ଫେବୃଆରୀ ୬ନେ ‘ଚକା ଜାମ୍‌’

କୃଷି ଆଇନ୍‌କେ ବିରୋଧ କରିକିନା ଚାଷୀକଁର ଆନ୍ଦୋଲନ୍‌, ଦିଲ୍ଲୀନେ ନାଇଁ ହୁଲ ‘ଚକା ଜାମ୍‌’

0

କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌କେ ଇହାଦେ ଭିଲ୍ ଭିନ୍ ଭିନ୍ କୃଷକ ସଂଗଠନ୍ ଆଡୁ ବିରୋଧ ଜାରି ରହିଛେ । ବିରୋଧୀ ଦଲ ମାନକଁର ସାଙ୍ଗେ ସେଲିବ୍ରିଟି ମାନେ ଭିଲ୍ ଇମାନକୁଁ ସମର୍ଥନ୍ କରୁଥିବାର ଇହାଦେ ଦେଖବାକେ ମିଲିଛେ । ଇହାଦେ ଫେର୍ ଘାଏ ଚାଷୀ ମାନେ ଚକା ଜାମ୍ କରବାର ନେଇକରି ନିଷ୍ପତ୍ତି ନେଇଛନ୍ । ଆଏବାର ଫେବୃଆରୀ ୬ ତାରିଖନେ ରାଜଧାନୀ ଦିଲ୍ଲୀକେ ଛାଡିକରି ବାକି ସବୁ ଜାଗାନେ ଚକା ଜାମ୍ କରାଯିବାର ନେଇକରି ଚାଷୀ ସଂଗଠନ୍ ଆଡୁ ଡକରା ଦେଇଛନ୍ ଚାଷୀ ସଂଗଠନ୍ ।

ଚକା ଜାମ୍ ନେଇକରି ଭାରତୀୟ କିସାନ ୟୁନିୟନ୍‌ର ଅଧ୍ୟକ୍ଷ ରାକେଶ ଟିକାୟତ ସୂଚନା ଦେଇଛନ୍ । ସମର୍ଥକ ମାନକୁଁ ନିଜର ଜାଗରାନେ ଥାଇକରି ଚକା ଜାମ୍ କରବାର ଲାଗି ପରାମର୍ଶ ଦେଇଛନ୍ । କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌ର ପ୍ରତ୍ୟାହାର ଦାବିନେ ଦେଶଭରନେ ଚକା ଜାମ୍ ଘୋଷଣା କରାଯାଇଛେ । ଆଏବାର ୬ ତାରିଖନେ ଦିନର ୧୨ ବଜାନୁ ବେଲବୁଡାର ୩ ବଜା ତକ୍ ସବୁ ଗାଡିମଟର ଚଲାଚଲକେ ବନ୍ଦ କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ । ଇ ବରଷ୍ ଆଗତ୍ ବଜେଟ୍‌ନେ ଚାଷୀକୁଁ ଅନଦେଖା କରାଯାଇଛେ ଆରୁ ବିରୋଧ ପ୍ରଦର୍ଶନ୍ ଜାଗାନେ ଇଣ୍ଟରନେଟ୍ ସେବା ଭିଲ୍ ବନ୍ଦ କରିଦିଆଯାଇଛେ । ଇ ସବୁ ଅଭିଯୋଗ କରିକିନା ଭିଲ୍ ଚାଷୀ ଚକା ଜାମ୍ କରବେ ।

Leave A Reply

Your email address will not be published.