ବିଲେଇଗଡ୍‌ର ସୁନ୍ଦ୍‌ରୀ ବହ

ମିସେସ୍ ଇଣ୍ଡିଆ ୨୦୨୦-୨୧ ହେଲେ ସୁନ୍ଦରଗଡ଼ ବିଲେଇଗଡ୍‌ର ନବଦୀପ୍ କୌର

0

ନାରୀର ସୁନ୍ଦରତାକେ ନେଇକରି ସବୁ ବେଲେ ଚର୍ଚ୍ଚା । ଆଉ ଇ ଚର୍ଚ୍ଚା କେତେବେଲେ ବି କମ୍ ନାଇଁ ହୁଏ ବରଂ ଇଥରେ ସେମାନକଁର ସୁନ୍ଦରତାର ଆହୁରି ପୃଷ୍ଠା ଉତାରୁ ପୃଷ୍ଠା ଯୁଡି ହେଇ ଚାଲିଥିସି । ସୁନ୍ଦରତା କହେଲେ ଯେ ଖାଲି ଦେହର ସୁନ୍ଦରତା ନାଇଁ ବୁଝାଯାଏ । ବାହ୍ୟ ସୁନ୍ଦରତା ସାଙ୍ଗେ ରହିଥିସି ମନ୍‌ର ସୁନ୍ଦରତା, କଥା କହେବାର ସୁନ୍ଦରତା, ଜ୍ଞାନ୍‌ର ସୁନ୍ଦରତା ଇତ୍ୟାଦି ଇତ୍ୟାଦି । ଆଜିକାଲି ତ ସବୁ କଥାନେ ପ୍ରତିଯୋଗିତା ରହିଛେ ଆରୁ ଇ ପ୍ରତିଯୋଗିତାର ରେସ୍‌ଥି ସୁନ୍ଦତା ବି କେନ୍ତା ପଛେ ରହିପାରବା । ଆଉ ସବୁନୁ ବଡ କଥା ହେଲା ଯେ, ସୁନ୍ଦରତା ପ୍ରତିଯୋଗିତାନେ ଆମର ଓଡ଼ିଶାର ଟୁକେଲ ବହ ମାନେ ସବକୁ ପଛେ ପକେଇ କରି ରାଜ୍ୟର ନାଁ ରଖିପାରିଛନ୍ । ଇ ଲିଷ୍ଟନେ ଆର ଗୁଟେ ନାଁ ଯୁଡି ହେଇଯାଇଛେ ସୁନ୍ଦରଗଡ଼ ବିଲେଇଗଡ଼ର ବହ ନବଦୀପ୍ କୌରକଁର । ମିସେସ୍ ଇଣ୍ଡିଆର ମୁକୁଟ୍ ପିନ୍ଧିଛନ୍ କାଂଶବାହାଲ ବିଲେଇଗଡ଼ର ବହ । ନବଦୀପ୍ ସୁନ୍ଦରୀ ପ୍ରତିଯୋଗିତାନେ ଭାଗ ନେଇକରି ଜିତିକରି ପ୍ରମାଣିତ୍ କରିଦେଇଛନ୍ ଯେ ବିହା ହେଇ ସାରଲେ ବି ନାରୀର ସୁନ୍ଦରତା ନାଇଁ କମି ଆର ସେ ସବୁ ସମିଆଁନେ ସବୁକିଛି କରିପାରବା । ଟୁକେଲ୍ ପାୱାରକେ ପ୍ରମାଣିତ୍ କରିଥିବାର ମିସେସ୍ ଇଣ୍ଡିଆ ନବଦୀପ୍ କୌରକଁର ସୁନ୍ଦରୀ ପ୍ରତିଯୋଗିତାର ଭିନ୍ ଭିନ୍ କଥା ।… ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲର ବିଲେଇଗଡ୍‌ର ବହ ନବଦୀପ୍ କୌର, ମିସେସ୍ ଇଣ୍ଡିଆ ୱାର୍ଲଡ ୨୦୨୦-୨୦୨୧ର ମୁକୁଟ୍ ଜିତିଛନ୍ । ପ୍ରତିଯୋଗିତାନେ ଭାଗ୍ ନେବାର ଲାଗି ଗଲା ଏପ୍ରିଲ୍ ମାସେ ଅନଲାଇନ୍‌ନେ ରେଜିଷ୍ଟ୍ରେସନ୍ କରିଥିଲେ ଆରୁ ଇତାର ଉତାରୁ ଅକ୍ଟୋବର ମାସେ ସେମିଫାଇନାଲ୍ ଲିଷ୍ଟ୍‌ନେ ଆସିଥିଲା ନବଦୀପ୍‌କଁର ନାଁ । ଇତାର ଉତାରୁ ତିନ୍ ମାସ୍ ତକ୍ ସବୁ ସେମିଫାଇନାଲିଷ୍ଟ ମାନକୁଁ ଟ୍ରେନିଂ ଦିଆଯାଇଥିଲା । ଗୁଟେ ଉତାରୁ ଗୁଟେ ପର୍ଯ୍ୟାୟ ଆଗକେ ଆଗକେ ଚଢିକରି ଯାଇଥିଲେ ସେ । ଭିନ୍ ଭିନ୍ ରାଉଣ୍ଡନେ ଜିତିକରି ଶେଷେ ଫାଇନାଲ ରାଉଣ୍ଡକେ ଯାଇଥିଲେ । ମୁମ୍ବାଇନେ ଫାଇନାଲ୍ ପ୍ରତିଯୋଗିତା ହେଇଥିଲା ଯେନଥିରେ ସବୁ ପ୍ରତିଯୋଗୀ ମାନକୁଁ ପଛେ ପକେଇ କରି ବିଜୟର ମୁକୁଟ୍ ପିନ୍ଧିଥିଲେ ନବଦୀପ୍ । ଫାଇନାଲ୍ ପ୍ରତିଯୋଗିତାନେ ବଲିଉଡ୍ ଅଭିନେତ୍ରୀ ସୋହା ଅଲୀ ଖାନ୍‌କଁର ସାଙ୍ଗେ ଆଘର ବଛରର ବିଜେତା ସାମିଲ୍ ହେଚରି ତାକୁଁ ମିସେସ୍ ଇଣ୍ଡିଆ ଟାଇଟଲ ଦେଇକରି କ୍ରାଉନ୍ ପିନ୍ଧେଇଥିଲେ ।ମିସେସ୍ ଇଣ୍ଡିଆ ପ୍ରତିଯୋଗିତା ବିବାହିତା ମହିଲାକୁଁ ନେଇକରି ଫି ବଛର କରାଯାଇ ଆସୁଛେ । ବିହା ହେଲା ଉତାରୁ ମହିଲା କିଛି ନାଇଁ କରିପାରନ୍ ଖାଲି ଘର କାମ୍ ହି କରବେ ଏନ୍ତା ଚିନ୍ତାଧାରା ଗୁଟେ ଆମର ସମାଜନେ ରହିଆସିଛେ । ଇହାଦେ ଇ ସବୁ ଚିନ୍ତାକେ ବଦଲାବାର ସମିଆଁ ଆସିଛେ । ନିଜର ଭିତରେ ଥିବାର ପ୍ରତିଭାକେ ବାହାରକେ ବାହାର କରାବାର ଲାଗି ଏନ୍ତା ଗୁଟେ ପ୍ରତିଯୋଗିତାର ଆୟୋଜନ୍ କରାଯାଇ ଆସୁଛେ । ଆରୁ ଇଥରେ ଭାଗ୍ ନେଇକରି ଇ କଥାକେ ପ୍ରମାଣିତ କରିପାରିଛନ୍ ସୁନ୍ଦରଗଡ଼ର ନବଦୀପ୍ କୌର ।

ନବଦୀପ୍ ତାକଁର ପ୍ରତିକ୍ରିୟାନେ କହିଛନ୍ ଯେ, ଗୃହିଣୀ ହେଇଗଲେ ଯେ ସବୁ ରାସ୍ତା ବନ୍ଦ ହେଇଯାଇସି ସେଟା ନୁହେଁ । ଜନେ ଯଦି ଚାହେଁବା ନିଜର ପରିଶ୍ରମ୍‌ଥି ସବୁ ଅସମ୍ଭବକେ ବି ସମ୍ଭବ ବନେଇପାରବା । ନବଦୀପ୍ ମିସେସ୍ ଇଣ୍ଡିଆ ଟାଇଟଲ ଜିତଲା ଉତାରୁ ତାକଁର ପାଶକେ କେତନି ଶୁଭେଚ୍ଛା ଆସିଛେ ଭିନ୍ ଭିନ୍ ଆଡୁ । ମୁମ୍ବାଇନୁ କ୍ରାଉନ୍ ଜିତିକରି ଝାରସୁଗୁଡ଼ା ବିମାନ୍ ବନ୍ଦରନେ ପୁହୁଁଚିଲା ଉତାରୁ ତାକୁଁ ସ୍ୱାଗତ୍ କରିଥିଲେ ତାକଁର ଶୁଭେଚ୍ଛୁ ଆରୁ ପରିବାରର ଲୋକ୍ । ବଜାଗଜା ସାଙ୍ଗେ ଘରକେ ପୁହୁଁଚିଥିବାର ନବଦୀପକଁର ସଫଲତାଥି ପରିବାରର ଲୁକକଁର ବହୁତ୍ ସହଯୋଗ ରହିଥିବାର କହିଛନ୍ ସେ ।

ଷ୍ଟିଲ ସିଟି ରାଉରକେଲାନେ ନବଦୀପ୍‌କଁର ଜନମ୍ ହେଇଥିବାର ବେଲକେ ଶାଶଘର କାଂଶବାହାଲର ବିଲେଇଗଡ଼୍ । ସେ ଜନେ ଶିଲ୍ପପତୀକୁଁ ବିହା ହେଇଛନ୍ । ସେ ଇତାର ଆଘୋନୁ କେଭେ କେନସି ମଡେଲିଂ ନାଇର୍ କରିଥାଇ କି ତାକଁର ଇତାର ପ୍ରତି କିଛି ସଉକ୍ ଭି ନାଇଁଥିବାର ସେ କହିଛନ୍ । କିଛି ଦିନ୍ ସେ ନ୍ୟୁଜ୍ ରିଡର ଭାବେ କାମ୍ କରୁଥିବାର କହିଛନ୍ । ମିସେସ୍ ଇଣ୍ଡିଆ ଟାଇଟଲ୍ ଜିତିକରି ରାଜ୍ୟ ତଥା ଜିଲ୍ଲା ଲାଗି ଗୌରବ ଆନିଦେଇଥିବାର ନବଦୀପ୍ ଆଗକେ ମିସେସ୍ ୱାର୍ଲଡ ପ୍ରତିଯୋଗିତା ଜିତବାର ଲକ୍ଷ ରଖିଛନ୍ । ଗୃହିଣୀ ମାନେ ଖାଲି ଘରେ ବସି ନାଇଁ ରହନ୍ ଆରୁ ସେମାନେ ଚାହେଁଲେ କିଛି ବି କରିପାରବେ ବଲି ପ୍ରମାଣିତ୍ କରିଦେଖେଛନ୍ ସେ , ଯେନଟାକି ଆଏବାର ଦିନେ ବହୁତ ମହିଲା ତଥା ଗୃହିଣୀକୁଁ ପ୍ରେରଣା ଦେବା ।

Leave A Reply

Your email address will not be published.