ହକି ଏନ୍ଥମ୍‌ଥି ଦୁଲକିଲା ରାଉରକେଲା

ହକି ଷ୍ଟାଡିୟମ୍‌ର ଶିଳାନ୍ୟାସ୍ କାର୍ଯ୍ୟକ୍ରମ୍‌ନେ ସୁନ୍ଦରଗଡ଼ର ଆଦିବାସୀ ନାଚ୍‌ଥି ବିଭୋର ଦର୍ଶକ୍‌

0

ହକିର ଗଡ଼ ହେଉଛେ ସୁନ୍ଦରଗଡ଼ । ଆର ଇ ହକି ହବ୍‌ନେ ହେବାକେ ଯାଉଛେ ଦେଶର ସବୁନୁ ବଡ୍ ଅତ୍ୟାଧୁନିକ୍ ହକି ଷ୍ଟାଡିଅମ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଥିବାର ବେଲକେ ଇ ହକି ଷ୍ଟାଡିୟମର ଶୁଭ ଦେଇଛନ୍ । ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ ସୁନ୍ଦରଗଡ଼ବାସୀକୁଁ । ବିର୍ସା ମୁଣ୍ଡାକଁର ନାଁ ହିସାବେ ହକି ଷ୍ଟାଡିଅମ୍‌ର ନାଁ ହେବା । ମୁଖ୍ୟମନ୍ତ୍ରୀକଁର ଗସ୍ତ ସମିଆଁନେ ଇଠାନେ କଳାକାରକଁର ଆଡୁ ନାଚ୍ ଗୀତ୍ କାର୍ଯ୍ୟକ୍ରମ୍ ରଖାଯାଇଥିଲା । ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତି ଆରୁ କଲାର ଝଲକ୍ ଇଠାନେ ଦେଖବାର ଲାଗି ମିଲିଥିଲା । ଲାଠିକଟା ଅଂଚଲର ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ୍ ବେଶଭୂଷାନେ ନାଚ୍ ଗୀତ୍ ଦେଖବାର ଲାଗି ମିଲିଥିଲା । ପାରମ୍ପରିକ୍ ବାଜାର ତାଲଥି ମହିଲା ମାନେ ଗୀତ୍ ଗାଇକରି ଅଣ୍ଟାକେ ଅଣ୍ଟା ଧରିକରି ସୁନ୍ଦର ହିସାବେ ନାଚିଥିଲେ । ଇତାର ସାଙ୍ଗେ ଆମର ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ନାଚ ଗୀତ୍ ଭିଲ୍ ପ୍ରଦର୍ଶନ କରିଥିଲେ ସ୍ଥାନୀୟ କଳାକାରମାନେ । ଇତାର ସାଙ୍ଗେ କଳାକାରକୁଁ ହକି ଗୀତ୍‌ଥି ନାଚୁଥିବାର ଦେଖବାକେ ମିଲିଥିଲା । ୨୦୧୮ନେ ଓଡ଼ିଶାନେ ହେଇଥିବାର ହକି ୱାର୍ଲ୍ଡ କପ୍ ସମିଆଁନେ ଏଆର. ରେହମାନ୍ ଖେଳାଳିକୁଁ ଉତ୍ସାହିତ୍ କରବାର ଲାଗି ଗାଇଥିବାର ଗୀତ୍ ଆଏଜ୍ କଳାକାର ନାଚିଥିଲେ । ଜୟ ହିନ୍ଦ୍‌, ହିନ୍ଦ୍‌… ଜୟ ଇଣ୍ଡିଆ ଗୀତ୍‌ଥି କଳାକାର ଆଏଜ୍ ଫେର୍ ନାଚିକରି ସେଦିନ୍‌କେ ସୋର୍ ପକେଇଦେଇଛନ୍ । ଇ ଗୀତ୍‌ଟା ହକି ଏନ୍ଥମ୍ ହିସାବେ ସବୁ ଖେଲପ୍ରେମୀ ଆରୁ ଦେଶବାସୀକଁର ମନ ଭିତରେ ଜାଗା ପାଇଥିଲା । ଏଆର ରେହମାନ୍‌କଁର ଇ ହକି ଏନ୍ଥମଥି ସମ୍ବଲପୁରୀ ନାଚ୍‌ର ଝଲକ୍ ଦେଖବାର ଲାଗି ପାଇଥିଲେ ଦର୍ଶକ୍ । ଓଡ଼ିଶୀ ସାଙ୍ଗେ ଆଧୁନିକ୍ ନାଚ ଆରୁ ପାରମ୍ପରିକ୍ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ନାଚ୍ ହକି ଗୀତ୍ ଥି ନାଚିଥିଲେ କଳାକାର ।

Leave A Reply

Your email address will not be published.