ଆଏଜ୍ ୩ ତେଜସ୍ୱୀ ନାରୀ’କଁର୍ ଜନମ୍‌ଦିନ୍ 

ଆଏଜ୍ ଜନମ୍ ହେଇଥିଲେ ସମାଜ୍‌କେ ଭିନ୍ ଭିନ୍ ଦିଗେ ଆଗ୍‌କେ ନେଇଥିବାର୍ ୩ ଜନ ମହିଲା

0

ନାରୀ ମାନେ ଆଜିର୍ ଯୁଗେ କେନସି କ୍ଷେତ୍ର ନେ ଆର୍ ପଛେ ନାଇ ରହି ସେମାନେ ସବୁ କ୍ଷେତ୍ର ନେ ନିଜର୍ ପ୍ରତିଭା କେ ଦେଖେଇ କରି ଆଗ୍‌କେ ବଢିଛନ୍ । ଆଜିର୍ ଦିନେ ଜନମ୍ ନେଇଥିଲେ ଆମର୍ ଭାରତ୍ ର ଏନ୍ତା ୩ ଜନ ମହିଲା ଯେନମାନେ ଆମର୍ ଦେଶର୍ ଟୁକେଲ୍ ପାୱାର୍ ର ଉଦାହରଣ ଆନ । ସେମାନେ ହେଲେ ନିରୁପା ରାଏ , ଅପୁର୍ବି ଚନ୍ଦେଲା ଆର୍ ସରୋଜିନି ସାହୁ । ନିରୁପା ରାଏ ଯିଏକି ଆମର୍ ହିନ୍ଦୀ ସିନେମା ଜଗତ୍ ର ଗୁଟେ ପୁରଖା ଅଭିନେତ୍ରୀ ଥିଲେ ସେ ଜାନୁଆରୀ ୪ ତାରିଖ୍ ୧୯୩୧ ମସିହା ନେ ସେ ଗୁଜୁରାଟ୍ ର କଲୱାଡା ଭଲସଦ୍ ନେ ଜନମ୍ ନେଇଥିଲେ । ତାହାକଁର୍ ପୁରା ନାଁ ଥିଲା କୋକିଲା କିଶୋରଚନ୍ଦ୍ର ବୁଲସାରା ।

ସେ କମଲ ରାଏ କୁଁ ବିହା ହେଲା ଉତାରୁ ତାକଁର୍ ନାଁ ନିରୁପା ରାଏ ରଖିଥିଲେ । ତାହାକୁଁ ଆମର୍ ବଲିଉଡ ର୍ ‘କୁଇନ ଅଫ୍ ମିସେରି’ ବଲିକରି କୁହାଯାଏସି । ସେ ବଲିଉଡ ଜଗତନେ ମାଁ ରୋଲ୍ ଲାଗି ବହୁତ୍‌ଟେ ନାଁ କରିଛନ୍ । ୨୫୦ ନୁ ଉପରେ ହିନ୍ଦୀ ସିନେମା ନେ କାମ୍ କରିଛନ୍ । ଅମର୍ ରାଜ୍ ତାକଁର୍ ପହେଲା ହିନ୍ଦୀ ସିନେମା ଥିଲା ତାର୍ ଉତାରୁ ଉଡାନ, ମୁସାଫିର୍ , ଆଂଚଲ୍ , ଦୁଲହନ୍ ,ଦିୱାର୍‌, ଲାଲ ବାଦଶାହ , ତିଶରୀ ଆଁଖ୍ ଲେଖେ ବହୁତ୍‌ଟେ ସୁପରହିଟ୍ ସିନେମା ସବୁ କରିଛନ୍ ।

ସେ ୧୯୭୦ ମସିହା ନେ ଦିୱାର୍ ସିନେମା ନେ ଅମିତାଭ୍ ବଚ୍ଚନ୍ କଁର୍ ମା ରୋଲ୍ କରିକିନା ଦର୍ଶକ ମାନକଁର୍ ମନ ଜିତି ପାରିଥିଲେ । ସେ ତାକଁର୍ ଅଭିନୟ ଲାଗି ଫିଲ୍ମ ଫେୟାର୍ ଲେଖେ ବହୁତ୍‌ଟେ ଅୱର୍ଡ ଭିଲ୍ ପାଇଛନ୍ । ତାକଁର୍ ଅଭିନୟର୍ ଯାଦୁ ଥି ହିନ୍ଦୀ ସିନେମା ଜଗତ୍ ନେ ନିଜର୍ ଛାପ୍ ଛାଡି ଯାଇଛନ୍ । ତାକଁର୍ ଦେହାନ୍ତ ୧୩ ଅକ୍ଟୋବର୍ ୨୦୦୪ ମସିହାନେ ୭୩ ବୟସନେ ହେଇଥିଲା ।

ସେନ୍ତା ଆଜିର୍ ଦିନେ ଆର୍ ଜନେ ନାଁକରା ଟୁକେଲ୍ ଜନମ ନେଇଥିଲେ ସେ ହେଉଛନ୍ ଭାରତୀୟ ସୁଟିଂ ପ୍ଲେୟର୍ ଅପୁର୍ଭୀ ସିଂ ଚନ୍ଦେଲା । ସେ ଜାନୁଆରୀ ୪ ତାରିଖ୍ ୧୯୯୩ ମସିହା ଜୟପୁର୍ ଠାନେ ଜନମ୍ ନେଇଥିଲେ । ଆମର୍ ଭାରତୀୟ ଖେଳାଳୀ ହିସାବେ ସାରା ବିଶ୍ୱନେ ନାଁ କରିଛନ୍ ଅପୁର୍ଭି ।

ସେ ୧୦ ମିଟର୍ ଏୟାର୍ ରାଇଫଲ୍ ନେ ଭାଗ ନେଇକରି ନେସନଲ୍ ସୁଟିଂ ଚମ୍ପିୟନସିପ୍ ନେ ଗୋଲ୍ଡ୍ ମେଡାଲ୍ ଜିତିଥିଲେ ତାର୍ ସାଙ୍ଗେ ସେ ଭାରତ ର ଗୁଟେ ବଡ ପୁରସ୍କାର୍ ଅର୍ଜୁନ୍ ପୁରସ୍କାର୍ ଜିତିଛନ୍ । ସେ ଜନେ ଟୁକେଲ୍ ଖେଳାଳୀ ଆମର୍ ଭାର୍‌ତ ର ନାଁ ସବୁଆଡେ ତାକଁର୍ ଖେଲ୍ ମାଧ୍ୟମ୍ ନେ ରଖିପାରିଛନ୍ ।

ଆମର୍ ରାଏଜ୍ ଓଡିଶାର୍ ବି ଏନ୍ତା ଜନେ ମହିଲା ଅଛନ୍ ଯିଏକି ଜନେ ଲେଖିକା ଆନ୍ ଆର୍ ତାକଁର୍ ଲେଖା ନେ ସବୁବେଲେ ଆମର୍ ସମାଜ୍ ନେ ନାରୀ ମାନକୁଁ ନେଇକରି ହେଇଥିବାର୍ ଅନ୍ୟାୟ ର୍ ବିରୋଧ୍‌୍ ଆର୍ ତାକଁର୍ ଅଧିକାର୍ ଆର୍ ସେତାର୍ ସମାଧାନ୍ ବାବଦ୍‌ନେ ଲେଖା ସବୁ ଫୁଟି ଉଠ୍‌ସି । ସେ ନାଁକରା ନାରୀବାଦି କବି ଆର୍ ଲେଖିକା ହେଉଛନ୍ ସରୋଜିନୀ ସାହୁ ଯିଏକି ଆଜିର ଦିନେ ୧୯୫୬ ଆମର୍ ଓଡିଶାର୍ ଢେଙ୍କାନାଳ ଜିଲ୍ଲାନେ ଜନମ୍ ନେଇଥିଲେ ।

ସେ ଦ ନିୟୁ ଇଣ୍ଡିଆନ୍ ଏକ୍ସ୍‌ପ୍ରେସ୍ ର ଜନେ ସ୍ତମ୍ଭ ଲେଖିକା ଆନ୍ ଆର୍ ଇଣ୍ଡିଆନ୍ ଏଜ୍ ଏସୋସିଏଟ୍ ର ଜନେ ଏଡିଟର୍ ଭିଲ୍ ଆନ୍ । ତାକୁଁ ସାହିତ୍ୟ ଏକାଡେମି ପୁରସ୍କାର୍ ଥି ସମ୍ମାନିତ୍ କରାଯାଇଥିଲା । ତାକଁର୍ ଲେଖା ଲାଗି ସେ ବହୁତ୍‌ଟେ ପୁରସ୍କାର୍ ପାଇଛନ୍ । ସେ ଲେଖିଥିବାର୍ ବହୁତ୍‌ଟେ ଲେଖା ଆର୍ ଗଲ୍ପ ଭିତ୍‌ରୁ ଗମ୍ଭୀରି ଘର୍ ନୋଭେଲ୍ କେ ଲୋକମାନେ ବହୁତ୍ ଭଲ୍ ପାଏବାର୍ ଦେଇଥିଲେ ଆର୍ ସେଟା ଓଡିଶାର୍ ବେଷ୍ଟ୍ ସେଲର୍ ହେଇପାରିଥିଲା ।

ସେନ୍ତା ଖାଲି ଓଡିଆ ଥି ନୁହେଁ ଇଂଗଲିଶ୍ ଆର୍ ହିନ୍ଦୀ ଥି ଭିଲ୍ ତାକଁର୍ ଲେଖିଥିବାର୍ ଲେଖାମାନେ ବହୁତ୍ ଲୋକପ୍ରିୟ ହେଇପାରିଛେ । ଆଜିର୍ ଟୁକେଲ୍ ପାୱାର୍ ନେ ଇ ମହିଲା ମାନକୁଁ ଆମର୍ ଟୁକେଲ୍ ସମାଜ୍ ର ମାର୍ଗଦର୍ଶିକା କହେଲେ କିଛି ଭୁଲ୍ ନାଇ ହୁଏ । ସେମାନେ ଭିନ୍ ଭିନ୍ କ୍ଷେତ୍ର ନେ ଆଗ୍‌କେ ବଢିକରି ଆମର୍ ଟୁକେଲ୍ ସମାଜର୍ ଆଇକନ୍ ପାଲଟିଛନ୍ ।

Leave A Reply

Your email address will not be published.