୨୦ ବରଷ୍ ବାଦ୍ ନିଜର ଘରକେ ଫିରଲେ ବିରଜୁ

ପାକିସ୍ତାନ ଜେଲ୍‌ନେ ବନ୍ଦୀ ଜୀବନ ଜିଉଁଥିଲେ କୁତ୍ରାର ବିରଜୁ କୁଲୁ

0

୨୦ ବରଷ୍ ବାଦ୍ ନିଜର ମାଁ ମାଏଟ୍ ସୁନ୍ଦରଗଡ଼ର କୁତ୍ରାକେ ଫିରଲେ ବିରଜୁ କୁଲୁ । ପାକିସ୍ତାନର ଗୁଟେ ଜେଲନେ ଗଲା ୨୦ ବରଷ୍ ହେଲା ବନ୍ଦୀ ହେଇକିନା ରହିଥିଲେ ବିରଜୁ । ଗାଁନେ ପୁହୁଁଞ୍ଚିଲା ବାଦ୍ କୁତ୍ରା ବିଡ଼ିଓ ଆରୁ ବିରଜୁକଁର କୁଟୁମ୍ ଗାଁର ଲୋକ୍ ତାକୁଁ ସ୍ୱାଗତ ଜନେଇଥିଲେ । ଖୋବ୍ ଜଲଦି ବିରଜୁକୁଁ ଆଧାର କାର୍ଡ ଆରୁ ରାସନ୍ କାର୍ଡ ଯୁଗେଇଦିଆଯିବା ବଲି ବିଡିଓ କହିଛନ୍ । ଗଲାକାଲି ରାତି ବିରଜୁ ଝାଡଖଣ୍ଡ ଗୁମଲାନେ ପୁହୁଞ୍ଚିକରି ରାତିନେ ରହିଥିଲେ ଆରୁ ଆଜି ସକାଲୁ ତାକୁଁ କୁତ୍ରା ଅଣାଯାଇଥିଲା । ସୂଚନା ହିସାବେ ଗଲା ୨୫ ବରଷ୍ ତଲେ ବିରଜୁ ଘର ଛାଡିକରି ଝାଡଖଣ୍ଡ ପଲେଇଥିଲେ ଆରୁ ସେଠାନୁ ଭିଲ କେତେ ଦିନ୍ ବାଦ୍ କେନଆଡେ ପଲେଇଥିଲେ । ତାକଁର ମୁଡ୍ ଠିକ୍ ନାଇଁ ଥିବାର ବେଲେ ସେ ଘରୁ ପଲେଇଯାଇଥିଲେ ।

ପଛେ ସେ ଭୁଲ୍‌ଥି ପାକିସ୍ତାନ ବର୍ଡର ଭିତରକେ ପଲେଇଯାଇଥିବାର ବେଲକେ ତାକୁଁ ଗୁପ୍ତଚର ଭାବିକରି ଜେଲ୍‌ନେ ଭରିଦେଇଥିଲେ ପାକିସ୍ତାନୀ ସୈନ୍ୟ । ଲାହୋର ଜେଲ୍‌ନେ ୨୦ ବରଷ୍ ରହେଲା ବାଦ୍ ତାକୁଁ ଗଲା ମାସ ୨୬ ତାରିଖନେ ୱାଘା ବର୍ଡରନେ ଛଡାଯାଇଥିଲା । ପାକିସ୍ତାନ ସରକାର ବିରଜୁକୁଁ ଭାରତନେ ଛାଡଲା ବାଦ୍ ଅମୃତସରନେ ତାକୁଁ ରଖାଯାଇଥିଲା । ପଛେ ପ୍ରଶାସନିକ୍ ଅଧିକାରୀକୁଁ ଖବର ଦିଆଗଲା ବାଦ୍ ତାକୁଁ ଆନବାର ଲାଗି ପଠାଯାଇଥିଲା ୨ ଝନ୍‌କୁଁ । ସେଆଡେ ପୁଓକେ ଝୁରି ଝୁରି ମା ବୁଆ ଭିଲ୍ ଆଖି ମୁଜିସାରିଛନ୍ । ଇହାଦେ ଖାଲି ବିରଜୁକଁର ବଡ ବହେନ୍ ଘରେ ଅଛନ୍ । ବିରଜୁ ଏତେ ବରଷ୍ ବାଦ୍ ନିଜର ମାଏଟ୍‌କେ ଫିରିଥିବାରନୁ କୁଟୁମ୍ ଲୁକକଁର ଭିତରେ ଭିଲ ଉସନାକି ଦେଖବାକେ ମିଲିଛେ ।

Leave A Reply

Your email address will not be published.