ଆଗକେ ଫେର୍ କମ୍‌ବା ପାରା, ଶୀତେ ଥରବା ଓଡ଼ିଶା

ଆଏବାର ୩ନୁ ୪ ଦିନ୍ ଭିତରେ ରାତିନେ ଆହୁରି କମବା ପାରା:ଆଂଚଳିକ ପାଣିପାଗ ବିଭାଗ

0

ଇହାଦେ ଜାଡ୍ ଲାଗି ପୁରା ଓଡ଼ିଶା ଥରୁଛେ । ପାଗ ଶୁଖା ରହେବାର ସାଙ୍ଗେ ଥଣ୍ଡା ପବନ୍ ବୁହୁଛେ ଯେନଥିର ଲାଗି ଅଏତକା ଥଣ୍ଡା ଲାଗୁଛେ । ଆରୁ ରାଏତ୍ ହେଲେ ଥଣ୍ଡାଟା ବେଶୀ ବଢିଯାଉଛେ । ଆଗକେ ଆହୁରି କିଛି ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆର୍ ଜାଡ୍ ବଢବାର ନେଇକରି ଭୁବନେଶ୍ୱର ଆଂଚଳିକ୍ ପାଣିପାଗ୍ ବିଭାଗ ଆଡୁ କୁହାଯାଇଛେ । ଆଏବାର ୩ନୁ ୪ ଦିନ୍ ତକ୍ ରାଜ୍ୟର ଜିଲ୍ଲା ମାନକେ ରାତି ପାରାନେ କେନସି ପରିବର୍ତ୍ତନ୍ ନାଇଁ ହୁଏ ବଲି ଭିଲ୍ ସୂଚନା ରହିଛେ । ଉତ୍ତର-ପଶ୍ଚିମ୍ ଦିଗନୁ ଆସୁଥିବାର ଥଣ୍ଡା ଆର ପାଗ୍ ଶୁଖା ରହେବାର ଲାଗି ବେଶୀ ଥଣ୍ଡା ଲାଗୁଛେ । ଯେନଥିର ଲାଗି ରାତି ହେଲେ ପାରା କମୁଛେ ।

ରାଜ୍ୟର ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲା ମାନକେ ୧୦ ଡିଗ୍ରି ତଲକେ ପାରା କମବାର ଆର କୁହୁଡିଆ ପାଗ୍ ରହେବା । ଦୁଶରା ଜିଲ୍ଲା ମାନକେ ଭିଲ୍ ପାରା କମ୍‌ବାର ନେଇକରି ସୂଚନା ରହିଛେ । ରାତିନେ ପାରା କମବା ଆରୁ ଜାଡ୍ ବଢବା । ଜାଡ୍ ବଢବାର ନେଇକରି ସୂଚନା ରହିଥିବାର ବେଲକେ ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଆର ଝାରସୁଗୁଡ଼ା ଜିଲ୍ଲାକେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛେ । ସେଆଡେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଦେବଗଡ଼, କଟକ, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଦିଆଯାଇଛେ । ପାରା କମ୍‌ବାର ସାଙ୍ଗେ ଫୁଲବାଣୀନେ ରାଜ୍ୟର ସବୁନୁ କମ୍ ପାରା ୪ ଡିଗ୍ରୀ ରେକର୍ଡ କରାଯାଇଛେ । ଇ ବରଷ୍‌ର ସବୁନୁ କମ୍ ପାରା ରେକର୍ଡନେ ଫୁଲବାଣୀ ରହିଛେ । ସେନ୍ତା ଝାରସୁଗୁଡ଼ାନେ ପାରା ୬.୮ ଡିଗ୍ରୀ ରହିଛେ । ଇତାର ଉତାରୁ ଦାରିଙ୍ଗବାଡିନେ ପାରା ୬ ଡିଗ୍ରୀ ରେକର୍ଡ କରାଯାଇଛେ । ଅନୁଗୁଳନେ ୬.୬ ଡିଗ୍ରୀ, କୋରାପୁଟନେ ୭ ଡିଗ୍ରୀ, ବାରିପଦାନେ ୭.୬, ଭବାନୀପାଟଣାନେ ୭.୮ ଡିଗ୍ରୀ, ବଲାଙ୍ଗିରନେ ୮.୮ ଡିଗ୍ରୀ, ବୌଦ୍ଧନେ ୯ ଡିଗ୍ରୀ, କେନ୍ଦୁଝରନେ ୯.୩ ଡିଗ୍ରୀ, ସୋନପୁରନେ ୯.୪ ଡିଗ୍ରୀ ପାରା ରେକର୍ଡ କରାଯାଇଚେ ।

ରାଜ୍ୟର ୧୧ଟା ଜାଗାନେ ପାରା ୧୦ ଡିଗ୍ରୀ ତଲେ ପାରା ରହିଛେ । ଜାଡର ପ୍ରଭାବ ଆହୁରି ୨ ୩ ଦିନ୍ ଏନ୍ତା ଲାଗି ରହେବା ନେଇକରି କୁହାଯାଉଛେ । ସେଆଡେ ଜବର ଥଣ୍ଡା ଲାଗି ରହେବାରନୁ ବେଶୀ ହଏରାନ୍ ହେଉଛନ୍ ଅସହାୟ ଗରିବ ଲୋକ୍ ଆର ଯେନମାନକଁର ଘର ଦୁଆର କିଛି ନାଇଁନ । ଆଗକେ ଥଣ୍ଡା ଆହୁରି ବଢବାକେ ଥିବାର ବେଲକେ ଇ ସବୁ ନିରାଶ୍ରୟ ଲୁକକୁଁ ଥଇଥାନ୍ କରିକିନା ଆଶ୍ରୟ ସ୍ଥଲ ମାନକେ ନେବାର ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ । ପାଣିପାଗ ବିଶେଷଜ୍ଞକଁର କହେବାର ହିସାବେ ସର୍ବନିମ୍ନ ପାରା ମଙ୍ଗଲବାରଠାନୁ ଆହୁରି କମବା । ବରଷ୍‌ର ଶେଷ୍ ହପ୍ତାନେ ଯାଇକରି ଜାଡ୍ ଟିକେ କମିପାରେ । ମଙ୍ଗଳବାରନୁ ଗୁରୁବାର ଭିତରେ ସର୍ବନିମ୍ନ ପାରା ୨ ଡିଗ୍ରୀ ତଲେ ରହେବା । ସେନ୍ତା ୨୫ ତାରିଖନୁ କେତେଟା ଜାଗାନେ କୁହୁଡି ବେଶୀ ହେବାର ସମ୍ଭାବନା ରହିଛେ ।

Leave A Reply

Your email address will not be published.