ବୌଦ୍ଧନୁ ଯିବା ରଥକାଠ୍‌

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତରାର ରଥଲାଗି ବୌଦ୍ଧନୁ ଯିବା ରଥ୍‌କାଠ୍‌, ଶେଷ ହେଇଛେ ସବୁ ପୂଜାବିଧି

0

ଚାର ନମ୍ବର ଥର୍ ଲାଗି ବୌଦ୍ଧନୁ ରଥକାଠ ଯିବା । ମହାପ୍ରଭୁ ଜଗନ୍ନାଥକଁର ରଥଯାତରା ଲାଗି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ୍ ଜଙ୍ଗଲନୁ ରଥକାଠ ଅନୁକୂଳ କରାଯାଇଛେ । ଇଥିର ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜନିଆ ଟିମ୍‌କଁର ଦେଖରେଖ ଭିତରେ ସବୁ କାମ୍ କରାଯାଇଛେ । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ତାବଧକ ସୁଦର୍ଶନ ମେକାଅପ, ରଥ ଅମିନ ଲକ୍ଷଣ ମହାରଣା, ଭୋଇ ସର୍ଦ୍ଦାର ରବି ଭୋଇ ନାଗିମାଳ ଧରିକରି ପୁହୁଁଚିଥିଲେ ବୌଦ୍ଧନେ । ମଙ୍ଗଳବାର ସଖାଳୁ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମାଧପୁରନେ ଥିବାର ବନଦୂର୍ଗା ମନ୍ଦିରନେ ହୁମଯଜ୍ଞ କରାଯିବାର ସାଙ୍ଗେ ପୂଜାର୍ଚ୍ଚନା କରଯାଇଥିଲା । ପଛେ କରଡାକୋଠା ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ-୨ନୁ ରଥକାଠ ଲାଗି ବଛାଯାଇଥିବାର ୨୦ ଫୁଟିଆ ଅସନ ଗଛକେ ପୂଜା କରାଯାଇକରି ଗଛକଟାଯାଇଥିଲା । ଯେନ୍ତା କି ଆମେ ପହେଲାନୁ ହିଁ କହିଛୁ ଯେ ଇ ବଛର ୪ନମ୍ବର ଥର ଲାଗି ପୁରୀ ରଥଯାତ୍ରା ଲାଗି ବୌଦ୍ଧନୁ ରଥକାଠ୍ ନିଆଯାଉଛେ । ଇତାର ଆଘୋନୁ ବୌଦ୍ଧ ବନଖଣ୍ଡନୁ ୨୦୧୮ ମସିହାନେ ପହେଲା ଥର ଲାଗି ୨୫୬ ଖଁଣ୍ଡ କାଠ୍‌, ୨୦୧୯ ମସିହାନେ ଦୁଇ ନମ୍ବର ଥର ଲାଗି ୨୪୮ ଖଁଣ୍ଡ କାଠ୍ ଆରୁ ୨୦୨୦ ୩୪୫ ଖଁଣ୍ଡ କାଠ୍ ପୁରୀ ପଠାଯାଇଥିଲା ରଥ ତିଆରି ଲାଗି ।

ଆରୁ ଇ ବଛର ଫେର୍ ରଥକାଠ୍ ପଠାଯାଉଥିବାର ବେଲକେ ୭୦୧ ଖଣ୍ଡ କାଠ୍ ପୁରୀ ପଠାଯିବାର ନେଇକରି ସୂଚନା ଦେଇଛନ୍ ବୌଦ୍ଧ ବନଖଣ୍ଡ ଅଧିକାରୀ । ବୌଦ୍ଧ ବନଖଣ୍ଡର ପାଢେଳ, ସୁବର୍ଣ୍ଣଗିରି, ମୁଣ୍ଡେଶ୍ୱର, ହାତୀଧରା, କରଡାକୋଠା ସଂରକ୍ଷିତ୍ ଜଙ୍ଗଲନୁ ଭିନ୍ ଭିନ୍ କାଠ ଯିବା । ଅସନ କାଠ ୨୭୦ ଖଣ୍ଡ, ଧଉରା ୩୨୪ ଖଣ୍ଡ, ଫାଶୀ ୭ ଖଣ୍ଡ, ମଇ ୪୦ ଖଣ୍ଡ, ସେମେଲ ୨୦ ଖଣ୍ଡ, ରାଇ ୨୦ ଖଣ୍ଡ, ଆରୁ ବହ୍ଲା ୨୦ ଖଣ୍ଡ ସାଙ୍ଗେ ଦୁଶରା ଗଛର କାଠ ମିଶିକରି ୭୦୧ ଖଣ୍ଡ କାଠ୍ ଯିବା ପୁରୀ । ବୌଦ୍ଧନୁ ରଥକାଠ ନିଆଯାଉଥିବାରନୁ ଶ୍ରଦ୍ଧାଳୁ ଆରୁ ଭକତକଁର ଭିତରେ କେତନି ଉସନାଖି ଦେଖବାର ଲାଗି ମିଲିଥିଲା । କରୋନା ଲାଗି ଭିଡ୍ କରବାର ଲାଗି ପ୍ରଶାସନ ଆଡୁ ବାରଣ କରାଯାଇଥିଲେ ଭିଲ୍ ବହୁତ୍ ସଂଖ୍ୟାନେ ଭକତ୍ ପୂଜା ଜାଗାନେ ସାମିଲ୍ ହେଇଥିଲେ । ଭଜନ୍‌, କିର୍ତ୍ତନ୍‌, ହୁମଯଜ୍ଞଥି ପୁରା ପରିବେଶ ଜଗନ୍ନାଥମୟ ହେଇଯାଇଥିଲା । ସବୁ କାଠ କଟା ସରଲା ଉତାରୁ ଫେର୍ ଘାଏ ପୂଜା କରିକିନା ସବୁକେ ପୁରୀ ପଠାଯିବାର ନେଇକରି ଜନାପଡିଛେ ।

Leave A Reply

Your email address will not be published.