ଖୁଲବା ପ୍ରାଥମିକ୍ ସ୍କୁଲ୍‌

ସରସ୍ୱତୀ ପୂଜା ଉତାରୁ ପ୍ରାଥମିକ୍ ସ୍କୁଲ ଖୁଲବାର ନେଇକରି ପ୍ରସ୍ତୁତି, ନୂଆଁ ଏସଓପି ଅନସାରେ ଖୁଲାଯିବା ସ୍କୁଲ୍‌

0

ସରସ୍ୱତୀ ପୂଜା ଉତାରୁ ଖୁଲବା ରାଜ୍ୟର ସବୁ ପ୍ରାଥମିକ ସ୍କୁଲ । ଇଟାନେଇକରି ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ସବୁ ପ୍ରକ୍ରିୟା ଆରମ୍ଭ ହେଇଛେ । ସ୍କୁଲ ଛୁଆ ଆସବାର ଆଘୋନୁ ସ୍କୁଲର ସବୁ ଶ୍ରେଣୀ କୁଠରୀ ସାଙ୍ଗେ ସ୍କୁଲ କ୍ୟାମ୍ପସ ମାନକୁଁ ସାନିଟାଇଜଡ୍ କରବାକେ ନିର୍ଦ୍ଦେଶ ଦିଆଯାଇଛେ । ହେଲେ କେନ୍ ଦିନ୍ ସ୍କୁଲ ଖୁଲାଯିବା ହେନ୍ତା କେନସି ସୂଚନା ନିହେଁ ମିଲିପାରେ । ସରସ୍ୱତୀ ପୂଜା ଉତାରୁ ଫେବୃଆରୀ ୨୨ କି ୨୩ ତାରିଖନେ ସ୍କୁଲ ଖୁଲବାର ନେଇକରି ଯୋଜନା କରିଛେ । ତାହାକେ ଆଏଁଖ ଆଗାଡେ ରଖିକରି ରାଜ୍ୟ ସରକାର ଏସଓପି ପ୍ରସ୍ତୁତ କରୁଛନ୍ । ଗଲା କିଛି ଦିନ୍ ହେଲା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସାଙ୍ଗେ ଅଙ୍ଗନୱାଡି ମାନେ ଖୁଲି ସାରିଥିବାର ବେଲକେ ଇହାଦେ ପ୍ରାଥମିକ୍ ସ୍କୁଲର ପାଲି । ପାଖାପାଖି ୧୧ ମାସ୍ ହେଲା କ୍ଲାସରୁମ୍ ପାଠପଢା ବନ୍ଦ ହେଇକରି ରହିଛେ ଆରୁ ଅନ୍‌ଲାଇନ୍ ମାଧ୍ୟମନେ ଶିକ୍ଷାଦାନ୍ ଦିଆଯାଉଛେ । ସେଆଡେ ଇହାଦେ କରୋନା ସଂକ୍ରମଣ କମିଥିବାର ବେଲକେ ଟିକାକରଣ ପ୍ରକ୍ରିୟା ମୁଲ୍ ହେଇଛେ । ଯାର ଉତାରୁ ଇହାଦେ ପ୍ରାଥମିକ୍ ସ୍କୁଲ ଖୁଲବାର ନେଇକରି ଇହାଦେ ସବୁ ପ୍ରକାରର ବେବସ୍ଥା କରାଯାଉଛେ । ସ୍କୁଲ ଖୁଲଲେ ସଖାଲର ୧୦ନୁ ବେଲବୁଡାର ୪ ବଜାତକ୍ ପାଠପଢା ନାଇଁଯାଇକରି ସବୁ କ୍ଲାସ୍‌ନେ ୪ ଘଣ୍ଟା ଲେଖେଁ ହେବା । ୪ଟା କ୍ଲାସ୍‌ର ଛାତ୍ରଛାତ୍ରୀକୁଁ ସ୍କୁଲକେ ଡକାଯିବା ଆରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭିଲ୍ ପାଲି କରିକିନା ସ୍କୁଲ ଆଏବେ । ସ୍କୁଲ କ୍ୟାମ୍ପସ ଭିତରେ ଅଯଥା ବେଶୀ ଭିଡ୍ କରବାର ଉପରେ ବାରଣ୍ କରାଯିବା । ସାମାଜିକ୍ ଦୂରତା ସାଙ୍ଗେ ହାତ ସାନିଟାଇଜଡ୍ କରାଯିବାର ଉପରେ ଅଏତକା ଗୁରୁତ୍ୱ ଦିଆଯିବା ।

Leave A Reply

Your email address will not be published.