ବିନା ଫଟ୍‌କରାନେ ଦୀଆଲି

ନଭେମ୍ବର ୧୦ନୁ ୩୦ ତାରିଖ ତକ୍ ଫଟ୍‌କରା ବିକବାର ଆରୁ ଫୁଟାବାର ଉପରେ ଲାଗଲା ରୋକ୍

0

ଇ ବଛର ଦୀଆଲି ବିନା ଫଟ୍‌କରାଥି ମନାଯିବା । ଖାଲି ଦୀପ୍ ଜଲେଇକରି ଲୁକେ ଦୀଆଲି ମାନବେ । ଇହାଦେ ଭିଲ କରୋନା ବେମାରୀ ବଢବାର ଡର୍ ରହିଥିବାର ବେଲକେ କରୋନା ନିୟମ ମାନବାକେ ପଡବା । କରୋନା ଲାଗି ଇ ବଛର ପରବ ମାନେ ସବୁ ଫିକା ପଡିଛେ । ପହେଲାନୁ ଦଶହରା ପୂଜା, କାଲୀ ପୂଜା, ଗଜଲକ୍ଷ୍ମୀ ପୂଜାନେ ଭିଲ କିଛି ନିୟମ ଲଗାଯାଇଥିଲା । ଇହାଦେ ଦୀଆଲିନେ ଭିଲ୍ କିଛିଟା ନିୟମ ମାନିକାରି ମନାବାକେ କୁହାଯାଇଛେ । ଲୁକେ ଦୀଆଲି ମନାବେ ହେଲେ ବିନା ବିନା ଫଟ୍‌କରା ଫୁଟେଇକରି । ନଭେମ୍ବର ୧୦ ତାରିଖନୁ ଆଏବାର ୩୦ ତାରିଖ ତକ୍ ଫଟ୍‌କରା ବିକ୍ରିନୁ ନେଇକରି ଫଟ୍‌କରା ଫୁଟାବାର ଉପରେ ରୋକ୍ ଲଗେଇଛନ୍ ସରକାର । କୋଭିଡ ସଂକ୍ରମଣକେ ଆଏଁଖ ଆଗାଡେ ରଖିକରି ଏନ୍ତା ନିୟମ ତିଆର କରାଯାଇଛେ । ନିୟମ ଖିଲାପିକଁର ବିରୁଧନେ ଦଣ୍ଡ ଦେବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ । ବିପର୍ଯ୍ୟୟ ପରିଚାଳନା ଆଇନ ହିସାବେ ଅମାନିଆଁକୁଁ ଦଣ୍ଡ ଦିଆଯିବା ।

ରାଜ୍ୟ ସରକାରକଁର ସ୍ୱତନ୍ତ୍ର ରିଲିଫ୍ କମିଶନରକଁର ଆଡୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଇ ନେଇକରି ସୂଚନା ଦେଇଛନ୍ । ମହାମାରୀ ସମିଆଁନେ ଫଟ୍‌କରା ଫୁଟାଲେ ରୁଗୀମାନକଁର ଲାଗି ବିପଦ ହେଇପାରେ । ସେଆଡେ ଆଗକେ ଶୀତ୍‌ଦିନ୍ ଆସୁଛେ, ଏନ୍ତାଥି ଫଟକା ଫୁଟାଲେ ଇଥରୁ ବାହାରୁଥିବାର ବିଷାନ୍ ଗ୍ୟାସ୍ ପରିବେଶନେ ମିଶିକରି ରୁଗୀକଁର ଲାଗି ସମସ୍ୟା ବଢେଇପାରେ । ଫଟ୍‌କରା ଫୁଟାଲେ ଅଏତକା ନାଇଟ୍ରସ ଅକ୍ସାଇଡ, ସଲଫର ଡାଇଅକ୍ସାଇଡ, କାର୍ବନ ମନୋକସାଇଡ୍ ଲେଖେଁ ରସ୍ରାନିକ୍ ପଦାର୍ଥ ଲାଗି ଶ୍ୱାସ ବେମାର ଦେଖାଦେଇଥିସି । ଆଉ ଛୋଟ ଛୁଆ, ବୁଢାକଁର ଭିତରେ ଶ୍ୱାସ୍ ବେମାରଟା ଅଏତକା ରହିଥିବାରନୁ ଇଟା ବିପଦ କରିପାରେ । ଲୁକକଁର ଭଲ ଲାଗି ଆଘୋନୁ ରାଜ୍ୟ ସରକାର ଏନ୍ତା ନିର୍ଦ୍ଦେଶ ଦେଇଥିବାର ନେଇକରି ଏସଆରସିକଁର ଆଡୁ କୁହାଯାଇଛେ । ରାଜ୍ୟନେ ଇହାଦେ କୋଭିଡ ବେମାରୀ ଆଘରର ତୁଲନାଥି ଟିକେ କମିଛେ ସତ୍‌, ହେଲେ ଇତାର ବାହାରେ ଭିଲ୍ ଇ ସବୁ ଉପରେ କଡା ନଜର ରଖବାକେ ପଡବା ଯେନ୍ତା କି ସଂକ୍ରମଣ ବଢବାରନୁ ଅଟକାଯାଇପାରବା ।

Leave A Reply

Your email address will not be published.