ପଶ୍ଚିମ୍ ଓଡିଶାର୍ ଭବିଷ୍ୟତ୍ କେନ୍ ଆଡେ ! (ଭାଗ୍‌-୧)

ଯେନ୍ ଆଡକେ ଦେଖ ବଢିଚାଲିଛେ ଅପରାଧ । ଚଉଦ-ପନ୍ଦର ବରଷ୍‌ନୁ ଛୁଆମାନେ ନେବାର୍ ଆରମ୍ଭ୍ କରିଦେଉଛନ୍ ଭିନ୍ ଭିନ୍ ପ୍ରକରର୍ ନିଶା ।

0

ଆଏଜ୍ ଇନେ ଯେନ୍ କଥାଟା ପଡିଛେ ସେଟା ଅବଶ୍ୟ ଖାଲି ପଶ୍ଚିମ୍ ଓଡିଶାର୍ କଥା ନୁହେସେ । କଥାଟା କମ୍ ବେଶୀ କରି ପୁରା ଦେଶର୍ ଲାଗି ସତ୍ ଆଏ । ବାକି ମୁନୁଷ୍ ପର୍‌କୁତି ତ ସବକେ ଜନା । ଦୁନିଆଁ ଭାସି ଯଉ.. ବାକି ନିଜର୍ ଘରର୍ କଥକେ ଆଘୋକରି କହେବା । ସେ ହିସାବେ ଯେନ୍ ଅସବିଧାକେ ଇନେ ଆମେ ଉଜାଗର୍ କରୁଛୁଁ, ସେନେ ଆମର୍ ଚାରି ଆଡର୍ କଥାକେ ଏକା ଜହକରି ଗୁରୁତ୍ୱ ଦଉଛୁଁ ।
ପହେଲା ଦୁଇଟା ବିନ୍ଦୁକେ ଦେଖୁନ୍ ଆର୍ ତାର୍‌ପରେ ସେଟାମାନକୁ ଯୁଡ୍‌ବାର୍ ଚେଷ୍ଟା କରମା । ନିଜର୍ ଚାରି ଆଡର୍ ଖବର୍ ମାନକର୍ ଉପରେ ଟିକେ ଆଏଁଖ୍ ପକାଲେ ଦେଖ୍‌ବାର୍‌କେ ମିଲ୍‌ବା ଯେ ଅପରାଧ୍‌ର ସଂଖ୍ୟା କାହିଁରେ କେତେ ବଢି ଚାଲିଛେ । ସମ୍ବଲପୁର, ବଲାଙ୍ଗିର,ସୋନପୁର, ବରଗଡ, ଝାରସୁଗୁଡା, ବଉଦ୍‌, ସୁନ୍ଦରଗଡ, କଳାହାଣ୍ଡି, ଦେବଗଡ, ନୂଆଁପଡା ଯେନ୍ ଜିଲ୍ଲାର୍ ଖବର୍ ଦେଖଲେ ଅପରାଧ୍‌ର ସଂଖ୍ୟା ବଢି ବଢି ଚାଲିଛେ । ଖାସ୍ କରି ସମ୍ବଲପୁର ଆର୍ ବଲାଙ୍ଗିରନେ ଅପରାଧ୍ କାହିଁରେ କେତେ ବଢି ଯାଇଛେ । ନୂଆଁ ନୂଆଁ ତରିକାନେ କେତେ ଯେ ହିସାବେ କେତେ ପ୍ରକାରର୍ ଅପରାଧ୍ ସବୁ ଘଟିଚାଲିଛେ ଯେ ତାର୍ ହିସାବ୍ ନାଇଁ । ଅପରାଧ୍ ତ ଏନ୍ତା ରକମର୍ ବି ହେଉଛେ ଯେ ତାର୍ ଉପରେ ବଲିଉଡ୍ ସିନେମା ତିଆର୍ ହେଉଛେ । ବାଟେ ହଗିକରି ନାଁ କଲା ବାଗିର୍ ଏନ୍ତା ବହୁତ୍ ଟେ ଘଟନା ଫି ଦିନ୍ ଘଟି ଚାଲିଛେ । ବାକି ଇ ଘଟନା ସବୁକେ ଯଦି ଆମେ ଖାଲି ପୋଲିସ୍ କି ସରକାରୀ ବ୍ୟବସ୍ଥାର୍ କମି ଆଏ ବଲିକରି କହିଦେଲେ ଆମେ ପୁରା ଘଟନାକେ ଭଲ ସେ ବୁଝି ନାଇଁ ହୁଏ ଆର୍ ପ୍ରକୃତ୍ ସମସ୍ୟାର୍ ସମାଧାନ୍‌ବି ନାଇଁ ବାହାରେ ।


ଇହାଦେ ଆସମା ଆର୍ ଗୁଟେ ବାଟେ ହଗିକରି ନାଁ ପାଏଲା ବାଗିର୍ କଥାକେ । ପଶ୍ଚିମ୍ ଓଡିଶା ଇହାଦେ ହେଇଛେ ନିଶା କାରବାର୍‌ର ବଡ୍‌ଭାରି ଆଡ୍ଡା । କୋରେକ୍ସ ଗ୍ୟାଙ୍ଗ୍‌, ଗଞ୍ଜେଇ ଗ୍ୟାଙ୍ଗ୍ ଆର୍ କେତେ କେତେ ଏନ୍ତା ସବୁ ନୂଆଁ ନୂଆଁ ଗ୍ୟାଙ୍ଗ୍‌ମାନେ ସବୁ ଆଡେ ଚାପି ଗଲେନ । ବେଲବୁଡାକେ ଯେନ୍ ବି ନିଛାଟିଆ କି ଗାଁ ବାହାର୍‌ନିଆଁ କେହେନ୍‌ସି ବି ଜାଗା କେ ବାହାରିଲେ ଜାଗା ଜାଗା ଖାଲି ଲୋକ୍ ଠୋଲ୍ ହେଇକରି ଭିନ୍ ଭିନ୍ ପ୍ରକାର୍‌ର ନିଶା କରୁଥିବାର୍ ଦେଖବାର୍‌କେ ମିଲୁଛେ । ସେ ଭିତରେ ଯେନ୍ ଜିନିଷ୍‌ଟା ଦେଖଲେ ସବୁନୁ ଜହ ଖରାପ୍ ଲାଗୁଛେ ସେଟା ହଉଛେ ସେମାନେ ଯେନ୍ ବଏସେ ଲୋକ୍ ବସିକରି ନିଶାନେ ବୁଡିରହୁଛନ୍ । ଯହ କରି ଦେଖବେ ୧୪..୧୫ ବର୍ଷିଆ ଛୁଆନୁ ଆରମ୍ଭ୍ କରି ଯୁଆନ୍ ମାନକୁ । ସେମାନକଁର୍ ଜୀବନ୍‌ର ସବୁନୁ ମୂଲ୍ୟବାନ୍ ସମିଆନେ ସେମାନେ କାଏଁ କାମ୍‌ନେ ମାତୁଛନ୍ ସେଟା ଭାବଲେ ଅଞ୍ଚଲ୍‌ର ଆର୍ ଦେଶର୍ ଚିନ୍ତା ମୁଡ୍‌କେ ମାଡି ଆସବାର୍‌ଟା ସ୍ୱାଭାବିକ୍ କଥା ଆଏ ।


ବାକି କାଏଁ ହେଲାଯେ ବଢୁଛେ ଅପରାଧ୍ ଆର୍ ନିଶା କାରବାର୍ ? କାଁ କରି ଅଞ୍ଚଲ୍‌ର ଭବିଷ୍ୟତ୍ ଅନ୍ଧାର୍ ଲାଗୁଛେ ? କାଣା ଆଏ ଇତାର୍ ସମାଧାନ୍ ?
(ଆଗକେ ଲେଖା ଜାରି ରହେବା…)

Leave A Reply

Your email address will not be published.