ବାହାରେ ଝାଡା ବସଲେ ଦେବାକେ ପଡବା ଫାଇନ୍‌

କୁଚିଣ୍ଡା ଏନ୍‌ଏସିର ପରିବେଶ୍ ସାଫ୍ ସୁତର୍ ଉପରେ ଗୁରୁତ୍ୱ, ନୂଆଁ ନିୟମ୍ କରାଗଲା ଲାଗୁ

0

ପ୍ରହସନ୍ ବନିଛେ ପରିବେଶ ସ୍ୱଚ୍ଛତା ପ୍ରସଙ୍ଗ୍ । ଖାଲି ସୋସିଆଲ ମିଡିଆନେ ଦୁଇ ତିନଟା ଫଟୋ ପୋଷ୍ଟ ଆରୁ ବଡ ବଡ କଥା କହିକରି ସାରି ଦିଆଯାଉଛେ ଏଡେ ବଡ୍ କଥାକେ । ନିଜେ ନିଜର ପରିବେଶକେ ସାଫ୍ ସୁତର ରଖବାର ବଦଲେ ଲୋକ୍ ଖାଲି ଇଠାନେ ଦୋଷ୍ ଲଦାଲଦି ହେଇକରି ଚୁପ୍ ରହିଯାଉଛନ୍ । ଆମର ପରିବେଶ୍‌କେ ସାଫ୍ ସୁତର ରଖବାର ଦାୟିତ୍ୱ ହେଉଛେ ଆମର ସମାଜର ରହୁଥିବାର ଲୋକମାନକଁର । ଯେନଟାକେ ଦିନୁ ଦିନକେ ଲୋକ୍ ଭୁଲି ଗଲେନ । ମନ ଇଚ୍ଛା ଯେ ଜାହିଁ ମଏଲା କେଚରା କରୁଛନ୍ ।

ଆର କିଛି ଜାଗା ଜାଗା ଅଛେ ଯେନଠାନେ ଆଜିର ଦିନେ ଭିଲ୍ ଲୋକ୍ ବାହାରେ ଝାଡା ବସୁଛନ୍ । ରାସ୍ତା ତରା ମାନକେ ଝାଡା ବସିକରି ପରିବେଶକେ ଖରାପ୍ କରୁଛନ୍ । ଇ ସବୁ ଭିତରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିନେ ଦେଖବାକେ ମିଲିଛେ ଗୁଟେ ଭଲ୍ କଥା । ପରିବେଶ୍‌କେ ସାଫ୍ ରଖବାର ଉଦ୍ଦେଶ୍ୟନେ କୁଚିଣ୍ଡା ଏନଏସିନେ ଗୁଟେ ନୂଆଁ ନିୟମ୍ ଲାଗୁ କରାଯାଇଛେ । ବାହାରେ ଝାଡା ବସଲେ ୫୦ ଟଙ୍କା ଜରିମାନା ଦେବାକେ ପଡବା ଆରୁ ଘରର ପାଇଖାନାର ମଏଲା ଡ୍ରେନ୍ କି କେନସି ଖୁଲା ଜାଗାକେ ଛାଡଲେ ୫ଶହ ଟଙ୍କା ଫାଇନ୍ ଦେବାକେ ପଡବା । ଆଏବାର ଦିନେ ଇ ସବୁ ପାଇଖାନାର ମଏଲାକେ ପ୍ରୋସେସିଙ୍ଗ୍ କରିକିନା ବେଭହାର ଉପଯୋଗୀ କରାଯିବାର ଲାଗି ଯୋଜନା କରାଯାଉଛେ ।

ଇଥିର ଲାଗି ୟୁନିଟ୍ ବନାଯିବାର ଲାଗି କାମ୍ ଚାଲିଛେ । କୁଚିଣ୍ଡା ଏନ୍‌ଏସିକେ ଆଦର୍ଶ ପରିଷଦ କରବାର ଲାଗି ଏନ୍ତା ପଦକ୍ଷେପ୍ ନିଆଯାଇଛେ । ସରକାରକଁର ବାହ୍ୟ ମଳମୁକ୍ତ ଅଂଚଲ କରବାର ଲକ୍ଷ୍ୟକେ ଇଆଡୁ ପୁରା କରାଯିବା । ଇତାର ଆଘୋନୁ ଲୁକେ ମଏଲା କେଚରା ବାହାରେ ପକଉଥିବାର ଦେଖିକରି ସବୁନେ ଡଷ୍ଟବିନ୍ ଯୁଗେଇଦିଆଯାଇଛେ ଆରୁ ପରିବେଶକେ ସୁସ୍ଥ ରଖବାର ଲାଗି ତୁଲସୀ ଗଛ ଲଗଉଥିବାର ଦେଖବାକେ ମିଲିଥିଲା । କୁଚିଣ୍ଡାନେ ସାଧାରଣ ଲୋକକଁର ବେଭହାର ଲାଗି ୪ଟା ଶୌଚାଳୟ ଆରୁ ୭ଟା ଗୋଷ୍ଠୀ ଶୌଚାଳୟ ବନାଯାଇଛେ । ଲୋକମାନେ ବଁଧ୍ ତରା ରାସ୍ତା ତରା ମାନକେ ଝାଡା ବସୁଥିବାର ଦେଖଲା ବାଦ୍ ଇତାର ଉପରେ ରୋକ୍ ଲଗାବାର ଲାଗି ଜରିମାନା ବେବସ୍ଥା କରାଯାଇଛେ । ଏନଏସି ଆଡୁ ନିଆଯାଇଥିବାର ଏନ୍ତା ପଦକ୍ଷେପ୍‌କେ ସବୁନେ ପ୍ରଶଂସା କରାଯାଇଛେ ।

Leave A Reply

Your email address will not be published.