୩ ବିଶ୍ୱ ବିଦ୍ୟାଳୟନେ ନାଇଁନ କୁଳପତି

ପଶ୍ଚିମ ଓଡ଼ିଶାର ୩ ପ୍ରମୁଖ ବିଶ୍ୱ ବିଦ୍ୟାଳୟନେ ଖାଲି ପଡିଛେ କୁଳପତି ପଦ୍‌, ନାଇଁନ କାହାରିର ଧ୍ୟାନ୍‌

0

ପଶ୍ଚିମ ଓଡ଼ିଶାର ୩ଟା ବିଶ୍ୱବିଦ୍ୟାଳୟନେ ଖାଲି ପଡିଛେ କୁଳପତି ପଦ୍ । ସମ୍ବଲପୁର ସଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟନେ କେହି କୁଳପତି ଦାୟିତ୍ୱନେ ନାଇଁନ । ସମ୍ବଲପୁରର ଦୁଇ ବିଶ୍ୱବିଦ୍ୟାଳୟନେ ଭାରପ୍ରାପ୍ତ କୁଳପତି ଦାୟିତ୍ୱନେ ରହିଛନ୍ । ସେଆଡେ ବଲାଙ୍ଗିର ବିଶ୍ୱବିଦ୍ୟାଳୟନେ କାହାକେ କାମଚଲା ଦାୟିତ୍ୱନେ ଭିଲ୍ ନାଇଁନ । କେନସି ଭିଲ୍ ବିଶ୍ୱବିଦ୍ୟାଳୟ ବିଧିବିଧାନ୍ ହିସାବେ କୁଳପତିକଁର କାର୍ଯ୍ୟକାଲ ଶେଷ ହେବାର ଆଘୋନୁ ନୂଆଁ କୁଳପତି ବଛା ଯାଉଥିଲା । ଆରୁ ନୂଆଁ କୁଳପତିକୁଁ ଦାୟିତ୍ୱ ଦେଲା ଉତାରୁ ବିଦାୟ ନେଉଥିଲେ ଆଘରର କୁଳପତି । ହେଲେ ଇ ବରଷ୍ କୋଭିଡ୍ ଲାଗି ଇଥରେ ଭିଲ୍ ଅବେବସ୍ଥା ଦେଖାଦେଇଛେ । ସମ୍ବଲପୁର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟନେ ଜାନୁଆରୀ ୧ ତାରିଖନୁ କୁଳପତିକଁର ପଦ୍ ଖାଲି ପଡିଥିବାର ବେଲକେ ଡ. ଶ୍ରୀକାନ୍ତ ମହାପାତ୍ର ଗଲା ବରଷ୍ ଡିସେମ୍ବର ୩୧ ତାରିଖନେ ଅବସର ନେଇଥିଲେ । ତାକଁର ଜାଗାନେ କୁଳସଚିବ ଡ. ମାନସ ରଂଜନ ପୂଝାରୀ କୁଳପତିକଁର ଦାୟିତ୍ୱନେ ରହିଛନ୍ । ଗଲା ଡିସେମ୍ବର ୨୧ ତାରିଖନୁ କୁଳପତି ଚୟନ ପ୍ରକ୍ରିୟା ଚାଲିଥିଲେ ଭିଲ୍ ଇହାଦେ ତକ୍ କେନସି ଅଗ୍ରଗତି ନାଇଁ ଦେଖାଦେବାର । ସେଆଡେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଆରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟନେ କାମଚଲାବାର ଲାଗି ଭିଲ୍ କାହାକେ ଦାୟିତ୍ୱ ଦିଆନାଇଁ ଦିଆଯାଇ । ପଶ୍ଚିମ ଓଡ଼ିଶାର ୩ଟା ବଡ ବିଶ୍ୱ ବିଦ୍ୟାଳୟର ଏନ୍ତା ଅବସ୍ଥା ରହିଥିଲେ ବି ଇତାର ଉପରେ ଧ୍ୟାନ୍ ନାଇଁ ଦିଆଯିବାର ।

Leave A Reply

Your email address will not be published.