ବୌଦ୍ଧ୍ ଆର୍ ସୋନପୁର୍ ଜିଲ୍ଲାର୍ ବିକାଶ୍ ପ୍ରକଲ୍ପର୍ ସମୀକ୍ଷା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

0

ବୌଦ୍ଧ ଆର୍ ସୋନପୁର୍ ଜିଲ୍ଲାର୍ ଉଦ୍ୟୋଗୀ ମାନକଁର୍ ବିକାଶ୍ ଲାଗି ମୁଖ୍ୟମନ୍ତ୍ରୀକଁର୍ ମୁଖ୍ୟ ପରାମର୍ଶଦାତା ଆର୍ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍‌(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ୍ ଦେଇଛନ୍ । ବୌଦ୍ଧ ଜିଲ୍ଲାପାଳକଁର୍ ସମ୍ମିଲନୀ କକ୍ଷ ନେ ହେଇଥିବାର୍ ବୈଠକ୍‌ନେ ଡବ୍ଲ୍ୟଓଡିସି ଅଧୀନ୍ ନେ ହେଇଥିବାର୍ ପ୍ରକଲ୍ପ ମାନକଁର୍ ସମୀକ୍ଷା କରିଥିଲେ । କୃଷି , ମାଛ ଚାଷ୍ , ହସ୍ତତନ୍ତ , ଲେୟର୍ ଫାର୍ମ, କୁଣ୍ଡା ତେଲ୍ ଆର୍ ପନିପରିବା ପକ୍ରିୟାକରଣ୍ ଲାଗି ବୌଦ୍ଧ ଜିଲ୍ଲା ନେ ବହୁତ୍ ସମ୍ଭାବନା ରହିଛେ ସେଥିର୍ ଲାଗି ତାର୍ ସବୁ ଯୋଗାଣ୍ ଲାଗି ପଶ୍ଚିମ୍ ଓଡିଶାର୍ ପାଣ୍ଠି କେ ବେବ୍‌ହାର୍ କରାଯିବା ବଲି ଶ୍ରୀ ଅସିତ୍ ତ୍ରିପାଠୀ କହିଛନ୍ । ବିକାଶ୍ କାମ୍ ପ୍ରକଲ୍ପ ନେ ବୌଦ୍ଧ ଏଗ୍ରୋ ପଲିଟେକ୍ନିକ୍ ପ୍ରତିଷ୍ଠା , ଅଡିଟୋରିୟମ୍ ଆର୍ ଲାଇବ୍ରେରୀ ତିଆରି କାମ୍‌, ବୌଦ୍ଧ ବଟାମହାନିପାଲିର୍ ପାଇପ୍ ଜଲ୍ ଯୋଗାଣ୍ , ଖଲିଆପାଲିର୍ ଶିଶୁ ପାର୍କ,କଣ୍ଟାମାଲର୍ ବିଜୁ ପଟ୍ଟନାୟକ୍ ଷ୍ଟାଡିୟମ୍ , ଇତ୍ୟାଦି କାମ୍ ର ସମୀକ୍ଷା କରାଯାଇଥିଲା । ଡବ୍ଲ୍ୟଓଡିସି ପାଣ୍ଠି ର୍ ଅଧୀନ୍ ନେ ବୌଦ୍ଧ ଜିଲ୍ଲା ଲାଗି ୮୧.୩୧କୋଟିର୍ ଟକାଁର୍ ୧୬୧୬ଟା ପ୍ରକଲ୍ପ୍ କେ ମଞ୍ଜୁରୀ ଦିଆଯାଇଛେ । ଇହାଦେ ତକ୍ ୧୪୫୮ ଟା ପ୍ରକଳ୍ପ୍ ର କାମ୍ ଶେଷ୍ ହେଇଥିବାର୍ ବେଲ୍‌କେ ଆର୍ ୧୫୮ ଟା ପ୍ରକଲ୍ପ୍ ର କାମ୍ ଛାଲିଛେ । ସୋନପୁର୍ ଜିଲ୍ଲାର୍ ଡବ୍ଲ୍ୟୁଓଡିସି ପାଣ୍ଠୀି ଅଧୀନ୍‌ନେ ୧୦୦ କୋଟିର୍ ଟକାଁର୍ ପ୍ରକଲ୍ପକେ ମଞ୍ଜୁରୀ ମିଲିଛେ । ଆର୍ ୮୪ କୋଟି ଟକାଁର୍ ୧୫୦୫ ଟା ପ୍ରକଲ୍ପ ର କମ୍ ଶେଷ୍ କରାଯାଇଛେ । ବୈଠକ୍ ନେ ବୌଦ୍ଧ ଜିଲ୍ଲାପାଳ ଲଲାଟେଣ୍ଡୁ ମିଶ୍ର, ସୋନପୁର୍ ଜିଲ୍ଲାପାଲ ସ୍ମତିମନୀଷା ବାନାର୍ଜୀ  , ବୌଦ୍ଧ ପୁଲିସ୍ ଅଧିକାରୀ ଭି ରଘୁନାଥ୍ ରାଓ,କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ କେ ପଟେଲ୍ ଉପସ୍ଥିତ୍ ଥିଲେ ।

Leave A Reply

Your email address will not be published.