ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟନେ ଗ୍ୟାସ୍ ଲିକ୍‌, ଗଲା ୪ ଜୀବନ୍‌

କାରଖାନାର ସିସିଡି ବିଭାଗନେ ଗ୍ୟାସ୍ ଲିକ୍ ହେଇଥିବାର ସୂଚନା, ଘଟନାର ତଦନ୍ତ ମୁଲ୍

0

ରାଉରକେଲା ଇସ୍ପାତ୍ କାରଖାନାନେ ଗ୍ୟାସ୍ ଲିକ୍ ହେଇକରି ୪ଜନ୍‌କଁର ଜୀବନ୍ ଯାଇଛେ । ଆଏଜ୍ ସଖାଲୁ ସଖାଲୁ କାରଖାନାର ସିସିଡି (କୋଲ୍ କେମିକାଲ୍ ଡିପାର୍ଟମେଣ୍ଟ) ବିଭାଗନେ ଗ୍ୟାସ୍ ଲିକ୍ ହେଇଥିବାର ସୂଚନା । ଗ୍ୟାସ୍ ଲିକ୍ ହେଇଯିବାରନୁ ୧୦ ଜନ୍ କର୍ମଚାରୀ ଗୁରୁତର ହେଇଯାଇଥିବାର ବେଲକେ ଇମାନକୁଁ ଆଇଜିଏଚ୍ ମେଡିକାଲନେ ଭର୍ତ୍ତି କରାଯାଇଥିଲା । ଇମାନକଁର ଭିତରୁ ୪ ଜନକଁର ଚିକିତ୍ସା କରାଯାଉଥିବାର ଅବସ୍ଥାନେ ଜୀବନ୍ ଯାଇଛେ । ସେଆଡେ ଗ୍ୟାସ୍ ଲିକ୍ ଘଟନାନେ ଆହୁରି ଅଏତକା ଲୋକ୍ ଗୁରୁତର ହେଇଥିବାର ନେଇକରି ସନ୍ଦେହ କରାଯାଉଛେ । ଗ୍ୟାସ୍ ଲିକ୍ କେନ୍ତା ହେଲା ସେନେଇକରି ଇହାଦେ ତକ୍ କେନସି ଖବର ନାଇଁ ଆସିଥିବାର ବେଲକେ ଇତାର ପ୍ରାଥମିକ୍ ତଦନ୍ତ ଆରମ୍ଭ ହେଇଛେ । ଏନ୍ତା ଘଟନା ଉତାରୁ ଭିନ୍ ଭିନ୍ ଶ୍ରମିକ ସଂଗଠନ୍ ଆଡୁ ସବୁ ଆହତ୍ କର୍ମଚାରୀକଁର ଚିକିତ୍ସା ଆରୁ ସଠିକ୍ କାର୍ଯ୍ୟାନୁଷ୍ଠାନ୍ ଲାଗି ଦାବି ହେଇଛେ ।

Leave A Reply

Your email address will not be published.