ଆସୁଛେ କରୋନା ଟିକା

ଜୁନ୍ ବଦଲେ ଫେବୃଆରୀନେ ବଜାରକେ ଛଡାଯିବା କୋଭାକ୍ସିନ୍ ଟିକା

0

କରୋନା ଭାଇରସ ଲାଗି ପୁରା ଦୁନିଆଁ ଇହାଦେ ଚିନ୍ତାନେ ରହିଛେ । ଇ ବେମାର ଲାଗି ଗୁରଦୁଟେ ଲୁକକଁର ଜୀବନ୍ ଯାଇଥିବାର ବେଲେ କେତନିଟେ ଲୋକ ଇ ବେମାରନେ ଆସିଛନ୍ । ଏନ୍ତା ସମିଆଁନେ ଗୁଟେ ଖୁସିର ଖବର୍ ଆସିଛେ । ଭାରତ ବାୟୋଟିକ୍ ଆଡୁ ତିଆର କରାଯାଇଥିବାର କୋଭାକ୍ସିନ୍ ଟିକା ନିର୍ଦ୍ଧାରିତ ସମିଆଁ ଆଘୋନୁ ବଜାରକେ ଛଡାଯିବା । ଆଏବାର ୨୦୨୧ ଜୁନ୍ ଭିତରେ କୋଭାକ୍ସିନ୍ ବଜାରକେ ଛାଡବାର ଯୁଜନା କରାଯାଉଥିବାର ବେଲେ ଇହାଦେ ଇଟା ଫେବୃଆରୀ ମାସନୁ ହିଁ ବଜାରକେ ଛଡାଯିବା ।

ଇ ମାସ ପହେଲାନୁ କରାଯାଇଥିବା କୋଭାକ୍ସିନର ପରୀକ୍ଷା ଠିକ୍ ଥିବାର ବେଲକେ ଇଟା ନିରାପଦ ଥିବାର ନେଇକରି ଜନାପଡିଛେ । ଆଇସିଏମଆରର ବୈଜ୍ଞାନିକ୍ ମାନେ ଇଟା ନିରାପଦ ଥିବାର କହିଛନ୍ । ଇ ମାସ କୋଭାକ୍ସିନ ଟିକାର ୩ ନମ୍ବର ଖେପ୍‌ର ପରୀକ୍ଷଣ କରାଯାଉଛେ । ଦେଶର ୨୬ ହଜାର ସ୍ୱେଚ୍ଛାବେୀକଁର ପଂଜିକରଣ କରାଯାଇକରି ୩୦ଟା ପରୀକ୍ଷାକେନ୍ଦ୍ରନେ ପରୀକ୍ଷଣ କରାଯାଉଛେ । ଇଠାନେ ଆମେ କହି ରଖବାକେ ଚାହେଁମୁ ଯେ, କୋଭାକ୍ସି ଟିକା ଭାରତ ଭେଗଷଜ ଅନୁସନ୍ଧାନ ପରିଷଦ ବା ଆଇସିଏମଆରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଆଡୁ ବିକଶିତ କରାଯାଇଛେ ।

Leave A Reply

Your email address will not be published.