ଜାନୁଆରୀନୁ ସମଲେଇ ମନ୍ଦିରନେ ଲାଇଟ୍ ଆଣ୍ଡ ସୋ’

ପର୍ଯ୍ୟଟନ୍ ମାନଚିତ୍ରନେ ହୁମା ବକ୍ର ମନ୍ଦିରକେ ମିଲବା ଜାଗା, କମିଟି ସାଙ୍ଗେ ପର୍ଯ୍ୟଟନ୍ ମନ୍ତ୍ରୀକଁର ଆଲୋଚନା

0

ପୁରୀ ଶ୍ରୀମନ୍ଦିର ଲେଖେଁ ବଦଲିବା ସମ୍ବଲପୁରର ମାଁ ସମଲେଇ ମନ୍ଦିର । ଇ ନେଇକରି କାମ୍ ମୁଲ ହେଇଥିବାର ବେଲକେ ଟପୋଗ୍ରାଫିକାଲ୍ ସର୍ଭେ କାମ୍ ଭିଲ୍ ଶେଷ୍ ହେଇଆସଲାନ୍ । ସର୍ଭେ କମିଟି ଆଡୁ ରିପୋର୍ଟ ଦେଲା ବାଦ୍ ବାକି କାମ୍ ଭିଲ୍ ବହୁତ୍ ଜଲଦି ମୁଲ୍ ହେବା । ସେଆଡେ ସମଲେଇ ମନ୍ଦିରନେ ଲାଇଟ୍ ସାଉଣ୍ଡ ସୋ’ ହେବାର ନେଇକରି ଭିଲ୍ କାମ୍ ହେବାକେ ଯାଉଛେ । ଆଏବାର ଜାନୁଆରୀ ପହେଲାନୁ ହିଁ ଲାଇଟ୍ ଆଣ୍ଡ ସୋ’ ମୁଲ ହେବାର ନେଇକରି ପର୍ଯ୍ୟଟନ୍ ବିକାଶ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଙ୍ଗଲବାର ଗସ୍ତ ସମିଆଁନେ ଜନେଇଛନ୍ । ଆଏବାର ଦୁଇ ତିନ୍ ଦିନ୍ ଭିତରେ କାମ୍ ମୁଲ କରବାର ଲାଗି ନେଇକରି ତିଆର କାମ୍ କରବାକେ ଥିବାର ଟ୍ରାଇକଲର ଇଣ୍ଡିଆକେ ନିର୍ଦ୍ଦେଶ ଦିଆଯାଇଛେ । ଇ ସୋ’ ଲାଗି ହିନ୍ଦୀ ଆରୁ ଇଂରାଜୀ ଭାଷାନେ ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇକରି ରେକର୍ଡିଂ କରାଯାଇଛେ ।

ସେଆଡେ ହୁମା ବକ୍ର ମନ୍ଦିର ବାବା ବିମଳେଶ୍ୱରକଁର ମନ୍ଦିରର ବିକାଶ ଦିଗନେ ଭିଲ୍ କାମ୍ କରାଯିବାର ନେଇ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ । ଆଗକେ ହୀରାକୁଦନେ ହେବାକେ ଥିବାର ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମନେ ପର୍ଯ୍ୟଟକକୁଁ ହୁମା ମନ୍ଦିର ଭିଲ୍ ବୁଲେଇ ଅନାଯିବାର ବେବସ୍ଥା କରାଯିବା । ଆଗକେ ପର୍ଯ୍ୟଟନ୍‌ର ମାନଚିତ୍ରନେ ହୁମାର ବକ୍ର ମନ୍ଦିରକେ ଜାଗା ଦିଆଯିବା ଯେନ୍ତା ସେନେଇକରି କମିଟି ନେଇକରି ଆଲୋଚନା କରିଥିଲେ ମନ୍ତ୍ରୀ ।

Leave A Reply

Your email address will not be published.