ରାସ୍ତା ଆରୁ ବ୍ରିଜ୍ କାମ୍ ଲାଗି ଅଧା ସମ୍ବଲପୁର କୁଡି ପକେଇଛନ୍

0

ସମ୍ବଲପୁର ସହରନେ ଇହାଦେ ପ୍ରାୟ ଛକ୍ ମାନକେ ରାସ୍ତା କାମ୍ ବ୍ରିଜ୍ କାମ୍ କରାଯାଉଛେ । ଯେନଥିର ଲାଗି ରାସ୍ତାଘାଟ୍ ସବୁ କୁଡାଯାଇଛେ । ସହରର ଦୁଇଟା ମେନ୍ ମେନ୍ ଛକ୍‌ର ବ୍ରିଜ୍ କାମ୍ ଚାଲିଥିବାର ବେଲକେ ଦୁଶରା ରାସ୍ତା ଯିବାର ଆଏବାର ଲାଗି ନାଇଁ ବାହାର କରାଯାଇ । ଯେନଥିର ଲାଗି ଲୋକମାନକଁର ଯିବାର ଆଏବାରନେ ବନେ ସମସ୍ୟା ଦେଖବାର ଲାଗି ମିଲୁଛେ । ବାରମ୍ବାର ଭିନ୍ ଭିନ୍ ବିଭାଗ ଆଡୁ ହେଉଥିବାର କାମ୍ ଲାଗି ରାସ୍ତା କୁଡା ଯାଉଛେ ଆର ଇତାର କେନସି ବିକଳ୍ପ ନାଇଁ କରିକିନା ଛାଡି ଦିଆଯାଉଛେ । ଯେନଥିର ଲାଗି ବନେ ଅସବିଧା ହେଉଛେ ଲୁକକୁଁ । କାହାରି କେନସି ଜରୁରୀ କାମ୍‌ଟେ ଥିଲେ ତାହାକେ ଘେରେ ବୁଲିକରି ଯିବାକେ ପଡୁଛେ । ଇଟା ନେଇକରି ସ୍ଥାନୀୟ ଲୁକେ ପୂର୍ତ୍ତ ବିଭାଗ ପାଶେ ଅଭିଯୋଗ କରିଥିଲେ ଭିଲ୍ ଅଣଦେଖା କରାଯାଉଥିବାରନୁ ଆନ୍ଦୋଲନ କରାଯିବା ବଲି କହିଛନ୍ ଇଠାନର ଲୋକ୍ ।

Leave A Reply

Your email address will not be published.