୪ ଜିଲ୍ଲାକେ ରେଡ ୱାର୍ଣ୍ଣିଂ

ଆଏବାର କାଲିନୁ କମିପାରେ ବର୍ଷାର ପରିମାଣ

0

ବଙ୍ଗୋପସାଗରନେ ଉଠିଥିବାର ଲଘୁଚାପ ଡିପ୍ରେସନନେ ପରିଣତ ହେଇସାରିଛେ । ଆର ଇହାଦେ ପାରାଦୀପନୁ ୧୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗକେ ୧୮୦ କିଲୋମିଟର ଆର ପଶ୍ଚିମବଙ୍ଗର ସାଗର ଆଇସଲ୍ୟାଣ୍ଡଠାନୁ ୩୫୦ କିଲୋମିଟର, ବାଙ୍ଗାଲାଦେଶ ଖେପୁଆପାରାଠାନୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକେ ରହିଛେ । ଆଏବାର ୨୪ ଘଂଟା ଭିତରେ ଇଟା ଡିପ ଡିପ୍ରେସନ୍‌ର ରୂପ ନେବା । ଇତାର ଅସରନେ ରାଜ୍ୟନେ ଜୋର ବର୍ଷା ହେବାର ସମ୍ଭାବନା ରହିଛେ । ଇଥର ଲାଗି ୪ଟା ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଦିଆଯାଇଛେ । ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ଆର ବାଲେଶ୍ୱର ଜିଲ୍ଲା ମାନକେ ଜବର ବର୍ଷା ହେଇପାରେ ଯେନଥିର ଲାଗି ଇସବୁ ଜିଲ୍ଲାକେ ରେଡ ୱାର୍ଣ୍ଣିଂ ଦିଆଯାଇଛେ ।

ସେନ୍ତା ପୁରୀ ଜିଲ୍ଲାକେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛେ । ଗଂଜାମ, କଟକ, ଖୋର୍ଦ୍ଧା, ଯାଜପୁର ଆର ମୟୂରଭଞ୍ଜ ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛେ । ଆଏବାର କାଲିନୁ ବର୍ଷା କମବାର ନେଇକିନା ପାଏନ ପାଗ ବିଭାଗ ଆଡୁ ସୂଚନା ରହିଛେ । ଅବପାତ ବାତ୍ୟାରେ ପରିଣତ ହେବାର ଡର ନାଇଁ ଥିବାର କହିଛନ୍ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଉପକୂଳ ଅଂଚଲ ମାନକେ ୪୦ନୁ ୬୦ କିଲୋମିଟର ସ୍ପୀଡନେ ଧୁକା ବୁହିବା । ଯେନଥିର ଲାଗି ମାଛମାରୁ ମାନଙ୍କୁ ସମୁଦ୍ର ଭିତରକେ ଯିବାକେ ବାରଣ କରାଯାଇଛେ ।

Leave A Reply

Your email address will not be published.