ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ ଲାଗି ଅସିତ ତ୍ରିପାଠୀକୁଁ ଦାୟିତ୍ୱ

ରାଜ୍ୟ ମୁଖ୍ୟ ଶାସନ ସଚିବ ହେଲେ ଆଇଏସ୍‌ଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର

0

ନୂଆଁ ବରଷ୍‌ନେ ରାଜ୍ୟର ଉଚ୍ଚପ୍ରଶାସନିକ୍ ସ୍ତରନେ ବଣ୍ଟାଗଲା ଦାୟିତ୍ୱ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଜ ପଦରୁ ଡିସେମ୍ବର ୩୧ ତାରିଖନେ ଅବସର ନେବାକେ ଯାଉଛନ୍ । ସେଆଡେ ଅସିତ ତ୍ରିପାଠୀକଁର ଉତାରୁ ୧୯୮୬ ବ୍ୟାଚ୍‌ର ଆଇଏସଏସ ଅଫିସର ତଥା ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରକଁର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛେ । ଆଏବାର ଜାନୁଆରୀ ଏକ୍‌ନୁ ସୁରେଶ ମହାପାତ୍ର ରାଜ୍ୟର ନୂଆଁ ମୁଖ୍ୟ ଶାସନ ସଚିବ୍ ପଦ ଲାଗି ଦାୟିତ୍ୱ ନେବେ । ସାଧାରଣ ପ୍ରଶାସନ ବିଭାଗ ଆଡୁ ଇ ନେଇକରି ବିଧିବଦ୍ଧ ହିସାବେ ବିଜ୍ଞପ୍ତି ବାହାରିଛେ । ସୁରେଶ ମହାପାତ୍ର ଇହାଦେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ସାଙ୍ଗେ ଉନ୍ନୟନ କମିଶନର ଦାୟିତ୍ୱନେ ରହିଛନ୍ । ସରକାରକଁର ଆଡୁ ମୁଖ୍ୟ ଶାସନ ସଚିବ ଆରୁ ମୁଖ୍ୟ ଉନ୍ନୟନ କମିଶନର ଭାବେ ତାକୁଁ ଦାୟିତ୍ୱ ଦିଆଯିବାର ନେଇକରି ବିଜ୍ଞପ୍ତି ବାହାରିଛେ ।

ସେଆଡେ ରାଜ୍ୟ ସରକାରକଁର ୧୯୮୯ ବ୍ୟାଚର ବରିଷ୍ଠ ଆଇଏଏସ ଆରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ପ୍ରଦୀପ ଜେନାକୁଁ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛେ । ଇତାର ସାଙ୍ଗେ ଶ୍ରୀ ଜେନା ଶ୍ରୀଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହିସାବେ କାମ୍ କରବେ । ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦନୁ ଅବସର ନେଇଥିବାର ବେଲେ ତାକୁଁ ରାଜ୍ୟ ସରକାର ଫେର ଘାଏ ନିଯୁକ୍ତି ଦେଇଛନ୍ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛେ । ପହେଲାକରି ଜନେ ପ୍ରଶାସନିକ୍ ଅଧିକାରୀକୁଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ ଦିଆଯାଉଛେ । ଇତାର ଆଘୋନୁ ରାଜନୈତିକ୍ ନେତାକୁଁ ଇ ପଦ ଲାଗି ନିଯୁକ୍ତ କରାଯାଉଥିଲା । ଇତାର ଆଘୋନୁ ସୁବାସ ଚେଯହାନକୁଁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଲାଗି ଦାୟିତ୍ୱ ମିଲିଥିଲା । ତାକଁର ଦେହାନ୍ତ ଉତାରୁ ବନେ ଦିନ୍ ତକ୍ ଇ ପଦ୍‌ଟା ଖାଲି ପଡିଥିବାର ବେଲେ କାହାକେ ଦାୟିତ୍ୱ ଦିଆଯିବା ସେନେଇକରି ବନେ ଚର୍ଚ୍ଚା ଚାଲିଥିଲା ।

ଇହାଦେ ସବୁଥିରେ ପୂର୍ଣ୍ଣଛେଦ୍ ପଡିଥିବାର ବେଲେ ଅସିତ୍ ତ୍ରିପାଠୀକୁଁ ଇ ବଡ ଦାୟିତ୍ୱଟା ଦିଆଯାଇଛେ । ଇତାର ସାଙ୍ଗେ ମୁଖ୍ୟମନ୍ତ୍ରୀକଁର ପରାମର୍ଶଦାତା ଆରୁ ପର୍ଯ୍ୟଟନ, କୃଷି ବଜାର ଆର ଆଂଚଳିକ ଉନ୍ନୟନ ଲେଖେଁ କିଛି ଅତିରିକ୍ତ ପଦ ଭିଲ୍ ସମ୍ଭଲାବେ । ଅସିତ ତ୍ରିପାଠୀକଁର ଘର ବଲାଙ୍ଗିର ଜିଲ୍ଲାନେ ହେଇଥିବାର ବେଲକେ ସେ ଇ ଦାୟିତ୍ୱ ଠିକ୍ ହିସାବେ ସମ୍ଭାଲି ପାରବେ ବଲି ଆଶ୍ କରାଯାଉଛେ ।

Leave A Reply

Your email address will not be published.