କିଏ ହେବାର କଥା କ୍ୟାପଟେନ୍‌

ଟିମ୍ ଇଣ୍ଡିଆ ଇହାଦେ ଅଷ୍ଟ୍ରେଲିଆନେ ଅଛେ ଆରୁ ପଅର୍ ଦିନୁ ଆରମ୍ଭ୍ ହେବାରକେ ଯାଉଛେ ବର୍ଡର-ଗାଭାସ୍କର୍ ଟେଷ୍ଟ ସିରଜ୍ । ଇତାର୍ ଆଘୋନୁ ଭାରତ୍ ଆର୍ ଅଷ୍ଟ୍ରେଲିଆ ଭିତରେ ଗୁଟେ ଦିନକିଆ ଆର୍ ଗୁଟେ ଟ-୨୦ ସିରିଜ୍ ହେଇସାରିଛେ ଯେନଥିରୁକି ଦୁହି ଦଲ୍ ଗୁଟେ ଗୁଟେ ସିରିଜ୍ ଜିତିଛନ୍ । ଇତାର୍ ଭିତରେ ଭାରତ୍ ଗୁଟେ ଅଭ୍ୟାସ ମ୍ୟାଚଟେ ବି ଖେଲି ସାରିଛେ ଆର୍ ପଅର୍ ଦିନୁ ଭାରତ, ଅଷ୍ଟ୍ରେଲିଆନେ ପହେଲା ହେଇକରି ପିଙ୍କ୍ ବଲନେ ଦିନ୍-ରାଏତ୍ ଟେଷ୍ଟ୍ ମ୍ୟାଚ୍ ଟେ ଖେଲବା । ଇ ଥରର୍ ଇ ବର୍ଡର-ଗାଭାସ୍କର୍ ଟେଷ୍ଟ ସିରଜ୍ କିଏ ଜିତବା କିଏ ହାରବା ଯେ ସେ ବାବଦନେ ତ ଚର୍ଚ୍ଚା ଚାଲିଛେ ବାକି ଗଲା ଆଇପିଲ୍ ଠାନୁ ଆରମ୍ଭ୍ ହେଇକରି ଇହାଦେର୍ ତକ୍ କ୍ରିକେଟ୍ ପଣ୍ଡିତ୍ ମାନକରନୁ ମୂଲ୍ କରି ଫ୍ୟାନ୍ ମାନକର୍ ଭିତରେ ଯେନ୍ କଥାଟାକେ ନେଇକରି ସବୁଠାନୁ ଜହକରି ଘିଚାଟନା ଚାଲିଛେ ସେଟାକେ ହେଉଛେ ଯେ ଆଏବାର୍ ବରଷ୍ ହେବାରକେ ଯାଉଥିବାର୍ ଟି-୨୦ ୱାର୍ଲ୍ଡ କପନେ କିଏ ହେବାର୍ କଥା ଟିମ୍ ଇଣ୍ଡିଆର୍ କ୍ୟାପଟେନ୍ ।

ଭାରତର୍ କ୍ରିକେଟ୍ ପଣ୍ଡିତ୍ ଆର୍ ଫ୍ୟାନ୍ ମାନକର୍ ଭିତରେ ଇହାଦେ ସବୁ ବଡ୍ ଚର୍ଚ୍ଚା ଚାଲିଛେ କ୍ୟାପଟେନ୍ସି କେ ନେଇକରି । ଦଲେ ବଲୁଛନ୍ ଯେ ଇଟା ଗୁଟେ ଅଯଥା ଚର୍ଚ୍ଚା ଚାଲିଛେ । ସେମାନକର୍ କହେବାର୍ ହିସାବେ ବିରାଟ୍ କୋହଲି କିଛି ଖରାପ୍ କ୍ୟାପଟେନ୍ସି ନାଇଁ କରବାର୍ । ଗୁଟେ ହିସାବେ କହେଲେ କୋହଲି ହେଉଛନ୍ ଗଲା ଦଶକର୍ ସବୁନୁ ଇମ୍ପେକ୍ଟଫୁଲ୍ ଖିଲାଡି । ତାହାଁକୁ ରନ୍ ମେସିନ୍ ବଲି କୁହାଯାଉଛେ । ସେ ନିଜେ ଯେନ୍ତା ଜବରଦସ୍ତ୍ ଖେଲସନ୍ ଟିମ୍ କେ ଭିଲ୍ ହେତେ ଜୋରଦାରିଆ ହିସାବେ ଲିଡ୍ କରସନ୍ । ତାଁକର୍ କ୍ୟାପଟେନ୍ସିରେ ଟିମର୍ ୱିନିଙ୍ଗ ପରସେଣ୍ଟେଜ୍ ବହୁତ୍ ଅଏତକା ରହିଛେ । ଦେଶ ଦୁନିଆଁର୍ ବହୁତଟେ ଜାଗାନୁ ଟିମ୍ ଜିତିକରି ଆସିଛେ । ତ ତାହାଁକୁ କ୍ୟାପଟେନ୍ସିନୁ ଖସରାବାର୍ କଥା କାଏଁ ଯେ ଉଠୁଛେ । ଏନ୍ତା ଅଜଥା ଚର୍ଚ୍ଚା ଚାଲଲେ ଦଲ୍ ଆର୍ ବିରାଟ୍ ସମକର୍ ମନର୍ ବଲ୍ ଭାଙ୍ଗିଯିବା ଆର୍ ସେଟା ଭାରତୀୟ କ୍ରିକେଟ୍ ର ଲାଗି ଭଲ୍ ନାଇଁସେ ।

ଆର୍ ଅଧା ଲୋକମାନକର୍ କହେବାର୍ କଥା ହେଲା ଯେ ବିରାଟ୍ କୋହଲିକୁଁ ଖାଲି ଟେଷ୍ଟ୍ ଦଲର୍ କ୍ୟାପଟେନ୍ କରିକି ଦିନକିଆ ଆର୍ ଟି-୨୦ ଦଲର୍ କ୍ୟାପଟେନ୍ସିଟା ରୋହିତ୍ ଶର୍ମାକୁଁ ଦିଆଯିବାର୍ କଥା । ସେମାନକର୍ କହେବାର୍ ହିସାବେ ବିରାଟ୍ କୋହଲିକୁଁ ଏତେ ଦିନ୍ ଦିନକିଆ ଆର୍ ଟି-୨୦ର୍ କ୍ୟାପଟେନ୍ ରଖାଗଲାନ ବାକି ଦଲ୍ ତାଁକର୍ କ୍ୟାପଟେନ୍ସିନେ ଗୁଟେବି ଆଇ-ସି-ସି ଟ୍ରଫି ନୁହେ ଜିତେ ତାଲି । ଖାଲି ବାଇଲେଟେରାଲ୍ ଟ୍ରଫି ମାନେ ଜିତୁଛେ । ଆଇପିଲ୍ ରେ ତ କୋହଲି କ୍ୟାପଟେନ୍ସି କରୁଥିବାର୍ ବ୍ୟଙ୍ଗଲୋରର କଥା ନାଇଁ କହେଲେ ଭଲ । ବାକି ଆଇପିଲ୍ ରେ ରୋହିତ୍ ଶର୍ମାକଁର୍ କ୍ୟାପଟେନ୍ସିର୍ ହୁରିଡାକ୍ ପଡୁଛେ । ସେ ହେଉଛନ୍ ସବୁଠାନୁ ସଫଲ୍ ଆଇପିଲ୍ କ୍ୟାପଟେନ୍ । ଆର୍ ଟିମ୍ ଇଣ୍ଡିଆର୍ ବି ଯେନ୍ କେତେଥର୍ କ୍ୟାପଟେନ୍ସି କରବାର୍ ମୌକା ରୋହିତ୍ ପାଇଛନ୍, ସେନେ ତାଁକର୍ ରେକର୍ଡ ବହୁତ୍ ଭଲ୍ ଅଛେ । ତ କୋହଲିକୁଁ ଟେଷ୍ଟ ଦଲର୍ କ୍ୟାପଟେନ୍ ରଖିକରି ରୋହିତ୍ ଶର୍ମାକୁଁ ୱାନ-ଡେ ଆର୍ ଦିନକିଆ ଦଲର୍ ଦାୟିତ୍ୱ ଦିଆଯିବାର୍ କଥା ବଲି ସେମାନେ କହୁଛନ୍ ।

ଇ ଚର୍ଚ୍ଚାକେ ନେଇ କରି କ୍ରିକେଟ୍ ପଣ୍ଡିତ୍ ମାନେ ଭିଲ୍ ଦୁଇ ଭାଗ୍ ହେଇଯାଇଛନ୍ । କପିଲ୍ ଦେବ୍, ସୁନୀଲ୍ ଗାଭାସ୍କର୍, ମହମ୍ମଦ ଆଝାରୁଦ୍ଦୀନ୍, ଦିଲ୍ଲୀପ ଭେଙ୍ଗସରକର, ଅଜୟ ଜାଡେଜା, ଗୌତମ ଗମ୍ଭୀର, ଆକାଶ ଚୋପ୍ରା ବାଗିର୍ ଆଘର୍ ବହୁତ୍ ନାଁକରା ଖେଲାଲି ମାନେ ଇ ଉପରେ ନିଜର୍ ନିଜର୍ ମତ୍ ରଖିଛନ୍ । ଅଧେକର୍ କହେବାର୍ ହିସାବେ ଯଦି ଆଇପିଲ୍ ପରଫରମାନ୍ସ କେ ଦେଖିକରି ଟିମ୍ ରେ ଖିଲାଡି ବଛାଯାଉଛେ ବେଲେ ସେନ୍ତା ହିସାବେ କ୍ୟାପଟେନ୍ କାଏଁ ହେଲାଯେ ନାଇଁ ବଛାଯିବା । ଇମାନକର୍ ହିସାବେ ରୋହିତ୍ ଶର୍ମାକୁଁ ଆସୁଥିବାର୍ ଟି-୨୦ ୱାର୍ଡ୍ଲ କପ୍ ଲାଗି ଟିମ୍ ଇଣ୍ଡିଆର୍ କ୍ୟାପଟେନ୍ କରାଯାଉ ଆର୍ ଦିନକିଆ ନେ ବି ତାହାଁକୁ ଏକା ଦାୟିତ୍ୱ ଦିଆଗଲେ ୨୦୨୩ ଦିନକିଆ ୱାର୍ଡ୍ଲ କପ୍ ଲାଗି ଏବେନୁ ଭଲ୍ ସେ ସବୁ ପ୍ଲାନିଂ କରାଯାଇ ପାରବା । ସେମାନୁ କହୁଛନ୍ ଯେ କୋହଲିକୁଁ ଖାଲି ଟେଷ୍ଟ୍ ଦଲର୍ କ୍ୟାପଟେନ୍ ରଖାଯାଉ । ବାକି ଆର୍ କେତେ ଆଘର୍ ଖେଲାଲି କହୁଛନ୍ ଯେ ଯେହେତୁ ୱାର୍ଡ୍ଲ କପ୍ ଆଗରୁ ଖାଲି ୪/୫ଟା ନ ଟି-୨୦ ମ୍ୟାଚ୍ ଅଛେ, ଆର୍ ପରୀକ୍ଷା ନିରିକ୍ଷା ଲାଗି ଆର୍ ସମିଆ ନାଇନ । କୋହଲି ଏକା କ୍ୟାପଟେନ୍ ଥାଉନ୍ ଆର୍ ଟିମ୍ କେନ୍ତା ଟି-୨୦ ୱାର୍ଡ୍ଲ କପ୍ ଜିତବା ଯେ ସଭେ ମିଶିକରି ସେ ଉପରେ ଧ୍ୟାନ୍ ଦେଉନ୍ । ହେନ୍ତା ବି ଭାରତନେ ସବୁ ଫର୍ମାଟ୍ ଲାଗି ଜନେ କ୍ୟାପଟେନ୍ ରହେଲେ ଜହକରି ଭଲ୍ ଫଲାଫଲ୍ ଆଏସି ବଲି ସେମାନେ ମତ ଦେଉଛନ୍ ।

ଇ ସବୁ ଚର୍ଚ୍ଚା ଭିତରେ ବାକି ବିସିସିଆଇ ଆଡୁ ଇ ବାବଦରେ ଶବଦଟେ ଶୁନବାର୍ କେ ନୁହେ ମିଲେ । ଯେହେତୁ ବୋଡ଼ର୍ର ପ୍ରେସିଡେଣ୍ଟ୍ ସୌରଭ ଗାଙ୍ଗୁଲି ଆଘର୍ ସମିଆନେ ନିଜେ ଜନେ ଦବଦବା ବାଲା କ୍ୟାପଟେନ୍ ଥିଲେ ତ ସେ ନିଶ୍ଚେ ଇ ପରିସ୍ଥିତି କେ ଭଲକରି ବୁଝୁଥିବେ । ତ ଇହାଦେ ବୋର୍ଡର ହାବ୍-ଭାବ୍ ଦେଖିକରି ଲାଗୁଛେ ଯେ ଆଏବାର୍ ଟି-୨୦ ୱାର୍ଡ୍ଲ କପ୍ ଟିମ୍ ଇଣ୍ଡିଆ କୋହଲିକଁର୍ କ୍ୟାପଟେନ୍ସିରେ ହିଁ ଖେଲବା । ବାକି ସେତାର୍ ଫଲାଫଲ୍ ରୁ ଜନାପଡବା ଯେ ଆଗକେ କାଣା ହେବା ।