ପରୀ ହତ୍ୟା ମାମଲାନେ ନାବାଲକ୍ ଛାତ୍ର ଗିରଫ୍

ଏସ୍‌ଆଇଟି ଆଡୁ ଗିରଫ୍ ହେଲା ନାବାଲକ୍ ଛାତ୍ର, ପକ୍‌ସୋ କୋର୍ଟନେ କରାଯିବା ହାଜିର

0

ପରୀ ହତ୍ୟା ମାମଲାନେ ଅଭିଯୁକ୍ତ ନାବାଲକ୍ ଗିରଫ୍ । ନୟାଗଡ଼ ଯଦୁପୁରର ଚର୍ଚ୍ଚିତ୍ ପରୀ ହତ୍ୟା ଘଟନାନେ ଏସ୍‌ଆଇଟି (ସ୍ୱତନ୍ତ୍ର ଅନୁସନ୍ଧନାକାରୀ ଦଳ) ଆଡୁ ତଦନ୍ତ ଚାଲିଥିବାର ବେଲକେ ଘଟନାନେ ଜନେ କଲେଜ ପଢୁଆ ଛାତ୍ରକୁଁ ଗିରଫ୍ କରାଯାଇଛେ । ଗିରଫ୍ ଅଭିଯୁକ୍ତ ନାବାଲକ୍ ହେଇଥିବାରନୁ ପ୍ରେସ୍ ବିବୃତିନେ ନାଁ ନାଇଁ ଦିଆଯାଇ । ହେଲେ ସେ ଯଦୁପୁର ଗାଁର ଆଉ ପରୀକଁର ପଡୋଶୀ ଘର ହେଇଥିବାର ନେଇକରି ସୂଚନା ରହିଛେ । ପହେଲାନୁ ଏସଆଇଟି ତଦନ୍ତ ସମିଆଁନେ ଛାତ୍ର ଜନକୁ ପଚରାଉଚରା କରବାର ଲାଗି ଘରୁ ଉଠେଇ ନେଇଥିବାର ବେଲକେ ପଛେ ସେ ହିଁ ଅଭିଯୁକ୍ତ ହେଇଥିବାର ନେଇକରି ଜନାପଡିଥିଲା ।

ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ବାରମ୍ବାର ଅଭିଯୁକ୍ତର ଘରକେ ଯାଇକରି ତାହାକେ ପଚରାଉଚରା କରିଥିଲେ । ଏନ୍ତାକି ଗିରଫ ଛାତ୍ରର ମାଁ ଆରୁ ବହେନକେ ଭିଲ୍ ପଚରା ଉଚରା କରାଯାଇଥିଲା । ଗିରଫ୍ ଅଭିଯୁକ୍ତକେ ଆଏଜ୍ ପକ୍‌ସୋ କୋର୍ଟନେ ହାଜର କରାଯିବା । ଅପହରଣ, ଦୁଷ୍କର୍ମ ଆରୁ ହତ୍ୟା ଅଭିଯୋଗନେ ଆଇପିସି ଧାରା ୩୭୬ ଏ, ୩୭୬ ଏବି, ୩୬୪, ୩୦୨, ୨୦୧ ଆରୁ ପକ୍‌ସୋ ଆଇନର ଧାରା ୬ନେ ମାମଲା ରୁଜୁ ହେଇଛେ । ଅଭିଯୁକ୍ତର ରକତ୍‌, ଲାଲ୍‌, ପରୀକ୍ଷା କରାଯାଇଥିବାର ବେଲକେ ମୋବାଇଳ୍ ଭିଲ୍ ଜବତ୍ କରିଥିଲା । ପହେଲାନୁ ଛାତ୍ର ଜନକୁ ସନ୍ଦେହ କରାଯାଉଥିବାର ବେଲକେ ପଛେ ଇ ସବୁନୁ ମିଲିଥିବାର ପ୍ରମାଣ ଆଧାରନେ ଗିରଫ୍ କରାଯାଇଥିଲା । ସେଆଡେ ଇ ହତ୍ୟା ଘଟନାନେ ଦୁଶରା କାହାର ସମ୍ପକୃକ୍ତି ଅଛେ କି ନାଇଁ ତାର ଉପରେ ତଦନ୍ତ ଚାଲିଛେ ।

ହପ୍ତେ ତକ୍ ମଲାଦେହ ଲୁକେଇକରି ରଖଲା ଉତାରୁ ଫିକାଯାଇଥିବାର ବେଲକେ ଦେହର ବାକି ଅଂଶ କେନ୍‌ଠାନେ ଫିକିଥିଲେ ସେନେଇକରି ତଦନ୍ତ ଚାଲିଛେ । ନୟାଗଡ଼ ସଦର ଥାନା ଲକ୍ଷ୍ମୀପ୍ରସାଦ ପଂଚାୟତ୍ ଯଦୁପୁର ଗାଁର ଅଶୋକ ସାହୁ ଆରୁ ସୌଦାମିନୀ ସାହୁକଁର ଝିଅ ପରୀ ଗଲା ଜୁଲାଇ ୧୪ ତାରିଖନେ ଘର ବାହାରେ ଖେଲୁଥିବାର ବେଲକେ ନିଖୋଜ୍ ହେଇଯାଇଥିଲେ । ପରିବାର ଲୁକେ କେତନି ଖୁଜାଖୁଜି କଲା ଉତାରୁ ଭିଲ୍ ନାଇଁ ମିଲବାରନୁ ଥାନାନେ ଏତଲା ଦେଇଥିଲେ । ପୁଲିସର ତଦନ୍ତ ଉତାରୁ ଗଲା ଜୁଲାଇ ମାସ୍ ୨୩ ତାରିଖନେ ପରୀର ମୃତଦେହ ମିଲିଥିଲା ଗିରଫ ଅଭିଯୁକ୍ତର ବାରିକେ ଲାଗିଥିବାର ବଁଧ୍‌ନୁ । ପୁଲିସ ଘଟନାନେ ଗୁଟେ ହତ୍ୟା ମାମଲା ରୁଜୁ କରବାର ସାଙ୍ଗେ ଅଭିଯୁକ୍ତକେ ଧରବାରନେ ଲାଗିଥିଲେ ଭିଲ୍ ହାତ୍ ଖାଲିଥିଲା । ପୁଲିସ ମାମଲାକେ ଚାପି ଦେବାର ଲାଗି ଚେଷ୍ଟା କରୁଥିବାର ଅଭିଯୋଗ ଆନିଥିଲେ ପରୀର ପରିବାର ଲୁକେ ।

ଗଲା ନଭେମ୍ବର ୨୪ ତାରିଖନେ ନିଏ ପାଏବାର ଆଶ୍‌ନେ ବିଧାନସଭା ଆଗାଡେ ପରୀର ମାଁ ବାପା ଦିହେ କିରାସିନି ଢାଲିକରି ଆତ୍ମହୁତି ଦେବାର ଲାଗି ଚେଷ୍ଟା କରିଥିଲେ । ଏନ୍ତା ଘଟନା ବାଦ୍ ରାଜ୍ୟ ରାଜନୀତିନେ ଇତାର ପ୍ରଭାବ ଦେଖବାକେ ମିଲିଥିଲା, ବିରୋଧୀ ଘଟନାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଥିଲେ । ସେଆଡେ ରାଜ୍ୟ ସରକାର କେସ୍‌ର ତଦନ୍ତ ଲାଗି ଏସଆଇଟି ଟିମ୍ କରିକିନା ଦାୟିତ୍ୱ ଦେଇଥିଲେ । ଏସ୍‌ଆଇଟି ମୁଖ୍ୟ ଆଇପିଏସ୍ ଅରୁଣ ବୋଥ୍ରା ଗଲା ୧ ତାରିଖନୁ ପରୀ ମାମଲାନେ ତଦନ୍ତ ମୁଲ କରିଥିଲେ । ତଦନ୍ତର ପହେଲା ଖେପ୍‌ନେ ଜନକୁ ଗିରଫ୍ କରାଯାଇଥିବାର ବେଲକେ ଇଥରେ ଆଉ କାହାର ସମ୍ପୃକ୍ତି ଅଛେ ସେ ନେଇକରି ଆଗକେ ଜନାପଡବା ।

Leave A Reply

Your email address will not be published.