ଫିର୍‌ ଚାଲ୍‌ବା ସମ୍ବଲପୁରୁ ସିଟି ବସ୍

ଜାନୁଆରୀନୁ ସବୁ ଯାଗାକେ ଚାଲ୍‌ବା ସିଟି ବସ୍

0

ଲକ୍‌ଡାଉନ ଉତାରୁ ସମ୍ବଲପୁରେ ଚାଲୁଥିବାର୍ ସିଟି ବସ୍ ମାନେ ବନ୍ଦ୍ ହେଇଯାଇଥିଲା । ଆଗରୁ ସମ୍ବଲପୁରର୍ ପାଖର୍ ଆଖର୍ ଯାଗା ମାନକୁଁ ଗୁଟେ ଦୁଇଟା ସିଟି ବସ୍ ଚାଲୁଥିବାର୍ ବେଲେ ମଝିନେ କେନସି କାରଣ୍ ଲାଗି ସେଟା ବନ୍ଦ୍ ହେଇଯାଇଥିଲା । ସେଥିର୍‌ଲାଗି ସମ୍ବଲପୁର୍ ଜିଲ୍ଲାନେ ଲୋକ୍ ମାନକଁର୍ ଅସୁବିଧାକେ ଦେଖିକରି ଜାନୁଆରୀ ପହେଲାନୁ ସମ୍ବଲପୁରର୍ ସବୁ ରୁଟ୍ ନେ ସିଟି ବସ୍ ଚାଲ୍‌ବା ବଲି ପ୍ରଶାସନ୍ ସୂଚନା ଦେଇଛେ । ଲକ୍‌ଡାଉନ୍ ଉତାରୁ ସବୁ ବସ୍ ଚଲାଚଲ ଆରମ୍ଭ୍ ହେଇଥିବାର୍ ଉତାରୁ ବି ସିଟି ବସ୍ ନାଇ ଚାଲୁଥିବାର୍ କେ ନେଇକରି ସମ୍ବଲପୁରର୍ ଲୋକମାନେ ଅସନ୍ତୋଷ୍ ପ୍ରକାଶ୍ କରିଥିଲେ । ସିଟି ବସ୍ ଉପରେ ସବୁଦିନ୍ ପ୍ରାୟ୍ ୭୦୦୦ନୁ ଅଧିକା ଯାତ୍ରୀ ନିର୍ଭର୍ କରୁଥିଲେ । ପହେଲା ନୁ ସମ୍ବଲପୁରୁ ବୁର୍ଲା, ବରଗଡ, ଚିପିଲିମା , ଝାରସୁଗୁଡା, କୁଚିଣ୍ଡା କେ ସିଟି ବସ୍ ଚାଲୁଥିଲା ।

ହେଲେ ଲକ୍‌ଡାଉନ୍ ଉତାରୁ ଲୋକ୍ ନାଇ ହେବାର୍ କହିକରି ସିଟି ବସ୍ ଚଲାଚଲ୍ କେ ପୁରା ବନ୍ଦ୍ କରାଗଲା । ବରଗଡ କେ ୨ଟା , ଝାରସୁଗୁଡା କେ ୨ଟା ବସ୍ ଚାଲୁଥିବାର୍ ନେଇକରି ଜାନୁଆରୀ ମାସୁ ବସ୍ ମାନକଁର୍ ସଂଖ୍ୟା ବଢେଇ ଦିଆଯିବା ବଲିକରି ଉଟ୍‌ସେଲ୍ ଆଡୁ କୁହାଯାଇଛେ । ଲକ୍‌ଡାଉନ୍ ଆଗରୁ କୁଚିଣ୍ଡାକେ ଗୁଟେ ସିଟି ବସ୍ ଚାଲିଥିଲା ହେଲେ କିଛି ଝମେଲା ଉତାରୁ ସେଟା ବି ବନ୍ଦ୍ କରାଯାଇଥିଲା । ସବୁ ବନ୍ଦ ହେଇଥିବାର୍ ସିଟି ବସ୍ ମାନେ ଫିର୍‌ଘାଏ ଚାଲ୍‌ବା ବଲିକରି ପରିଚାଲନା ସଂସ୍ଥା ର ମୁଖିଆ ବିପିନ୍ ଭାଟିଆ କହିଛନ୍ । ପହେଲାନୁ ସମ୍ବଲପୁର୍ ନୁ ବରଗଡ , କୁଚିଣ୍ଡା , ସୋନପୁର୍ , ସୁନ୍ଦର୍‌ଗଡ , ବ୍ରଜରାଜନଗର୍ , ବେଲ୍‌ପାହାଡ ଆର୍ ବରପାଲି କେ ସିଟି ବସ୍ ଚାଲବାର୍ କେ ନେଇକରି ୨୦୧୭ ନେ ଯୋଜନା ହେଇକରି ୧୨ଟା ବସ୍ କିନା ଯାଇଥିଲା । ହେଲେ ଜାନୁଆରୀ ନୁ ସବୁ ବସ୍ ଚାଲ୍‌ବା ବଲିକରି କୁହାଯାଉଛେ ।

Leave A Reply

Your email address will not be published.