ଫ୍ୟାକ୍ଟ୍ରି ମାଲିକ୍‌ର ଜୁଲୁମ୍‌, ନାବାଲକକୁଁ ମାରଲେ ନିସ୍ତୁକ୍ ମାଡ୍‌

ସମ୍ବଲପୁର ଧନକଉଡାନେ ଶିଶୁ ଶ୍ରମିକ୍‌କୁଁ ନିର୍ଯାତନା, ସିଡବ୍ଲ୍ୟୁସି କଲା ଉଦ୍ଧାର

0

ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତିର କଥା କହୁଥିବାର ସମ୍ବଲପୁର ସହରନେ ଦିନୁ ଦିନ୍ ଅପରାଧ୍ ବଢି ବଢି ଚାଲିଛେ । ଗଲା ଦୁଇ ମାସ୍ ଭିତରେ ଇଠାନେ ହତ୍ୟାନୁ ନେଇକରି ନିଶା କାରବାର ଲେଖେଁ ଘଟନା ମାନେ ସାମ୍ନାକେ ଆସିଛେ । ଇହାଦେ ଫେର୍ ଶିଶୁ ଶ୍ରମିକ୍‌କୁଁ ମାଡ୍ ମାରବାର ଘଟନା ଦେଖବାକେ ମିଲିଛେ । ୧୪ ବରଷ୍‌ନୁ କମ୍ ବରଷ୍‌ର ଛୁଆକୁଁ କାମ୍ ନାଇଁ କରବାର ଲାଗି ନିୟମ୍ କରିଛନ୍ ସରକାର । ଇ ସବୁ ଉପରେ ନଜର ରଖବାର ଲାଗି ଶ୍ରମ ବିଭାଗ ମାନକେ ଦାୟିତ୍ୱ ଦିଆଯାଇଛେ । ହେଲେ କେନ୍ କେନ୍ ଜାଗାନେ ଇତାର ଉପରେ ଗୁରୁତ୍ୱ ଦିଆଯାଉଛେ ଆର କିଛି ଜାଗାନେ ଖୁଲାଖୁଲି ନିୟମ୍ ଖିଲାପ୍ କରାଯାଉଥିବାର ଦେଖବାକେ ମିଲିଛେ ।

ସମ୍ବଲପୁର ସଦର ଥାନା ଧନକଉଡାନେ ଥିବାର ଗୁଟେ ପାଉଁରୁଟି ଦୁକାନନେ କାମ୍ କରୁଥିବାର ୩ ଜନ୍ ନାବାଲକକୁଁ ନିସ୍ତୁକ୍ ମାଡ୍ ମରାଯିବାର ସାଙ୍ଗେ ଶାରୀରିକ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହେଇଛେ । ଫେକ୍ଟ୍ରିନୁ ଇ ଛୁଆ ମାନେ ଲୁକି କରି ପଲେଇ ଆସୁଥିବାର ବେଲକେ ସିଡବ୍ଲ୍ୟୁସି ର ଗୁଟେ ଟିମ୍ ଇମାନକୁଁ ସେଠାନୁ ଉଦ୍ଧାର କରିଛେ । ଘଟନା ବାବଦନେ ପଚରାଉଚରା କରିକିନା ତାକଁର ପରିବାର ଲୁକକଁର ପାଶକେ ସେମାନକୁଁ ପଠେଇ ଦିଆଯାଇେଛେ ।

ଇହାଦେ ଇ ଘଟନା ସମ୍ବଲପୁର ସହରନେ ଚର୍ଚ୍ଚା ବନିଥିବାର ବେଲକେ ଶିଶୁ ଶ୍ରମିକ୍ ବିଭାଗର ଇତାର ଉପରେ ନିଘା ନାଇଁନ । ସହରନେ ଶିଶୁ ଶ୍ରମିକ୍ ଅଟକାବାର ଲାଗି ଗୁଟେ ଟାକ୍ସ ଫୋର୍ସ ଗଠନ୍ କରାଯାଇଥିଲେ ଭିଲ୍ ଇଟା କେନସି କାମେ ନାଇଁ ଆସବାର । ବରଂ ଆହୁରି ଇଟା ବଢି ବଢି ଚାଲିଛେ । ସେଆଡେ ଏନ୍ତା ଘଟନା ବାଦ୍ ପାଉଁରିଟି ଫ୍ୟାକ୍ଟ୍ରିନେ ଚଢଉ କରିକିନା କାର୍ଯ୍ୟାନୁଷ୍ଠାନ୍ ନେବାର ଲାଗି ପୁଲିସ ଆରୁ ଜିଲ୍ଲା ଶ୍ରମ ବିଭାଗକେ ଚିଠି ଲେଖିଛନ୍ ସିଡବ୍ଲ୍ୟୁସି । ଇ ବରଷ୍ କରୋନା ବେମାର ଲାଗି ସ୍କୁଲ, କଲେଜନୁ ନେଇକରି ସବୁକିଛି ବନ୍ଦ ରହିଥିଲା ମାସ ମାସ ଧରିକରି । ଇ ସବୁ ଭିତରେ ଗରିବ ପରିବାର ଲୁକେ କାମ୍‌ବୁତା ନାଇଁ ପାଉଥିବାରନୁ ଦୁଇ ପଏସା ରୁଜଗାର ଆଶ୍‌ନେ ଯେ ଯେନ୍ ଠାନେ କାମ୍ କରୁଛନ୍ ।

 

ସମ୍ବଲପୁର ପଡିଆବାହାଲ ଅଂଚଲର ଜନ୍ ଛୁଆ ଇ ପାଉଁରୁଟି ଫ୍ୟାକ୍ଟ୍ରିନେ କାମ୍ କରୁଥିଲେ । କାମ୍ ବେଶୀ ହେବାର ବେଲକେ ଠିକ୍ ସେ ନାଇଁ କଲେ ମାଲିକ୍ ଫି ଦିନ୍ ମରାପିଟା କରୁଥିବାର ଅଭିଯୋଗ କରିଛନ୍ ଇ ଛୁଆମାନେ । ଅଏତକା ମାରପିଟ୍ କରବାରନୁ ଶେଷେ ଇମାନେ ଫ୍ୟାକ୍ଟ୍ରିନୁ ଲୁକିକରି ପଲେଇ ଆସିଥିବାର କହିଛନ୍ । ଇମାନେ ଗୁଟେ ଜାଗାନେ ଲୁକିକରି ରହିଥିଲେ ଆରୁ ଜନେ ଛୁଆ ନିଜର ଘରେ ପୁହୁଞ୍ଚିକରି ସବୁ କଥା କହେଲା ଉତାରୁ ସିଡବ୍ଲ୍ୟୁସି ସାହାଜନେ ଇମାନକୁଁ ଉଦ୍ଧାର କରାଯାଇଥିଲା ।

ପଛେ ଇମାନକଁର ମାଁ ବାପାକଁର ପାଶେ ଇମାନକୁଁ ଛଡାଯାଇଥିଲା । ଶିଶୁ ନିର୍ଯାତନା ଆର ଶିଶୁ ଶ୍ରମିକ୍ ଅଟକାବାର ଲାଗି ସରକାର କେତନି ନିୟମ୍ ବାହାର କରିଛନ୍ ଆର ଇଥର ଲାଗି କିଛି ବିଭାଗକେ ଦାୟିତ୍ୱ ଭିଲ୍ ଦିଆଯାଇଛେ । ହେଲେ ନା ଇ ସବୁ ବିଭାଗ ନା ହିଁ ପ୍ରଶାସନ୍ ଇତାର ଉପରେ ଗୁରୁତ୍ୱ ଦେଉଛନ୍ । ଯେନଥିର ଲାଗି ଏନ୍ତା ଘଟନାମାନେ ବହୁତ୍ ସମିଆଁନେ ଦେଖବାକେ ମିଲୁଛେ ।

Leave A Reply

Your email address will not be published.