ଇ ଦିଆଲିନେ ସମ୍ବଲପୁରୀ ଦୀପ୍‌

କେଡେ ସୁନ୍ଦର ସିତମ୍ , ସୁପ୍ରିୟାକଁର୍ ସମ୍ବଲପୁରୀ ଦୀପ୍

0

ଦିଆଲି ତିହାର କେତେ ଆଶ ଆନିଦେସି ସମକୁଁ । ଉସତ୍ , ଆନନ୍ଦ ଆର୍ ଉକିଆର ତିହାର ।ଦିଆଲି ଦିନ ଯେତେବେଲେ ଘରେ ଘରେ ଲୋକ ଦୀପ ଜାଲି କରି ଘରକେ ସଜେଇଥିସନ୍ । ଘର ମାନକୁଁ ଦେଖଲେ ଆଏଁଖ୍ ଝଲସି ଯାଉଥିସି । ହେତିରଲାଗି ଦିଆଲି ଆଘୋନୁ ବସସି ବଜାର । ଯେନେ ମିଲସି ରକର ରକମର ମାଏଟର ଦୀପ । ଦୀପ ମାନକୁଁ ରକମ ରକମ କରି ସଜା ବି ହେଇଥିସି । ଯେନଟା ଦେଖବାରକେ ବି ସୁନ୍ଦର ଲାଗସି । ତ ଇ ଦିଆଲି ଦେଖବାରକେ ମିଲବା ଦୀପ ମାନକଁର୍ ଭିତରେ ବି ସମ୍ବଲପୁରୀର ଛିଟା । ଯେନଟା ସବୁ ବନଉଛନ୍ ଟିଟିଲାଗଡର ସିତମ ସାଗର ବେଦବାକ ଆର୍ ସୋନପୁରର ସୁପ୍ରିୟା ଏବେ ସେମାନେ ବନଉଛନ୍ ସମ୍ବଲପୁରୀ ଦୀପ୍ । ଗଲା କେତେ ବରଷ୍‌ ଭିତରେ ଦେଖଲେ ମାଟିର ଦୀପ ଜାଗାନେ ଲୋକ୍ ଚାଇନା ଦୀପ, ଏଲଇଡି ଲାଇଟ ବେଭାର କରୁଥିଲେ । ସେସବୁକେ ଦେଖି ଏନ୍ତା ଗୁଟେ ନୂଆ ଚେଷ୍ଟା କରିଛନ୍ ସିତମ ।

ଆଏଁଖକେ ବି ଦେଖବାରକେ ଯେନ୍ତା ସୁନ୍ଦର ଲାଗବା ସେଥିରଲାଗି ସମ୍ବଲପୁରୀ ଟଚ୍ ଦେଇକରି ବନଉଛନ୍ ସମ୍ବଲପୁରୀ ଦୀପ । ଆର୍ ସିତମକଁର୍ ଇ କାମନେ ହାତ୍ ମିଶେଇଛନ୍ ସୁପ୍ରିୟା । ଜନମ୍‌ନୁ କହି ନାଇଁ ପାରନ୍‌, ଶୁନି ନାଇଁ ପାରନ୍ । ବହୁତ ସୁନ୍ଦର ପେଣ୍ଟି କରୁଥିବାର୍ ସୁପ୍ରିୟା ମାଏଟର ଦୀପନେ ସମ୍ବଲପୁରୀ ପେଣ୍ଟିଙ୍ଗ କରୁଛନ୍ । ଇତାର ବିକରିବଟା ଏସପିୟୁ କ୍ରିିଏସନ୍ , ଟିଟିଲାଗଡ ଶାଖା ଅଫିସ ଜରିଆନେ ଜୋରଦାର ଚାଲିଛେ । ଅନଲାଇନବେ ବି ଦୀପର ବିକ୍ରି ଚାଲିଛେ । ଆର୍ ଇତାର ଆଦର ବି ବଢୁଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଭୋକାଲ ଫର ଲୋକାଲ ବଲି ନାରା ଦେଇଥିଲା ବେଲକେ ଏନ୍ତା ନିଜର ଅଚଂଲର କଲାର ପ୍ରଚାର ପ୍ରସାର କରବାର୍ ସାଙ୍ଗେ ମାଏଟ ଦୀପର ବିକରି ବଢୁଥିବାର୍ ଲାଗି ସିତମ ଆର ସୁପ୍ରିୟାକଁର୍ ,ଏନ୍ତା ଚେଷ୍ଟାକେ ଲୋକ ବି ପ୍ରଶଂସା କରୁଛନ୍ । ଆର ଆଗକେ ବି ଯାହା କାମ କରବେ ସବୁଥି ସମ୍ବଲପୁରୀର ଝଲକ୍ ଦେଖାବେ ବଲି କହେସନ୍ ସିତମ୍ ।

Leave A Reply

Your email address will not be published.