ମାଁ, ମାଏଟ୍ ଆର ମାନୁଷ୍ ଲାଗି ମମତା

ମମତା ବାନାର୍ଜିକଁର ଟୁକେଲ ପାୱାର ଦେଖୁଛେ ପୁରା ଦୁନିଆଁ

0

ମାଁ, ମାଏଟ୍ ଆର ମାନୁଷ୍‌ର ନାରା ଦେଇକରି ପଶ୍ଚିମବଙ୍ଗର ରାଜ୍ୟ ରାଜନୀତିକେ ଦିନେ ହଲଚଲ୍ କରି ପକେଇଥିଲେ ସେ । ନାରୀ ନେତ୍ରି ଆରୁ ଦିଦି ନାଁନେ ପୁରା ଦେଶନେ ସେ ଜନାଶୁନା । ଦେଶର ପ୍ରଭାବଶାଲୀ ମହିଲାକଁର ଭିତରେ ତାକଁର ନାଁ ଆସିଥିସି । ସେ ହେଉଛନ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ଆର ସଭାପତି ମମତା ବାନାର୍ଜି । ୧୯୫୫ ଜାନୁଆରୀ ୫ ତାରିଖନେ କଲିକତାନେ ଗୁଟେ ବଙ୍ଗାଲି ପରିବାରେନେ ଜନମ୍ ହେଇଥିବାର ମମତାକଁର ଆଏଜ୍ ହେଉଛେ ଜନମ୍ ଦିନ୍ । ତାକଁର ରାଜନୈତିକ୍ ଜୀବନ୍ ଆଘୋନୁ ତାକୁଁ ଦେଖଲେ କେହି କେଭେ ନାଇଁଭାବିଥାଇ ଯେ ଇ ଟୁକେଲଟା ଆଏଜ୍ ଏତେ ଆଗକେ ଯିବାର ଆରୁ ନିଜର ଆବାଜ୍‌ଥି ସଂସଦ ଭବନ୍ ଭିଲ୍ ଉଠବାପଡବା ବଲି । ହଁ ସେ ତାକଁର କଲେଜ ପଢା ସମିଆଁନୁ ହିଁ  ରାଜନୀତି ପ୍ରତି ଆଗ୍ରହ ରଖିଥିଲେ ।

ଏନ୍ତାକି ୧୫ ବରଷ୍ ବୟସଥି ସେ ଗୁଟେ ଛାତ୍ର ସଂଗଠନ୍ ଭିଲ୍ ଗଢିଥିଲେ । ଯେତେବେଲେ ମମତାକୁଁ ୧୭ ବରଷ୍ ହେଉଥିଲା ସେତେବେଲେ ତାକଁର ବାପା ଇ ଦୁନିଆଁ ଛାଡିକରି ପଲେଇଥିଲେ । ଯାର ଉତାରୁ କମ୍ ବୟସ୍‌ଥି ଭିଲ୍ ସେ ନିଜର ଘରର ସବୁ ବୋଝ୍ ଉଠେଇଥିଲେ । ଯୋଗମାୟା ଦେବୀ କଲେଜନୁ ଇତିହାସନେ ଡିଗ୍ରୀ କରିଥିବାର ମମତା ପଛେ ଆଇନ୍ ବିଷୟନେ ଭିଲ୍ ଅଏତକା ପାଠପଢିଥିଲେ । କଲିକତା ବିଶ୍ୱବିଦ୍ୟାଳୟନୁ ସେ ଡକ୍ଟରେଟ୍ ଭିଲ୍ କରିଛନ୍ । ୧୯୭୦ ମସିହାନେ ପହେଲା କରି କଂଗ୍ରେସ ଦଲନୁ ରାଜନୀତି କ୍ୟାରିୟର୍ ମୁଲ କରିଥିଲେ ମମତା । ରାଜନେତା ଜୟପ୍ରକାଶ ନାରାୟଣକଁର ବିରୋଧନେ ଯେତେବେଲେ ମମତା ବିକ୍ଷୋଭ କରିଥିଲେ ସେତେବେଲେ ତାକଁର ନାଁ ଉଠିଥିଲା ଆରୁ ତାକୁଁ ଜାତୀୟ ମହିଲା କଂଗ୍ରେସର ଜେନେରାଲ ସେକ୍ରେଟାରୀ ପଦନେ ରଖାଯାଇଥିଲା ।

୧୯୮୪ ସାଧାରଣ ନିର୍ବାଚନ୍‌ନେ ସାଂସଦ ହିସାବେ ଲୋକକଁର ଭୋଟ୍ ପାଇକରି ପାର୍ଲାମେଂଟନେ ପୁହୁଞ୍ଚିଥିଲେ ଆରୁ ସବୁନୁ କମ୍ ବୟସନେ ଜନେ ସାଂସଦ ହେବାର ରେକର୍ଡ ଭିଲ୍ କରିଥିଲେ । ଆରୁ କମ୍ୟୁନିଷ୍ଟ ନେତା ସୋମନାଥ ଚାଟାର୍ଜି କୁଁ ହରେଇକରି ପହେଲା ଯୁବ ମହିଲା ସାଂସଦ ହିସାବେ ସଂସଦକେ ନିର୍ବାଚିତ ହେଇଥିଲେ । କେହି କେଭେ ଯେନକଥା ଭାବି ନାଇଁଥାଇ ସେ କଥା କରିକିନା ଦେଖେଇଥିଲେ ମମତା । ସେହି ବରଷ୍ ହିଁ ତାକୁଁ ଯୁବ କଂଗ୍ରେସର ଜେନେରାଲ୍ ସେକକ୍ରେଟାରୀ ଭିଲ୍ ରହିଥିଲେ । ସେ ବହୁତ୍ ଥର କେନ୍ଦ୍ରନେ ମନ୍ତ୍ରୀ ପଦନେ ଭିଲ୍ ରହିକରି କାମ୍ କରିଛନ୍ । ଖେଲ୍ ବିଭାଗନୁ ନେଇକରି ମହିଲା ଆରୁ ଶିଶୁ ବିକାଶ ବିଭାଗନେ ଭିଲ୍ ରହିକରି ମନ୍ତ୍ରୀ ପଦ୍ ତୁଲେଇଛନ୍ । କଂଗ୍ରେସ ଦଲନେ ଥିଲା ବେଲେ ସେ ଦଲ ବିରୁଧନେ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧ କରିଥିଲେ । ଯାର ଉତାରୁ ଦଳୀୟ ଝମେଲା ଭିଲ୍ ଦେଖାଦେଇଥିଲା । ସବୁବେଲେ ନିଜର ନିର୍ଭିକ୍ ଭାବ ଆରୁ କେନସି ଭିଲ୍ ପ୍ରସଙ୍ଗନନେ ଆବାଜ ଉଠାବାରନେ ମମତାକଁର ନାଁ ରହିଛେ ।

ସେଆଡେ ଦଳୀୟ ଝମେଲା ହେବାରନୁ ପଛେ ସେ ନିଜର ଗୁଟେ ଦଲ୍ ବନାବାର ଲାଗି ଅଂଟା ଭିଡିଥିଲେ ଆରୁ ପଛେ ତୃଣମୁଳ କଂଗ୍ରେସର ଜନମ୍ ହେଇଥିଲା । ୧୯୯୭ ମସିହାନେ ତୃଣମୂଳ କଂଗ୍ରେସ ପ୍ରତିଷ୍ଠା ହେଲା ଆର ଇତାର ସଭାପତି ହେଇକରି ରହେଲେ ମମତା ବାନାର୍ଜି । ତାର ଉତାରୁ ୧୯୯୯ ମସିହାନେ ବିଜେପି ସାଙ୍ଗେ ମିଶିଥିଲେ ମମତା ଆରୁ ସେହି ଥର ହିଁ ସେ ବାଜପେୟୀ ସରକାରନେ ରେଲୱେ ମନ୍ତ୍ରୀ ପଦ୍‌ନେ ପାଇଥିଲେ । ରେଲୱେ ମନ୍ତ୍ରୀ ଥିଲା ବେଲେ କେତନି ନୂଆଁ ପ୍ରକଳ୍ପ କରେଇଥିଲେ ମମତା । ପହେଲା ଥର ଲାଗି ସଂସଦ ଭବନନେ ମମତା ରେଲ୍ ବଜେଟ୍ ନେଇକରି ଆସିଥିଲେ ଆରୁ ପଶ୍ଚିମବଙ୍ଗ ଲାଗି କେତନି ସୁବିଧା କରେଇଥିଲେ । ଯାର ଉତାରୁ ଦୁହି ଦଲ୍ ଭିତରେ ଝମେଲିଆ ସ୍ଥିତି ବନିଥିଲା ଆରୁ ୨୦୦୧ନେ ମମତା ବିଜେପିନୁ ବାହାରି ଆସିଥିଲେ । ୨୦୦୪ନେ ଫେର୍ ମମତା ବିଜେପି ସାଙ୍ଗେ ମିଶିଥିଲେ ଆରୁ ମମତାକୁଁ ଫେର୍ ସେହି ଥର ମନ୍ତ୍ରୀ ପଦ୍ ମିଲିଥିଲା । ସେହିଥର ତାକୁଁ କୁଇଲା ଖଣି ମନ୍ତ୍ରୀ ପଦ୍ ମିଲିଥିଲା । ୨୦୧୧ ବିଧାନସଭା ନିର୍ବାଚନ ସମିଆଁନେ ମାଁ, ମାଟି, ମାନୁଷ୍ ନାରା ଦେଇକରି ନିର୍ବାଚନ୍ ଲଢିକରି ଜିତ୍ ପାଇଥିଲେ । ଆର ସେଦିନୁ ମମତାକୁଁ ହରାବାର ମୁସ୍କିଲ୍ ହେଇଗଲା ପଶ୍ଚିମବଙ୍ଗନେ ।

୩୪ ବରଷ୍ ଧରି କରି ଶାସନ୍ କରିଆସୁଥିବାର ବାମପନ୍ଥୀ ଦଲ୍‌ର ସଫା ହେଇଥିଲା । ଦୁଇ ଥର କେନ୍ଦ୍ରମନ୍ତ୍ରୀ ରହିଥିବାର ମମତା ବାନାର୍ଜି ପଶ୍ଚିମବଙ୍ଗର ପହେଲା ମହିଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆରୁ ଆଏଜ୍ ତକ୍ ଶାସନ୍ କରିଆସୁଛନ୍ । ନିର୍ଭକ୍ କଥାବାର୍ତ୍ତା ଆରୁ ବୟାନ୍ ବାଜି ଲାଗି ସବୁବେଲେ ଚର୍ଚ୍ଚାନେ ରହିଆସିଛେ ମମତା ବାନାର୍ଜିକଁର ନାଁ । ଯେତକି ନାଁ କମେଇଛନ୍ ସେତକି ବିବାଦନେ ଫସିଛନ୍ ମମତା । ଶାରଦା ସ୍କାମ୍ ନେଇକରି ମମତାକଁର ନାଁନେ କେତନି କଥା ଉଠିଥିଲା ।

ଚିତ୍ର କାଟବାର ଲାଗି ପସନ୍ଦ ମମତାକଁର ଚିତ୍ର କୋଟି କୋଟି ଟଙ୍କାନେ ଯେତେବେଲେ ଶାରଦା ଗୃପ୍ କିଣିଥିଲା ସେହି ସମିଆଁନେ ତାକଁର ନାଁନେ ବହୁତ୍ ବାଦ୍ ବିବାଦ୍ ଉଠିଥିଲା । ସିଙ୍ଗୁର ଜମି ଜବରଦଖଲ ମାମଲା ନେଇକରି ଭିଲ୍ ସେହି ସମିଆଁନେ ବହୁତ୍ କଥା ଉଠିଥିଲା ଯେନଥିରେ ମମତା ଇତାକେ ବିରୋଧ କରିକିନା ବିକ୍ଷୋଭ କରିଥିଲେ । ଯେନଥିର ଲାଗି ପଶ୍ଚିମବଙ୍ଗନୁ ଦିଲ୍ଲୀ ଗରଜୁଥିଲା ମମତା ଆରୁ ତାକଁର ଦଲର କର୍ମୀକଁର ଆବାଜନେ । ରାଜନୀତି କ୍ଷେତ୍ରକେ ଦେଖଲେ ମମତା ବହୁତ୍ କିଛି ସଂଘର୍ଷ କରିକିନା ଆଏଜ୍ ମିଲିଥିବାର ସଫଲତା ପାଇପାରିଛନ୍ । ନିଜର ରାଜ୍ୟ ଲାଗି ବହୁତ୍ କିଛି ସପନ୍ ଦେଖିଥିବାର ମମତା କେତନି ଜାଗାନେ ଆଗକେ ବାହାରିକରି ଭିଲ୍ ଆସିଛନ୍ । ମମତାକଁର କଥାବାର୍ତ୍ତା ଦେଖିକରି ତାକୁଁ ବଙ୍ଗାଲ୍‌ର ବାଘୁଣୀ ବଲି ଭିଲ୍ କହିଥିସନ୍ ଲୁକେ । ମହିଲାକଁର ଲାଗି ପ୍ରେରଣା ବନିଥିବାର ମମତାକଁର ଜନମ୍‌ଦିନେ ପହରା କୁଟୁମ୍ ଆଡୁ ଗୁର୍ଦୁଟେ ଶୁଭେଚ୍ଛା ଆରୁ ଅଭିନନ୍ଦନ୍ ।

Leave A Reply

Your email address will not be published.