୧୮ନୁ ରାଜ୍ୟ ବିଧାନସଭା ବଜେଟ୍‌

ବିଧାନସଭାର ବଜେଟ୍ ଅଧିବେଶନ୍ ବସବାର ନେଇକରି ବାହାରିଲା ବିଜ୍ଞପ୍ତି

0

ଆଏବାର ୧୮ ତାରିଖନୁ ବସବା ରାଜ୍ୟ ବିଧାନସଭା ବଜେଟ୍ । ବିଧାନସଭାର ବଜେଟ୍ ଅଧିବେଶନ୍ ବସବାର ନେଇକରି ବିଜ୍ଞପ୍ତି ପ୍ରକାଶ ପାଇଛେ । ଇ ଅଧିବେଶନ୍ ଲାଗି ୩୧ଟା କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛେ । ଇତାର ପହେଲା ଦିନ୍ ରାଜ୍ୟପାଳ ଗଣେଷୀ ଲାଲ ଅଭିଭାଷଣ ରଖବେ ଆରୁ ଫେବୃଆରୀ ୨୦ ତକ୍ ଧନ୍ୟବାଦ୍ ପ୍ରସ୍ତାବ ଆଲୋଚନା ଚାଲବା । ଫେବୃଆରୀ ୨୨ ତାରିଖନେ ୨୦୨୧-୨୨ ଆର୍ଥିକ୍ ବଛର ଲାଗି ରାଜ୍ୟ ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରବେ ଗୃହନେ । ମାର୍ଚ୍ଚ ୩୧ ତାରିଖନେ ବ୍ୟୟ ମଞ୍ଜୁରି ବିଲ୍ ଗୃହନେ ପାରିତ କରବରାର ଲାଗି ସମିଆଁ ନିର୍ଦ୍ଧାରଣ କରାଯାଇଛେ । ଫେବୃଆରୀ ୧୮ନୁ ୨୭ ତାରିଖ ତକ୍ ୯ ଦିନ୍ ପହେଲା ଖେପ୍ ଅଧିବେଶନ୍ ହେବା । ସେନ୍ତା ମାର୍ଚ୍ଚ ୧୨ ତାରିଖନୁ ଏପ୍ରିଲ୍ ୯ ତାରିଖ ତକ୍ ୨୨ ଦିନ୍ ଲାଗି ଦୁଇ ନମ୍ବର ଖେପ୍ ଅଧିବେଶନ୍ ଚାଲବା । ଫେବୃଆରୀ ୨୫,୨୬,୨୭ ତାରିଖ ବଜେଟ୍ ଉପରେ ସାଧାରଣ ଆଲୋଚନା କରାଯାଇ କରି ମାର୍ଚ୍ଚ ମାସ ୧୧ ତାରଇ ତକ୍ ଗୃହ ମୁଲତବି ରହେବା । ୧୨ ତାରିଖନେ ଗୃହ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେଲା ଉତାରୁ ୧୩ ତାରିଖନୁ ୩୦ ତାରିଖ ତକ୍ ବିଭାଗୀୟ ଖର୍ଚ୍ଚ ଦାବି ନେଇକରି ଆଲୋଚନା କରାଯିବା ।

Leave A Reply

Your email address will not be published.