୍ଞାନ କେନ୍ଦ୍ର ଲ୍ୟାବ୍‌କେ ଦାୟିତ୍ୱ ଦିଆଯାଇଛେ । କୋଭିଡ୍ ଗାଇଡ୍ ଲାଇନ୍ ହିସାବେ ବାହାରୁ ଆସୁଥିବାର ସବୁ ଲୁକକୁଁ ଇହାଦେ ସଙ୍ଗରୋଧ୍‌ନେ ରଖାଯିବା ।

ଇ ସମସ୍ତକଁର ପାଶୁ ୩ ଏମ୍‌ଏଲ୍‌ର ୨ ପ୍ରକାରର ସ୍ୱାବ୍ ସଂଗ୍ରହ ଲାଗି ଆଇସିଏମଆର୍ ଆଡୁ କୁହାଯାଇଛେ । ଆର କାହାର ଭିତରେ ଇ ନୂଆଁ ଷ୍ଟ୍ରେନ୍‌ର ଲକ୍ଷଣ ରହିଥିଲେ ମାର୍ଗଦର୍ଶିକା ହିସାବେ ପ୍ରତିଷେଧକ୍ ବେବସ୍ଥା ନିଆଯିବା ।

Leave A Reply

Your email address will not be published.