କରୋନା ବିଗଡାଲା ଖେଲ୍‌

0

ଆଜି ଯେନମାନେ ଅଛନ୍ ସେମାନେ କମସେ କମ୍ ବଞ୍ଚିଥିବାର୍ ତକ୍ ୨୦୨୦କେ କିହେ ନାଇଁ ପାସରନ୍ । ଯେତକି ନୁକସାନ୍ ହେଇଛେ, ତାର ହିସାବ କରବାର୍ ବି ମୁସ୍କିଲ୍ । ଜୀବନ୍ ଯାଇଛେ, ଅର୍ଥନୀତିର ଭୁଷଡିପଡିଛେ, ଏନ୍ତା କେହେନସି କ୍ଷେତ୍ର ନାଇଁନ ଯେନଟା କରୋନା ଲାଗି ପ୍ରଭାବିତ୍ ନାଇଁ ହେଇ । ଆର୍ ୨୦୨୦ନେ ସବୁନୁ ବେଶୀକରି ଶାନ୍ତ ପଡିଯାଇଥିଲା ଖେଲ୍ ଜଗତ୍ । ଟୋକିଓ ଅଲିମ୍ପିକ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆର ତୀରନ୍ଦାଜି ବିଶ୍ୱକପ୍ ବାଗିର ବଡ ବଡ ଟୁର୍ଣ୍ଣାମେଣ୍ଟ ସବୁ ଘୁଞ୍ଚି ଯାଇଛେ । କେତେଟାକେ ବାତିଲ କରାଯାଇଛେ । ବଡ ବଡ ଖେଲାଲି ମାନକଁର୍ ଦେହାନ୍ତ ହେଇଛେ । ଅବଶ୍ୟ ବର୍ଷ ଶେଷ୍ ଆଡକେ ଫେର ଥରେ ଖେଲ ମାନେ ମୁଲ ହେଇଛେ । ହେଲେ ସେଟା ଆଇପିଏଲ ହେଉ କି ଅଲଗା କିଛି ବିନା ଦର୍ଶକନେ ସବୁ ଫିକା । ଗ୍ୟାଲେରୀ ମାନେ ଖାଲି ଖାଲି । ହେଲେ ବି ଧୀରେ ଧୀରେ ଫେର୍ ସବୁ ଠିକ୍ ହେଇ ଆସୁଛେ । ଅଲିମ୍ପିକ୍ ବନ୍ଦ୍ – କରୋନା ଭିତରେ ଯେତେବେଲେ ସବୁ ବାତିଲ ହେଇ ହେଇ ଯାଉଥିଲା, ସବୁ ଦେଶନେ ଲକଡାଉନ୍ ଲାଗିସାରିଥିଲା, ସମକଁର୍ ନଜର ଥିଲା କେନ୍ତା ହେବା ଟୋକିଓ ଅଲିମ୍ପିକ୍ସ । ଆଇଓସି ଆର୍ ଆୟୋଜକ ଜାପାନ କରବାର୍ ଲାଗି ଚାହୁଁଥିଲେ ବି ବହୁତଟେ ଦେଶ ନିଜର ଆଡୁ ବାହାରିଯିବାର୍ ଉତାରୁ ମାର୍ଚ୍ଚ ୨୪ ତାରିଖ୍‌ନେ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚଲା ବଲି କୁହାଗଲା । ଟୋକିଓ ଅଲିମ୍ପିକ୍ସ ଗଲା ଜୁଲାଇ ୨୪ ତାରିଖନୁ ମୁଲ ହେଇ ଅଗଷ୍ଟ ୯ ତାରିଖ ତକ୍ ଚାଲିଥିତା । ହେଲେ ଇଟା ଫେର ଆଏବାର୍ ବର୍ଷ ଜୁଲାଇର ୨୩ନୁ ମୁଲ ହେଇ ଅଗଷ୍ଟ ୮ ତାରିଖ୍ ତକ୍ ଚାଲବା । ସେନ୍ତା ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ ତାରିଖନୁ ମୁଲ ହେଇ ସେପଟେମ୍ବର ୫ନେ ସରବା ।ଆର ବର୍ଷ ଭଲ ହିସାବେ କରବାର୍ ଲାଗି ଜାପାନ ସରକାର ଆର୍ ଆଇଓସି ଲାଗି ପଡିଛନ୍ । ହେଲେ ବି ଯେନ୍ ଖେଲାଲି ମାନେ ୪ବର୍ଷଟେ ଜୁଗିଥିବେ । ସେମାନକଁର୍ ସପନ୍ ଭାଙ୍ଗିଦେଲା ଇ କରୋନା । ସମିଆଁ ତ ଯିବା, ଆସବା, ଖେଲବାର୍ ମଉକା ଆଏବା, ହେଲେ ଫିଟନେସଟା ସବୁବେଲେ ନାଇଁ ରହେ । ତ ଏନ୍ତାଥି ସେମାନକଁର୍ ଯେନ୍ ନୁକସାନ୍ ହେଇଛେ ସେଟାର ଭରନା ନାଇଁ କରାଯାଇ ପାରେ । ଟି-ଟ୍ୱେଣ୍ଟି ବିଶ୍ୱ କପ – ଯେନ୍ ଦେଶ ମାନେ କ୍ରିକେଟ ଖେଲସନ୍‌, ଆର ଖାସ୍ କରି ଭାରତ ବାଗିର ଗୁଟେ ଦେଶନେ ସବୁ କ୍ରିକେଟ ଫ୍ୟାନ୍ ମାନେ ଟାକିଥିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କେ । କାରନ୍ ୨୦୧୯ ୱାଲର୍ଡକପ୍ ଟୁର୍ଣ୍ଣାମେଣ୍ଟନେ ସବୁ ମ୍ୟାଚ୍ ଭଲ ଖେଲି ଖେଲି ଆସିଥିବାର୍ ବେଲକେ ଶେଷକେ ଯେନ୍ ହିସାବେ ସେମିଫାଇନାଲ ମ୍ୟାଚ୍ ହାରିଗଲା ଟିମ୍ ଇଣ୍ଡିଆ । ସଭେ ଆଶ ରଖିଥିଲେ ଯେ ୨୦୨୦ନେ ଟି-ଟ୍ୱେଣ୍ଟି ୱାର୍ଲଡ କପନେ ଭାରତ ଫେର ଫିରବା ଆର୍ ବିଶ୍ୱ ବିଜୟୀ ହେବା । ହେଲେ ସୋସିଆଲ ଡିଷ୍ଟାନସ, କ୍ୱାରେଣ୍ଟିନ୍ ଇସବୁ ନିୟମ ଭିତରେ ଲକଡାଉନ୍ ସଟଡାଉନ୍ ଭିତରେ ତୁମ ପଡି ନିଜର ଘର ମାନକୁଁ ରହେଲେ ଖେଲାଲି । ତ ଇ ୱାର୍ଲଡ କପ୍ ବି ବାତିଲ ହେଇ ଆର ବର୍ଷ ଭାରତନେ ହେବା । ଯେନଟା ୨୦୨୦ନେ ହେଇଥିଲେ ଅଷ୍ଟ୍ରେଲିଆନେ ହେଇଥିତା ।

ଫୁଟବଲର ଯାଦୁଗର : ନଭେମ୍ବର ୨୫ ତାରିଖ ବିଶ୍ୱ ଫୁଟବଲର ଯାଦୁଗର ଆର ଆର୍ଜେଣ୍ଟିନା ବିଶ୍ୱ ଚମ୍ପିୟନ ଦଲର ଅଧିନାୟକ ଡିଏଗୋ ମାରାଡୋନାକଁର୍ ଦେହାନ୍ତ୍ ହେଇଗଲା । ଯେନଟା ପୁରା ଖେଲ ଜଗତ ଲାଗି ଥିଲା ଇ ବର୍ଷର ସବୁନୁ ଦୁଃଖର ଖବର୍ । ୧୯୮୬ ମସିହାନେ ବିଶ୍ୱକପନେ ଆର୍ଜେଣ୍ଟିନା ଦଲର ନେତୃତ୍ୱ ନେଇଥିଲେ ମାରାଡୋନା । ତାକଁର ‘ହ୍ୟାଣ୍ଡ ଅଫ୍ ଗଡ୍‌’ ଆର୍ ୨ ନମ୍ବରଟା ‘ଦ ଗୋଲ ଅଫ ଦ ସେଞ୍ଚୁରୀ ’ । ମାରାଡୋନା ଇ ଦୁଇଟା ଲାଗି ସବୁବେଲେ ଚର୍ଚ୍ଚାନେ ଥିଲେ । ତାକଁର୍ ଖେଲ ଯେନ୍ତା ଥିଲା, ବିବାଦ୍ ବି ହେନ୍ତା ଥିଲା । ହେଲେ ବି ଏନ୍ତା କେନସି ଦେଶ ନାଇଁ ଥିବା ଯେନେ ତାକଁର୍ ପ୍ରଶଂସକ୍ ନାଇଁ ଥାଇର୍ ।

ବଲବୀର ସିଂ- ହକି ଷ୍ଟାର ବଲବୀର ସିଂକଁର୍ ବି ଦେହାନ୍ତ ହେଇଥିଲା ଇ ୨୦୨୦ନେ । ୧୯୪୮, ୧୯୫୨, ଆର୍ ୧୯୫୬ ଅଲିମ୍ପିକରେ ଦଲକେ ଗୋଲଡ ଜିତାବାରରେନ ତାକଁର୍ ବଡ ଭୂମିକା ଥିଲା । ସେ ୧୯୫୨ନେ ଭାଇସ କ୍ୟାପଟେନ୍ ଥିବାର୍ ବେଲକେ ୧୯୫୬ନେ କ୍ୟାପଟେନ୍ ଥିଲେ । ଅଲିମ୍ପିକ ଫାଇନାଲନେ ସବୁନୁ ଅଧିକା ବ୍ୟକ୍ତିଗତ ଗୋଲ୍ ରେକର୍ଡ ବଲବୀରକଁର୍ ନାଁନେ ରହିଛେ । ଦେଶର ଲାଗି ହେତେ ନାଁ କରିଥିବାର୍ ବଲବୀର ସିଂକଁର୍ ଦେହାନ୍ତନେ ବି ହକି ଫ୍ୟାନକଁର୍ ଲାଗି ଇ ୨୦୨୦ର ସବୁନୁ ଦୁଃଖର ଖବର ଥିଲା ।

ଏନବିଏ ଷ୍ଟାର କୋବି ବ୍ରାଏଣ୍ଟ – ହେଲିକେପଟର ଦୁର୍ଘଟନାନେ ଏନବିଏ ଷ୍ଟାର କୋବି ବ୍ରାଏଣ୍ଟ କଁର୍ ଜୀବନ୍ ଯିବାର୍ ଘଟନା ବି ପୁରା ଖେଲ ଜଗତକେ କନ୍ଦେଇ ଦେଇଥିଲା । କାଲାବାସାସାସ ପର୍ବତ ପାଖେ ବ୍ରାଏଣ୍ଟକଁର ହେଲିକେପଟର ଦୁର୍ଘଟନା ହେଇଥିଲା । ଯେନେକି ୯ ଝନ୍ ଥିଲେ । ବ୍ରାଏଣ୍ଟ ତାକଁର୍ ଝିଅ ଜିଆନାରା ଗୁଟେ ବାସ୍କେଟ ବଲ ମ୍ୟାଚ୍ ଲାଗି କାଲିଫର୍ଣ୍ଣିଆ ଯାଉଥିଲେ ।ସରଲା ମାହି ଯୁଗ୍ : ଦେଶ ଯେତେବେଲେ ସ୍ୱାଧିନତା ଦିବସ ମାନୁଥାଏ, ୪ ମିନିଟ୍ ୭ ସେକେଣ୍ଡର ଗୁଟେ ଭିଡିଓ ଅପଲୋଡ କରି ଅନ୍ତର୍ଜାତୀୟ କ୍ରିକେଟ ଛାଡିଥିବାର୍ ନେଇ ଦୁନିଆକେ ଜନେଇଥିଲେ ଧୋନି । ମେ ପଲ ଦୋ ପଲ କା ଶାୟର ହୁଁ, ପଲ ଦୋ ପଲ ମେରୀ କାହାନୀ ହେ । ବ୍ୟାକଗ୍ରାଉଣ୍ଡନେ ି ଗୀତ ବାଜୁଥିବାର୍ ବେଲକେ ବନାହେଇଥିବାର୍ ଭିଡିଓନେ ଥିଲା ଧୋନିକଁର୍ ଖେଲ ଜୀବନ୍ । ହେନ୍ତା ବି ଗଲା ବର୍ଷ ହେଇଥିବାର୍ ୱାର୍ଲଡ କପ ପରରଠାନୁ ଧୋନି ନାଇଁ ଖେଲୁଥାଇର୍ । ହେଲେ ସ୍ୱାଧିନତା ଦିବସ ଦିରିଟାୟର୍ଡ କରବାର ଖବର ଆସବାର ଉତାରୁ ଗୁଟେ କଥା ସଭେ କହିଥିଲେ, ଧୋନିକଁର୍ ସ୍ୱଭାବ୍ ଯେନ୍ତା, ଠିକ୍ ସେନ୍ତା ଢଙ୍ଗେ ଏକା ସେ ଅବସର ହେଲେ ।ସୁରେଶ ରାଇନା: ସେହି ସମାନ ଦିନ , ଅଗଷ୍ଟ ୧୫ନେ ଧୋନିକଁର ସାଙ୍ଗେ ସୁରେଶ ରାଇନା ବି ଅନ୍ତର୍ଜାତୀୟ କ୍ରିକେଟକେ ଛାଡବାର ନେଇ ନିଜର ସୋସିଆଲି ମିଡିଆରେ ଜନେଇଥିଲେ । ପହେଲା ବ୍ୟାଟିଂ କରୁଥିବାର୍ ବେଲକେ ମିଡିଲ ଅର୍ଡର ରେ ଖେଲି ରାଇନା ବହୁତ ଥର୍ ଭାରତକେ ଗୁଟେ ଭଲ ଟାର୍ଗେଟ ତକ୍ ପହଞ୍ଚେଇ ଥିବାର୍ ବେଲକେ ଚେଜ୍ କରୁଥିବାର୍ ବେଲକେ ଜଲଦି ୱିକେଟ ପଡିଯାଇଥିଲେ ବହୁତ୍ ଥର୍ ସେ ସ୍ଥିତିକେ ସମ୍ଭାଲୁଥିଲେ । ଦଲକେ କାଣା ଦରକାର ସେଟାକେ ଦେଖିକରି ଖେଲୁଥିଲେ ରାଇନା । ହେନ୍ତାବି ତାକଁର୍ ଜାଗାନେ ଖେଲବାର୍ ଲାଗି ଆଏଜ ତକ୍ ବି ଭଲ ପ୍ଲେୟାରଟେ ଖୁଜୁଛେ ଟିମ୍ । ଇଂଲଣ୍ଡ- ଇଣ୍ଡିଜ ଟେଷ୍ଟ :କରୋନା ଭିତରେ କୋଭିଡ ନିୟମ ମାନି ଟେଷ୍ଟ କ୍ରିକେଟ ମୁଲ ହେଇଥିଲା । ଜୁଲାଇ ୮ନୁ ଇଂଲଣ୍ଡ ଆର୍ ଇଣ୍ଡିଜ ଭିତରେ ୩ଟା ଟେଷ୍ଟ ଖେଲାଯାଇଥିଲା । ପୁରା କଡା ନିୟମ ଭିତରେ ରହିକରି ଖେଲାଲି ମାନେ ଖେଲିଥିଲେ । ଷ୍ଟାଡିୟମ ପୁରା ଖାଲି ଥିଲା କିନ୍ତୁ ସିରିଜ୍ ସଫଲ ହେଇଥିଲା
ଆପିଏଲ -୧୩ : ହେବା ନାଇଁ ହେବା, ହେବାର୍ କଥା ନାଇଁ ହେବାର୍ କଥା, ଏନ୍ତା ଅବାଦବା ଭିତରେ ସେପଟେମ୍ବର ମାସେ ମୁଲ ହେଇଥିଲା ଇଣ୍ଡିଆନ ପ୍ରିମିୟର ଲିଗ । ଭାରତରେ ନାଇଁ ହେଇକରି କରୋନା ଲାଗି ୟୁଏଇନେ ହେଇଥିଲା ଇଥର ଆଇପିଏଲ ୧୩ । ଇଥର ବି ମୁମ୍ବାଇ ଇଣ୍ଡିଆନସ୍ ଚମ୍ପିୟନ ହେଇଥିଲା । ଭିଭୋ ଜାଗାନେ ଡ୍ରିମ -୧୧ ଇଥର ପ୍ରଜୋଯକ୍ ହେଇଥିଲା । ଡେରିନେ ହେଇଥିଲେ ବି ସଫଲ ହେଇଥିବାର୍ ବେଲକେ ଟିଭିରେ ଦର୍ଶକ ମାନକଁର୍ ସଂଖ୍ୟା ଆଘର ରେକର୍ଡକେ ଭାଙ୍ଗିଥିଲା

ଦୂତି ପାଏଲେ ଅର୍ଜୁନ ପୁରସ୍କାର : ଇ ବର୍ଷ ରାଜ୍ୟର ଲାଗି ଗୌରବ ଆନଲେ ଆଥଲେଟ ଦୂତି ଚାନ୍ଦ । ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଏଲେ ଦୂତୀ । ସେ ପୁରସ୍କାର ପାଇଥିବାର୍ ଲିଷ୍ଟନେ ଝନେନ ଓଡ଼ିଆ ହିସାବେ ଜାଗା ପାଇଥିଲେ ଦୂତି ଚାନ୍ଦ । ଦୂତିକୁଁ ମିଶେଇ ଆଏଜ୍ ତକ୍ ମୋଟ୍ ୯ ଝନ୍ ଓଡ଼ିଶାର ଇ ପୁରସ୍କାର ପାଇଛନ୍ । ହେନ୍ତା ଗଲା ବର୍ଷ ବି ପାରା ବ୍ୟାଡମିଣ୍ଟନରେ ବରଗଡ ପ୍ରମୋଦ ଭଗତ ବି ଇ ପୁରସ୍କାର ପାଇଥିଲେ । ଖେଲୋ ଇଣ୍ଡିଆ : ଗୁଆହାଟୀନେ ଖେଲାଯାଇଥିବାର୍ ଖେଲୋ ଇଣ୍ଡିଆରେ ଓଡ଼ିଶାର ୫ ଖେଲାଲି ଗୋଲଡ, ୮ଟା ସିଲଭର ଆର୍ ୮ଟା ବ୍ରୋଞ୍ଜ ସାଙ୍ଗେ ମୋଟ୍ ୨୧ଟା ମେଡାଲ ଜିତି ରାଏଜର ଲାଗି ଗୌରବ୍ ଆନିଥିଲେ । ଆର୍ ରାଜ୍ୟ ୧୭ ନମ୍ବର ଜାଗାନେ ରହିଥିଲା


କରୋନା ଲାଗି ୨୦୨୦ନେ ଟୋକିଓ ଅଲିମ୍ପିକ୍‌, ଟି-ଟ୍ୱେଣ୍ଟି ୱାର୍ଲଡ କପ, ୱିମ୍ବଲଡନ ଓପନ, ତୀରନ୍ଦାଜି ବିଶ୍ୱକପ ଇ ସବୁ କରୋନାର ଶିକାର ହେଇଥିବାର୍ ବେଲକେ ଆର ବର୍ଷ ମାନେ ୨୦୨୧ନେ ଟୋକିଓ ଅଲିମ୍ପିକ, ଫିଫା କ୍ଲବ ବିଶ୍ୱକପ୍‌, ଟେନିସ ଗ୍ରାଣ୍ଡସ୍ଲାମ, ଆଇପିଏଲ, ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ଆର୍ ଏନ୍ତା ବହୁତଟେ ଅନ୍ତର୍ଜାତୀୟ ସ୍ତରୀୟ ଟୁର୍ଣ୍ଣମେଣ୍ଟ ମାନେ ଖେଲାଯିବାର୍ ଅଛେ । ୨୦୨୦ନେ ଖେଲ ଜଗତ୍ ପାଇଛେ କମ୍‌, ହରେଇଛେ ବେଶୀ, ହେଲେ ବି ଖେଲାଲି ହେଉନ କି ଫ୍ୟାନ୍ ମାନେ ସଭେ ଆଶ୍ ରଖିଛନ୍ ଯେ ୨୦୨୧ରେ ସବୁକିଛି ଫେର୍ ଠିକ୍ ହେଇଯିବା

Leave A Reply

Your email address will not be published.