‘ଫାଇଜର’୍ ଟିକାକେ ଆମେରିକାର ହଁ

ବ୍ରିଟେନ୍ ଆରୁ କାନାଡା ଉତାରୁ ଆମେରିକାନେ ଫାଇଜରକେ ଆମେରିକାର ଗ୍ରୀନ୍ ସିଗନାଲ୍‌

0

ବ୍ରିଟେନ୍ ଆରୁ କାନାଡା ଉତାରୁ ଆମେରିକାନେ ଫାଇଜର ଭ୍ୟାକସିନ୍‌କେ ମିଲଲା ଅନୁମତି । କରୋନା ଟିକା ଲାଗି ଆମେରିକା ଫାଇଜର କମ୍ପାନୀକେ ଅନୁମତି ଦେଇଥିଲେ । ଫାଇଜର ଭ୍ୟାକ୍ସିନ୍‌କେ ଆଘୋନୁ ଫୁଡ୍ ଆଣ୍ଡ ମେଡିସିନ୍ ଆଡମିନିଷ୍ଟ୍ରେସନ୍ ଆଡୁ କେତନି ଆଲୋଚନା ବାଦ୍ ଅନୁମତି ଦିଆଯାଇଛେ । ଇ କମିଟିନେ ବଛା ବଛା ବୈଜ୍ଞାନିକ୍ ଆରୁ ଡାକ୍ତର ସାମିଲ୍ ହେଇଥିଲେ । ବ୍ରିଟେନ୍‌ନେ ଗଲା କିଛି ଦିନ୍ ତଲେ ଟିକାକରଣ ମୁଲ ହେଇଥିବାର ବେଲକେ ଫାଇଜର କମ୍ପାନୀକେ ଅନୁମତି ମିଲିଥିଲା । ଇଆଡୁ ସାଧାରଣ ଲୁକକୁଁ ଟିକା ଦିଆଯାଉଛେ ।

ଆରୁ ଇହାଦେ ଆମେରିକାନେ ଭିଲ୍ ଫାଇଜର୍ ଟିକା ଲାଗି ଅନୁମତି ମିଲିଛେ । ବେଶୀ ସିରିୟସ୍ ରୁଗୀକଁରନେ ଫାଇଜର୍ ଭ୍ୟାକ୍ସିନ୍ ବେଶୀ କାମ୍ ଦେଉଥିବାର ବୈଜ୍ଞାନିକ୍ ମତ୍ ଦେଇଛନ୍ । ଫାଇଜର୍ ଭ୍ୟାକ୍ସିନ୍‌କେ ନେଇକରି ଭିନ୍ ଭିନ୍ ଦେଶ୍ ଆଗ୍ରହ ରଖଉଥିବାର ବେଲକେ କମ୍ପାନୀ ଆଡୁ ଇତାର ତିନ୍ ନମ୍ବର ଖେପ୍‌ର ଟ୍ରାଏଲ୍‌କେ ଜୋରଦାର୍ କରାଯାଇଛେ । ଇ ଟିକା ୧୬ ବରଷ୍‌ନୁ ଅଏତକା ବରଷର ଲୁକ୍‌କଁର ସାଙ୍ଗେ ପ୍ରାପ୍ତ ବୟସ୍କ ଲୁକକୁଁ ଦିଆଯିବା । ଇଟା ନେଇକରି ଗୁରୁବାର ଦିନ ସରକାରୀ ପରାମର୍ଶଦାତା କମିଟି ଆଡୁ କୁହାଯାଇଛେ ।

ଡିସେମ୍ବର ମାସ ଶେଷ୍ ତକ୍ ଆମେରିକାନେ ଫାଇଜର ଟିକାର ବେଭହାର ଲାଗି ଦୁଇ ଡୋଜ୍‌ର ୨୫ ନିୟୁତ ଟିକା ପ୍ରସ୍ତୁତ ହେଇଯିବା ବଲିକରି ଫାଇଜର ଆଡୁ କୁହାଯାଇଛେ । କରୋନା ବେମାର ଲାଗି ଲାଖ୍ ଲାଖ୍ ଲୁକକଁର ଜୀବନ ଯାଇଥିବାର ବେଲକେ ଇତାର କେନସି ଟିକା ନାଇଁ ଆସିଥାଇ । ଭିନ୍ ଭିନ୍ ଦେଶର ବୈଜ୍ଞାନିକ୍ ଆରୁ ଡାକ୍ତର ଦଲ କରୋନା ଭ୍ୟାକ୍ସିନ୍ ବାହାର କରାବାର କାମେ ଲାଗିଥିଲେ । ଇହାଦେ କିଛି କମ୍ପାନୀ ଆଡୁ ଟିକାକରଣ କରାଯିବାର ନେଇକରି କାମ୍ ଚାଲିଛେ । ଫାଇଜର ଟିକାକେ କେତେଟା ଦେଶ ଅନୁମତି ଭିଲ୍ ଦେଇଛନ୍ । ଯେନ୍ ଆଡୁ ଇହାଦେ ଇ ସବୁ ଅନୁମତି ମିଲିଥିବାର ଦେଶ ମାନକେ ଟିକାକରଣ କରାଯିବା । ଭାରତନେ ଭିଲ୍ ବହୁତ୍ ଜଲଦି ଟିକାକଣଣ କରାଯିବାର ନେଇକରି କୁହାଯାଇଛେ ।

Leave A Reply

Your email address will not be published.