ଭିସୁଟ୍‌ର ସମାବର୍ତ୍ତନ୍ ଉତ୍ସବ୍‌

୧୩୨୭ ଜନ୍ ଛାତ୍ରଛାତ୍ରୀକୁଁ ଦିଆଗଲା ଡକ୍ଟରେଟ୍ ସାଙ୍ଗେ ସ୍ନାତକ ଆରୁ ସ୍ନାତକୋତ୍ତର ଡିଗ୍ରୀ

0

ବୁର୍ଲା ଭିସୁଟ୍‌ର ୧୨ ନମ୍ବର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଇଯାଇଛେ । ବିଷା୍‌ବସରରାୟ ଅଡିଯଣିୟମନେ ଇ କାର୍ଯ୍ୟକ୍ରମ୍ ଅନୁଷ୍ଠିତ ହେଇଥିବାର ବେଲକେ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀକଁର ଅଧ୍ୟକ୍ଷତାନେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଇ ଅବସରନେ ଭିସୁଟ୍‌ର ଦୁଶରା କର୍ମଚାରୀ ଆରୁ ପ୍ରଫେସର ମାନେ ଭିଲ୍ ଯୋଗ ଦେଇଥିଲେ । ୧୩୨୭ ଜନ୍ ଛାତ୍ରଛାତ୍ରୀକୁଁ ଡକ୍ଟରେଟ୍ ସାଙ୍ଗେ ସ୍ନାତକ ଆରୁ ସ୍ନାତକୋତ୍ତର ଡିଗ୍ରୀ ଦିଆଯାଇଥିଲା । ଇ ଅବସରନେ କୁଳପତି ଭିସୁଟ୍‌ନେ ହେଇଥିବାର ଭିନ୍ ଭିନ୍ ସଫଲତା ନେଇ କରି ସମକୁ ଧନ୍ୟବାଦ୍ ଜନେଇଥିଲେ । ଭିସୁଟ୍‌ର ଦୁଇଟା ବିଭାଗ ଜାତୀୟ ଅଧିସ୍ୱିକୃତ ବୋର୍ଡ (ଏନବିଏ)ର ସ୍ୱୀକୃତ ହାସଲ କରବା ଗୁଟେ ବଡ କଥା । ଆହୁରି ୫ଟା ବିଭାଗର ଏନବିଏ ଅଧିସ୍ୱୀକୃତିନେ ଭିଲ୍ ବଢିଛେ ।

ବିଟେକ, ଏମ୍‌ଟେକ୍‌, ଆରୁ ଏମ୍‌ସିଏ୍ ପାଠ୍ୟକ୍ରମ ଏଆସିଟିଇର ସ୍ୱୀକୃତି ପାଇଛେ । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସାଙ୍ଗେ ବିଶ୍ୱବିଦ୍ୟାଳୟର ଚୁକ୍ତିି ଉତାରୁ ଦେଶର ପହେଲା ମହାକାଶ ଅନ୍ୱେଷଣ କେନ୍ଦ୍ର ଭିସୁଟ୍‌ନେ ଥାପନ୍ କରାଯାଇଛେ । ଜାତୀୟ ରାଜପଥ୍‌ର ପ୍ରାଧୀକରଣ ସାଙ୍ଗେ ହେଇଥିବାର ଚୁକ୍ତି ହିସାବେ ସମ୍ବଲପୁର-ବିଂଝାବାହାଲନୁ କିଛି ଜାଗା ବିଶ୍ୱବିଦ୍ୟାଳୟ ପୌଷ୍ୟ ପ୍ରକଳ୍ପ ଭାବେ ନେଇଥିବାର କହିଛନ୍ ପୟଫେସର ଚୌଧୁରୀ । ରାଜ୍ୟ ସରକାରକଁର ଆଡୁ ଭିନ୍ ଭିନ୍ ଯୋଜନାନେ ୩୨ କୋଟି ଟଙ୍କା ମଂଜୁରୀ ମିଳିଥିବାର ସେ ଜନେଇଛନ୍ । ଇ-ଲାର୍ଣ୍ଣିଙ୍ଗ କେନ୍ଦ୍ର ସାଙ୍ଗେ ଭିନ୍ ଭିନ୍ ପରୀକ୍ଷାଗାରକେ ନୂଆ ଯନ୍ତ୍ରପାତି ଲଗାଯାଇଛେ ।

Leave A Reply

Your email address will not be published.