ଭାରତର୍ ଅର୍ଥନୀତିକେ ରିସଭ୍ ପନ୍ଥ ଆର୍ ପୂଜାରା ଭରସା !

ଯେତକି ବେଲକେ ବଲ୍ ସ୍ୱିଙ୍ଗ୍ ହେଉଥିସି ପୂଜାରା ଯେନ୍ ପ୍ରକାରର୍ ଜଗିକରି ଖେଲବାର୍‌ଟା ବହୁତ୍ ଜରୁରୀ । ଯେତେବେଲେ ବଲ୍ ସ୍ୱିଙ୍ଗ୍ ହେବାର୍ ବନ୍ଦ୍ ହେଇଯାଏସି ତାହାଁରୁ ରିଷଭ୍ ପନ୍ଥ ବାଗିର୍ ଆକ୍ରମଣାତ୍ମକ୍ ଖେଲ୍ ଖେଲବାର୍ ଦରକାର୍ ।

0

ଜାନୁୟାରୀ ୨୯ ତାରିଖ୍‌ ଆସିଥିଲା ଦେଶର୍ ଇକୋନୋମିକ୍ ସର୍ଭେ ୨୦୨୦-୨୧ । ଭାରତ ସରକାରକଁର୍ ମୁଖିଆ ଅର୍ଥନୈତିକ୍ ପରାମର୍ଶଦାତା(ଚିଫ୍ ଇକୋନୋମିକ୍ ଆଡ୍‌ଭାଇଜର୍‌) ଶ୍ରୀ କୃଷ୍ଣମୂର୍ତୀ ସୁବ୍ରମଣ୍ୟମ୍ ଇ ସର୍ଭେଟା ଦେଶ ସାମନେ ରଖିକରି ଭାରତ ଗୁଟେ ଅର୍ଥନୀତି ହିସାବେ ଇହାଦେ କେନ୍ତା ଚାଲିଛେ, କାଣା କାଣା ଅସବିଧା ରହିଛେ, ଆର୍ କାଣା କାଣା କଲେ ଆଗକେ ଆହୁରି ଭଲହିସାବେ ଆଗକେ ବଢବା ଯେ ସେବାବଦେ ଟିକ୍‌ନିକ୍‌ନୁ ସେନେ ଲେଖିଛନ୍ । ଇ ସର୍ଭେ ବାବଦନେ ଯେନ୍‌ଟା ଇହାଦେ ସବୁଆଡେ ସବୁଆଡେ ଜୋର୍‌ଦାର୍ ଚର୍ଚ୍ଚା ହେଉଛେ ସେଟା ହେଉଛେ ଯେ ଭାରତର୍ ଅର୍ଥନୀତିକେ ରିସଭ୍ ପନ୍ଥ ଆର୍ ପୂଜାରା ଭରସା ।


ପ୍ରକୃତ୍‌ରେ ସର୍ଭେନେ କୁହାଯାଇଛେ ଯେ ଆଏବାର୍ ବଛର୍ ଦେଶର୍ ଅର୍ଥନୀତିଲାଗି ବହୁତ୍ ଭଲ୍ ଅଛେ । ଇ ବଛର୍ ବି କରୋନା ଭିତରେବି ଅର୍ଥନୀତି ଭଲ୍‌ହିସାବେ ଚାଲିଛେ । ବାକି ଦେଶର୍ ଅର୍ଥନୀତିକେ ଆଗକେ ବଢବାର୍ ଲାଗିହେଲେ ଠିକ୍ ଚେତେଶ୍ୱର ପୂଜାରା ଆର୍ ରିଷଭ ପନ୍ଥ ବାଗିର୍‌କରି ପରିସ୍ଥିତିକେ ସଁମ୍ଭଲାବାର୍‌କେ ପଡବା । ଚିଫ୍ ଇକୋନୋମିକ୍ ଆଡ୍‌ଭାଇଜର୍ ଶ୍ରୀ ସୁବ୍ରମଣ୍ୟମ୍ ସର୍ଭେନେ ଲେଖିଛନ୍ ଯେ ‘କ୍ରିକେଟ୍ ବାଗିର୍ ଅର୍ଥନୀତିନେବି ପରିସ୍ଥିତି କେ ବୁଝବାର୍‌ଟା ବହୁତ୍ ଜରୁରୀ ଆଏ । ହର୍‌ବର୍ ହେଇଗଲେ ନାଇଁହୁଏ । ଯେତକି ବେଲକେ କଠିନ୍ ସମିଆ ଚାଲିଥିସି ସେତକି ବେଲକେ ସୁରକ୍ଷିତ୍ ରହେବାର୍‌ଟା ବେଶୀ ଜରୁରୀ ଆଏ । ଯେତକି ବେଲକେ ବଲ୍ ସ୍ୱିଙ୍ଗ୍ ହେଉଥିସି ପୂଜାରା ଯେନ୍ ପ୍ରକାରର୍ ଜଗିକରି ଖେଲବାର୍‌ଟା ବହୁତ୍ ଜରୁରୀ । ଯେତେବେଲେ ବଲ୍ ସ୍ୱିଙ୍ଗ୍ ହେବାର୍ ବନ୍ଦ୍ ହେଇଯାଏସି ତାହାଁରୁ ରିଷଭ୍ ପନ୍ଥ ବାଗିର୍ ଆକ୍ରମଣାତ୍ମକ୍ ଖେଲ୍ ଖେଲବାର୍ ଦରକାର୍ । ଅର୍ଥନୀତିନେବି ସମାନ୍ ଅବସ୍ଥା । ଇହାଦେ ଟିକେ ଜଗିରଖିକରି ଚଲଲେ ଆଗକେ ଭାରତର୍ ଅର୍ଥନୀତି ବହୁତ୍ ଜଲଦି ଜଲଦି ଆଗକେ ବଢିପାରବା ।’

ଏଭେ ଏଭେ ସରିଥିବାର୍ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍‌ନେ ରିସଭ୍ ପନ୍ଥ ଆର୍ ପୂଜାରାକଁର୍ ଖେଲ୍‌କେ ସାରା ଦୁନିଆଁ ପ୍ରଶଂସା କରିଥିଲା । ଭାରତ୍ ବାଗିର୍ କ୍ରିକେଟ୍ ପାଗଲ୍ ଦେଶର୍ ନାଡିକେ ଠିକ୍ ଚିହ୍ନିକରି ଚିଫ୍ ଇକୋନୋମିକ୍ ଆଡ୍‌ଭାଇଜର୍ ଶ୍ରୀ ସୁବ୍ରମଣ୍ୟମ୍ କ୍ରିକେଟ୍‌ର ଭାଷାନେ ଏକା କଡା କଡା ଅର୍ଥନୈତିକ୍ କଥା ମାନକୁ ଲୁକେ ବୁଝଲା ହିସାବେ ବୁଝେଇଥିବାରନୁ ସବୁଆଡେ ତାଁକର୍‌ବି ପ୍ରଶଂସା କରାଯାଉଛେ । ଭାରତରେ ଯଦିଓ ସାକ୍ଷରତା ହାର୍ ଭଲ୍ ରହିଛେ ବାକି ଅଧିକାଂଶ ଲୋକ ଅର୍ଥନୈତିକ୍ କଥା ଜହ ନାଇଁ ପଢନ । ସେଟା ଗୁଁନ୍ଦଲିଆ ହିସାବେ ଲେଖାହେଇଥିସି ବଲିକରି କହେସନ୍ । ହେଥିର୍ ଲାଗି ଇକୋନୋମିକ୍ ସର୍ଭେ ବାଗିର୍ ଅତି ଗୁରୁତ୍ୱପୂର୍ଣ୍ଣ ଲେଖା ଯେନ୍‌ଟାକି ଦେଶର୍ ସବୁ ନାଗରିକ୍ ଜାନବାର୍ କଥା ସେଟାବି ନାଇଁ ପଢନ୍ । ଆଗରୁ ଭାରତ ସରକାରକଁର୍ ଚିଫ୍ ଇକୋନୋମିକ୍ ଆଡ୍‌ଭାଇଜର୍ ହିସାବେ ବିଖ୍ୟାତ୍ ଅର୍ଥଶାସ୍ତ୍ରୀ ମାନେ କାମ କରିସାରିଛନ୍ । ଡଃ ମନମୋହନ ସିଂ, ଡଃ ରଘୁରାମ ରାଜନ୍‌, ଡଃ କୌଶିକ ବସୁ, ଡଃ ଅରବିନ୍ଦ ସୁବ୍ରମଣ୍ୟମ୍ ବାଗିର୍ ମହାନ୍ ଅର୍ଥଶାସ୍ତ୍ରୀ ମାନେବି ବହୁତ୍ ଭଲ୍ ହିସାବେ ଇକୋନୋମିକ୍ ସର୍ଭେ ଲେଖିକରି ସବୁଆଡେ ପ୍ରଶଂସା ପାଇଥିଲେ । ବାକି ସେସବୁକେ ବି ଜହକରି ଲୁକେ ନାଇଁ ପଢି । ଦେଖବାର୍‌କେ ରହେଲା ଯେ ଶ୍ରୀ କୃଷ୍ଣମୂର୍ତୀ ସୁବ୍ରମଣ୍ୟମ୍‌କଁର୍ ଇ କ୍ରିକେଟ୍ ହିସାବର୍ ଅର୍ଥନୈତିକ୍ ଲେଖାକେ କେତେ ଲୋକ୍ ପଢୁଛନ୍‌ଯେ । ବାକି ଯଦିଓ ଆମର୍ ଦେଶେ ଲୁକେ କ୍ରକେଟ୍‌କେ ବହୁତ୍ ଭଲ୍ ପାଏସନ୍ ଆର୍ ଘରେ ଘରେ ପୁରେ ପୁରେ କ୍ରିକେଟ୍ ଏକ୍ସପର୍ଟ ବାହାରିସନ୍ ବାକି କ୍ରିକେଟ୍ ଉପରେ ଏକା ଭଲ୍‌କରି ବହି ୨/୩ ଖଁଣ୍ଡ୍ ବହି ପଢିଥିବାର୍ ଲୋକକଁର୍ ସଂଖ୍ୟା କେତେ ହେବାଯେ କହିନାଇଁ ହୁଏ…ସେନେ କ୍ରିକେଟ୍‌ର ଭାଷାନେ ଲେଖା ହେଇଥିବାର୍ ଅର୍ଥନୈତିକ୍ ଲେଖାକେ କେତେ ଲୋକ୍ ପଢୁଛନ୍‌ଯେ ଦେଖବାର୍‌କେ ରହେଲା ।

Leave A Reply

Your email address will not be published.