ସମ୍ବଲପୁର୍‌ନେ ହେଲା ରେଫରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷାକେନ୍ଦ୍ର

ଜିଲ୍ଲାନେ ବିଶ୍ୱ ମୃତ୍ତିକା ଦିବସ ପାଲନ

0

ସମ୍ବଲପୁର୍‌ ଜିଲ୍ଲା ମୁଦିପଡାନେ ରହିଥିବାର୍‌ କୃଷି କାର୍ଯ୍ୟାଲୟ ପାସେ କାଲି ବିଶ୍ୱ ମୃତ୍ତିକା ଦିବସନେ ରେଫେରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷାଗାର୍‌ ଥାପନା କରାଯାଇଛେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର୍‌ ଭୂଚେତନା କାର୍ଯ୍ୟକ୍ରମ୍‌ର ଇକ୍ରିସାଟ୍‌ ଆଡୁ ଇତାର୍‌ ଥାପନା କରାଯାଇଛେ । କୃଷି ମନ୍ତ୍ରୀ ଅରୁଣ ସାହୁ ଭର୍ଚୁଆଲ୍‌ ଜରିଆନେ ପରୀକ୍ଷାଗାର୍‌କେ ଲୋକାର୍ତିତ୍‌ କରିଥିଲେ । ସେନ୍ତା ଇକ୍ରିସାଟ୍‌ ର ନିର୍ଦ୍ଦେଶକ୍‌ ଡ. ଅରବିନ୍ଦ ପାଢୀ , ମୁଖିଆ ଜିଲ୍ଲା କୃଷି ଅଧିକାରୀ ସନ୍ତୋଷ ରାୟ , ମୃତ୍ତିକା ଅଧିକାରୀ ମମତାରାଣୀ ତ୍ରିପାଠୀ ଭିଲ୍‌ ଭର୍ଚୁଆଲି ଉପସ୍ଥିତ୍‌ ଥିଲେ ।

 

ତାର୍‌ ସାଙ୍ଗେ ମୃତ୍ତିକା ଦିବସ ଲାଗି ୨୦ ଜନ ଚାଷୀକୁଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭିଲ୍‌ ଦିଆଯାଇଥିଲା । ୧୦ଟା ଜିଲ୍ଲାର୍‌ ୩୦୦ ପ୍ରକାରର୍‌ ମାଏଟ୍‌ ଇନ ପରୀକ୍ଷା କରାଯାଇ ପାର୍‌ବା ବଲି ସୁଚ୍‌ନା ମିଲିଛେ । ଆର୍‌ ୧୨ଟା ମାଏଟ୍‌ ର ନମୁନା ପରୀକ୍ଷା କରାଯାଇକରି ମାଏଟର୍‌ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଭିଲ୍‌ ଦିଆଯାଉଛେ । ମାଏଟ୍‌ର ପରୀକ୍ଷା ଲାଗି ୪ କୋଟି ଟକାଁର୍‌ ମେସିନ୍‌ ହାଇଦ୍ରାବାଦ୍‌ନୁ ଅନାଯାଇଥିବାର୍‌ ବେଲେ ସେଥି ଅର୍ଗାନିକ୍‌ କାରବନ୍‌ ,ଫସଫରସ୍‌ ,ପଟାସ୍‌ ,ମେଗ୍ନେସିୟମ୍‌ ,ସଲଫର୍‌ ,ଜିଙ୍କ୍‌ ଆଦିର୍‌ ପରୀକ୍ଷା କରାଯାଇପାରବା । ରାଏଜ୍‌ନେ ଭୁବନେଶ୍ୱର ପରେ ଇହାଦେ ସମ୍ବଲପୁରନେ ରେଫରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷା କେନ୍ଦ୍ର କରାଯାଇଛେ ।

 

Leave A Reply

Your email address will not be published.