ହୀରାକୁଦ୍ ପ୍ରତିଷ୍ଠା ଦିବସ୍‌

ଦୁନିଆଁର ସବୁନୁ ଲମ୍ବା ଡେମ୍ ପ୍ରତିଷ୍ଠା ହେବାର ୬୪ ବଛର ପୂରଲା, ଆଏଜ୍ ବି ବିସ୍ଥାପିତକଁର ଦୁଃଖ୍ ସମାନ୍

0

ଦୁନିଆଁର ସବୁନୁ ଲମ୍ବା ଡେମ୍ ହୀରାକୁଦ ଡେମ୍‌ର ଆଏଜ୍ ପ୍ରତିଷ୍ଠା ଦିବସ୍ । ୬୪ ବଛର ପୁରିଛେ ଇତାର ଶୁଭାରମ୍ଭ ହେବାର । ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହେଇଥିଲା । ୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖନେ ସେତେବେଲର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇତା କଂକ୍ରିଟ୍ କାମର ଶୁଭ୍ ଦେଇଥିଲେ । ୧୯୫୭ ମସିହା ଜାନୁଆରୀ ୧୩ ତାରିଖନେ ରାଜ୍ୟବାସୀକଁର ଲାଗି ଉଦଘାଟିତ୍ ହେଇଥିଲା ଦୁନିଆଁର ସବୁନୁ ଲମ୍ବା ବଡ୍ ଡେମ୍ । ଆଏଜ୍ ୬୪ ବଛର୍ ପୁରିଛେ ଇ ଡେମ୍‌କେ ହେଲେ ହୀରାକୁଦ୍ ବିସ୍ଥାପିତକଁର ଦୁଃଖ୍ ସେନ୍ତା ହିଁ ରହିଛେ । ହୀରକାକୁଦ୍ ଡେମ୍ ବନବାର ଲାଗି କେତେ ଯେ ଲୋକକୁଁ ନିଜର ଗାଁ ମାଏଟ୍ ଛାଡବାକେ ପଡିଥିଲା ।

ନିଜର ଭିଟାମାଟି ଛାଡବାର ୭୦ ବଛର ପୂରିଛେ ହେଲେ ଆଏଜ୍ ତକ୍ କେତନି ଲୋକ୍ ଭରନା ନୁହେଁ ମିଲେ । ୨୧୮ଟା ଗାଁ ସବୁଦିନର ଲାଗି ପାଏନ୍ ଭିତରେ ବୁଡି ଯାଇଛେ ଆରୁ ୨୨ହଜାର କୁଟୁମ୍ ବାସ୍‌ହରା ହେଇଛନ୍ । କେତେ ମନ୍ଦିର ମଠ୍ ପାଏନ୍ ଭିତରେ ବୁଡିକରି ରହିଛେ ତାର ସଠିକ୍ ରେକର୍ଡ ଭିଲ୍ ନାଇଁନ । ହୀରାକୁଦ ବିସ୍ଥାପିତ ସଂଘର ରେକର୍ଡ ହିସାବେ ୩୬୯ଟା ଗାଁ ଆରୁ ୧.୫ ଲାଖ୍ ଏକଡ ଜମି ପାଏନ୍ ବୁଡିଛେ । ଫି ବିସ୍ଥାପିତ କୁଟୁମ୍‌କେ ୧୦ ଡିସମିଲ୍ ଘରଡିହ ଯୁଗେଇ ଦିଆଯିବାର ଲାଗି ୨୦୦୨ନେ ନିର୍ଦ୍ଦେଶ ଦିଆଯାଇଥିଲେ ଭିଲ୍ ଖାଲି ଦୁଇ ହଜାର ଲୁକକୁଁ ମିଲିଥିବାର କୁହାଯାଉଛେ । ବାକି ବିସ୍ଥାପିତକୁଁ ଚିହ୍ନଟ ନାଇଁ କରାଯିବାର କି ସେମାନକଁର ଦୁଃଖ ବୁଝବାକେ କେହି ନାଇଁନ , ଯେନଥିର ଲାଗି ଅସନ୍ତୋଷ ବଢବାରନେ ଲାଗିଛେ ହୀରକୁଦ୍ ବିସ୍ଥାପିତକଁର ଭିତରେ ।

Leave A Reply

Your email address will not be published.