ଟିକାକରଣନେ ଭାରତର ଦାୟିତ୍ୱକେ ରାଷ୍ଟ୍ରପତିକଁର ପ୍ରଶଂସା

ସାଧାରଣତନ୍ତ୍ର ଦିବସନେ ହେଇଥିବାର ଝମେଲାର ସମାଲୋଚନା କରିଛନ୍ ରାଷ୍ଟ୍ରପତି

0

ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭନେ ସଂସଦର ମିଳିତ ଅଧିବେଶନନେ ଅଭିଭାଷଣ ରଖିଛନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇ ଅବସରନେ ଗଣଟିକାକରଣକେ ପ୍ରଶଂସା କରିଛନ୍ ରାଷ୍ଟ୍ରପତି । ଭାରତ ଆରମ୍ଭ କରିଥିବାର ବିଶ୍ୱର ସବୁନୁ ବଡ ଟିକାକରଣ ଅଭିଯାନ ଗୁଟେ ଗୌରବର କଥା ବଲି କହିଛନ୍ ସେ । କରୋନା କାଲନେ ଯେନଠାନେ ସବୁ ଦେଶ ଟିକାକରଣ ଲାଗି ଲାଗିଛନ୍ ସେଠାନେ ଭାରତ ବହୁତ୍‌ଟେ ରାଷ୍ଟ୍ର ମାନକୁଁ ଇଥରେ ସହଯୋଗର ହାତ୍ ବଢେଇଛେ । ମାନବତ୍ୱର ଦାୟିତ୍ୱ ନେଇଛେ ଭାର ଆରୁ ଲାଖ୍ ଲାଖ୍ ଡୋଜ୍ ଟିକା ଯୋଗେଇ ପାରିଛେ । ଆଘରର ରାଷ୍ଟ୍ରପତି ସ୍ୱର୍ଗତ୍ ପ୍ରଣବ ମୁଖାର୍ଜିକୁଁ ସୋର୍ ପକେଇକରି ତାକୁଁ ଶ୍ରଦ୍ଧାଞ୍ଜଲି ଜନେଇଛନ୍ । କରୋନାନେ ବିୟୋଗ୍ ହେଇଥିବାର ୬ ସାଂସଦକୁଁ ଭିଲ୍ ଶ୍ରଦ୍ଧାଞ୍ଜଲି ଜନେଇଛନ୍ ରାଷ୍ଟ୍ରପତି ।

ସେଆଡେ ଆଏଜ୍ ନୂଆଁ କୃଷକ ଆଇନ୍‌, କୃଷକ ମାନକଁର ପ୍ରତିବାଦ, ଆର୍ଥିକ ସଙ୍କଟ ଲେଖେଁ କଥାନେ ମୋଦି ସରକାରକଁର ବିଫଲତା ଦେଖେଇକରି କଂଗ୍ରେସ ସାଙ୍ଗେ ୧୯ଟା ବିରୋଧୀ ଦଲ ରାଷ୍ଟ୍ରପତିକଁର ଉଦ୍‌ବୋଧନ୍ ବର୍ଜନ୍ କରିଥିଲେ । ବଜେଟ୍ ଅଧିବେଶନ୍ ଆଘୋନୁ ରାଷ୍ଟ୍ରପତି ନିଜର ଅଭିଭାଷଣନେ ସାଧାରଣତନ୍ତ୍ରନେ ଚାଷୀ ସଂଗଠନ୍ ଆଡୁ ହେଇଥିବାର ହିଂସା ଘଟଣାର ସମାଲୋଚନା କରିଛନ୍ । ସରକାର କରିଥିବାର ଭିନ୍ ଭିନ୍ ଯୋଜନା ଆଡୁ ଚାଷୀ ଲାଭବାନ୍ ହେଉଥିବାରନୁ ସେ ଖୁସୀ ଥିବାର କହିଛନ୍ । ନୂଆଁ କୃଷି ଆଇନ୍ ହେବାର ଆଘୋନୁ ସାତ୍ ମାସ ଧରିକରି ବିଧିବଦ୍ଧ ଭାବେ ପରାମର୍ଶ ନିଆଯାଇକରି କରାଯାଇଛେ । ସଂସଦନେ ଭିଲ୍ ନିୟମ୍ ହିସାବେ ଇତାର ଉପରେ ଆଲୋଚନା କରାଯାଇ କରି ଅନୁମତି ଦିଆଯାଇଛେ । ଇହାଦେ ସୁପ୍ରିମ୍ କୋର୍ଟକଁର ନିଷ୍ପତ୍ତିକେ ସମ୍ମାନ ଜନେଇକରି ଇତାକେ ସ୍ଥଗିତ ରଖାଯାଇଛେ ଇହାଦେ ।

Leave A Reply

Your email address will not be published.