ସୁନ୍ଦରଗଡ଼ନେ ଆରମ୍ଭ ହେଲା ଆଧୁନିକ୍ ପରିମଲ୍ ସେବା

ପରିମଲ୍ ସେବାନେ କାମ୍ କରୁଥିବାର କର୍ମଚାରୀ ସମାଜର ବଡ୍ ସେବକ:ମୁଖ୍ୟମନ୍ତ୍ରୀ

0

ସାଫ୍ ସୁତର କାମ କରୁଥିବାର କର୍ମଚାରୀ ସମାଜର ବଡ୍ ସେବକ୍ ବଲି କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ୍ ପରିମଲ୍ ବେବସ୍ଥାର ଶୁଭାରମ୍ଭ କରିଛନ୍ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ରାଉରକେଲା ମହାନଗର ନିଗମ ସାଙ୍ଗେ ବୀରମିତ୍ରପୁର ପୌରସଂସ୍ଥା ଆରୁ କୋଇରା ଆରୁ କୁତ୍ରା ବ୍ଲକ୍‌ନେ ଅତ୍ୟାଧୁନିକ୍ ପରିମଲ ସେବା ମୁଲ ହେଇଛେ । ଇ ସବୁ ସେବା କାମନେ ଲାଗବାର ଲାଗି ୨୪ ପ୍ରକାରର ୧୯୦ଟା ଗାଡି ଆରୁ ମେସିନ୍ ବେବସ୍ଥା କରାଯାଇଛେ । ମେସିନ୍ ସାହାଜ୍‌ନେ ସହରର ସବୁ ସଫେଇ କାମ୍ କରାଯିବା ଆର ଇତାର ସାଙ୍ଗେ ମାଇକ୍ରୋ କମ୍ପୋଜିଟ୍ କେନ୍ଦ୍ର ଆରୁ ମଏଲା ଜିନିଷର ପରିଚାଲନା ବେବସ୍ଥା ଭିଲ ହେଇଛେ । ମିଶନ ଶକ୍ତିର ମହିଲା ମାନକୁ ପରିଚାଲନା ଦାୟିତ୍ୱନେ ରଖାଯାଇଛେ ।

ଏତକି ବେଲେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିରନେ କାମ କରୁଥିବାର ସବୁ ମହିଲାକୁଁ ତାକଁର ଭଲ୍ କାମ୍ ପ୍ରଶଂସା କରିଥିଲେ ଆର ଧନ୍ୟବାଦ୍ ଜନେଇଥିଲେ । ଇ ଅବସରନେ ମୁଖ୍ୟମନ୍ତ୍ରୀ ଗାନ୍ଧୀକଁର କଥା ମନେ ପକେଇଥିଲେ କହିଥିଲେ ଯେ, ପରିମଲ ଉପରେ ଅଏତକା ଗୁରୁତ୍ୱ ଦେଉଥିଲେ ଗାନ୍ଧୀ । ନିଜର ଆଶ୍ରମର ପରିମଲର ଦାୟିତ୍ୱ ନିଜେ ହିଁ ନେଇଥିଲେ ମହାତ୍ମା ଗାନ୍ଧୀ । ଇ ନୂଆ ପରିମଲ ଯୋଜନା ଆଡୁ ଖାଲି ମଏଲା କଚରା ସାଫ୍ ନାଇଁ ହୁଏ ଇତାର ଦ୍ୱାରା ବାୟୁ ପ୍ରଦୂଷଣ ଭିଲ୍ କମାଯାଇପାରବା । ଖଣି ଅଂଚଲନେ ରହୁଥିବାର ଲୋକ୍ ଇଆଡୁ ବେଶୀ ଉପକୃତ୍ ହେଇପାରବେ ବଲି ମୁଖ୍ୟମନ୍ତ୍ରୀ କହିଛନ୍ ।

ଭିଡିଓ କନଫରେନ୍ସିଂ ଆଡୁ ମୁଖ୍ୟମନ୍ତ୍ରୀ ଇ ନୂଆ ଯୋଜନାର ମୂଲ୍ କରିଥିବାର ବେଲକେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳକଁର ସାଙ୍ଗେ ଦୁଶରା ଅଧିକାରୀ ଯୋଗ ଦେଇଥିଲେ । ଦୁଶରା ଆଡେ ଭୁବନେଶ୍ୱରନୁ ୫-ଟି ସଚିବ ଭିକେ ପାଣ୍ଡିନ୍ନ୍‌, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଭିଲ୍ ଯୋଗ ଦେଇଥିଲେ ଇ କାର୍ଯ୍ୟକ୍ରମନେ ।

Leave A Reply

Your email address will not be published.